୦୯ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ସ୍ଥିତ ହରିଶଙ୍କର କଲେଜ ଠାରେ “ଜିନ୍ଦାବାଦ ସଂଗଠନ” ଖାପ୍ରାଖୋଲ ଅନୁକୁଲ୍ୟରେ ଗନ୍ଧମାର୍ଦନ ଆମର ସ୍ଵାଭିମାନ ଓ ଅସ୍ମିତାର ପ୍ରତିକ ଶିର୍ଷକରେ ଏକ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଉକ୍ତ ଆଲୋଚନାଚକ୍ରରେ ବିଶିଷ୍ଟ ପରିବେଶବିତ ତଥା ଗ୍ରୀନ ନୋବେଲ ପୁରସ୍କାର ପ୍ରାପ୍ତ ପ୍ରଫୁଲ୍ଲ ସାମନ୍ତ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରଥମେ ପ୍ରଦିପ ପ୍ରଜ୍ଜ୍ଵଳନ କରି ଆଲୋଚନା ଚକ୍ରକୁ ଉଦଘାଟଣ କରିଥିଲେ । ଜିନ୍ଦାବାଦ ସଂଗଠନ ର ଉପଦେଷ୍ଟା ତ୍ରିଲୋଚନ ପୁଞ୍ଜିଙ୍କ ଅଧ୍ୟକ୍ଷତାରେ ଏକ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା l

