ଏରବଙ୍ଗ ନୋଡାଲ ହାଇସ୍କୁଲ ରେ ବନ୍ଧୁମିଳନ-ଉତ୍ସବ

୦୯ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋଣାର୍କ/ଗୋପ :-> ଚଳିତ ମାସ ଆଠ ତାରିଖ ରବିବାର ଦିନ ଏରବଙ୍ଗ ନୋଡାଲ ହାଇସ୍କୁଲ ପୁରାତନ ଛାତ୍ର ପରିଷଦର ଷଷ୍ଠ ବାଷିର୍କ ବନ୍ଧୁମିଳନ-ଉତ୍ସବ ମହା ଆନନ୍ଦ ଉଲ୍ଲାସରେ ଅନୁଷ୍ଠିତ ହୋଇ ଯାଇଛି। ସକାଳ ଦଶ ଘଟିକାରେ ସଭାପତି ଗଣେଶ କୁମାର ପ୍ରଧାନ ପରିଷଦର ପତାକା ହାଇସ୍କୁଲ ପରିସରରେ ଉତ୍ତୋଳନ କରିବା ପରେ ସମୂହ ଜାତୀୟ ସଙ୍ଗୀତ ଗାନ କରାଯାଇ, ଉତ୍କଳମଣି ଗୋପବନ୍ଧୁ ଦାସ, ବିଦ୍ୟାଳୟର ପ୍ରତିଷ୍ଠାତା ସ୍ଵର୍ଗୀୟ ସୋମନାଥ ମହାନ୍ତି ଓ ସଂପାଦକ ସ୍ଵର୍ଗୀୟ ଲୋକନାଥ ସାହୁଙ୍କ ପ୍ରତିମୂର୍ତ୍ତିରେ ଧୁପ,ଦୀପ ସହ ମାଲ୍ୟାର୍ପଣ ଅର୍ପଣ କରାଯାଇଥିଲା ।

 

ମଞ୍ଚାସୀନ ଅତିଥିବୃନ୍ଦ, ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ, ପରିଷଦର କର୍ମକର୍ତ୍ତାମାନେ ମିଳିତ ଭାବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଦିବଂଗତ ପ୍ରଧାନଶିକ୍ଷକ ହଟକିଶୋର ସ୍ଵାଇଁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ଦୀପ ପ୍ରଜ୍ବଳନ କରି କାର୍ଯକ୍ରମର ଶୁଭାରମ୍ଭ କରିଥିଲେ । ଏହାପରେ ବିଦ୍ୟାଳୟର ପ୍ରାର୍ଥନା “ଆହେ ଦୟାମୟ ବିଶ୍ବବିହାରି” ସମସ୍ତେ ଗାନ କଲାପରେ ଦିବଂଗତ ଛାତ୍ରଛାତ୍ରୀ ଓ ଗୁରୁଜୀ ନବକିଶୋର ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ସେମାନଙ୍କ ଆତ୍ମାର ସଦଗତି ନିମିତ୍ତ ନୀରବ ପ୍ରାର୍ଥନା କରାଯାଇଥିଲା ।

ଏହି ଉତ୍ସବରେ ପିଠା, ଝୋଟି, ନାଚ, ଗୀତ, କୁଇଜ୍ ଇତ୍ୟାଦି ପ୍ରତିଯୋଗିତା କରାଯାଇ ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏତଦବ୍ୟତୀତ୍ ସ୍ପୋର୍ଟସ, ବିଜ୍ଞାନ, ସଂସ୍କୃତ, ଡିବେଟ, ରଚନା ଲିଖନ, ଡ୍ରଇଁଙ୍ଗୀ ଓ ନେତୃତ୍ବରେ ପାରଦର୍ଶିତା ପ୍ରତିପାଦନ କରିଥିବା ଏବଂ ଗତ ଦଶମ ଶ୍ରେଣୀ ପରୀକ୍ଷାରେ ସର୍ବାଧିକ ମାର୍କ ରଖିଥିବା ବିଦ୍ୟାର୍ଥୀଙ୍କୁ ପ୍ରଶଂସାପତ୍ର ସହ ପୁରସ୍କୃତ କରାଯାଇଥିଲା । ଉଲ୍ଲେଖଯୋଗ୍ଯଯେ, ୧୯୬୩ରେ ବିଦ୍ୟାଳୟ ପ୍ରତିଷ୍ଠା ହେବାଠାରୁ ଆଜି ପର୍ଯ୍ୟନ୍ତ ୬୫୦ରୁ ଉର୍ଦ୍ଧ ପୁରାତନ ଓ ବର୍ତ୍ତମାନର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଯୋଗଦାନ ଏଥିରେ ଯୋଗଦାନ କରିଥିଲେ । ପରିଷଦର ସାଧାରଣ ସମ୍ପାଦକ ଦିଲ୍ଲୀପ କୁମାର ପାତ୍ର ବାର୍ଷିକ ବିବରଣୀ ପ୍ରଦାନ କରିବା ସହ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସଂଗୀତା ମଲ୍ଲିକ ବିଦ୍ୟାଳୟର ବିଭିନ୍ନ ଉନ୍ନତିମୂଳକ କାମକୁ ନେଇ ଅଭିଭାଷଣ ପ୍ରଦାନ କରିଥିଲେ ।

ପରିଷଦର ଉପଦେଷ୍ଟା ଦିଲ୍ଲୀପ କୁମାର ଦଳାଇ, କୈଳାଶଚନ୍ଦ୍ର ସାହୁ, ପ୍ୟାରିମୋହନ ଜେନା, କୈଳାଶଚନ୍ଦ୍ର ନାୟକ, କର୍ମକର୍ତ୍ତା ବିଜୟ ଗୋପାଳ ଦାସ, ପ୍ରଦୀପ୍ତ କୁମାର ମହାନ୍ତି, ସୁଦୀପ୍ତ ସ୍ଵାଇଁ, ପ୍ରଣତି ମିଶ୍ର, ବାବାଜୀଚରଣ ମହାନ୍ତି, ଅନୀଲ ଭୂଷଣ ନାୟକ,ଭାଗିରଥୀ ନାୟକ, ବାପି ମଙ୍ଗରାଜ, ଅଶୋକ କୁମାର ରଥ, ଶିବାନୀ ମହାନ୍ତି, ସୁଵାସିନୀ ନାୟକ, ଯୋଗେନ୍ଦ୍ର ଜେନା, ଅଜିତ ଦାଶ, ରାକେଶ ସାହୁ, ଅନୁପ ସ୍ଵାଇଁ, ଶିକ୍ଷକ ପ୍ରତିନିଧି ରୋଜାଲିନ ସେଠୀ, କାର୍ତ୍ତିକ ନାୟକ ଓଗେର କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ । ଯୁଗ୍ମ ସମ୍ପାଦକ ନରେଶ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କଲାପରେ, ଆସନ୍ତା ବର୍ଷର ବନ୍ଧୁମିଳନ ପାଇଁ ସମସ୍ତଙ୍କୁ ନିମନ୍ତ୍ରଣ କରାଯାଇ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ କାର୍ଯ୍ୟକ୍ରମକୁ ବିଶ୍ରାମ ଦିଆଯାଇଥିଲା ।

Exit mobile version