ଶ୍ରେଣୀ ଗୃହ ନିର୍ମାଣ ରେ ବିଳମ୍ବ ଯୋଗୁଁ ପରୀକ୍ଷା ଦେବାରେ ଅସୁବିଧା ହେବ
୦୯ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ଗୋପ ମହାବିଦ୍ୟାଳୟ ସ୍ଥାପିତ ହେଲାଣି 1978 ମସିହାରୁ ସତ କିନ୍ତୁ ଉକ୍ତ ମହାବିଦ୍ୟାଳୟ ସହିତ ସ୍ଥାପିତ ହୋଇଥିବା ଅନ୍ୟ ମହାବିଦ୍ୟାଳୟ ତୁଳନାରେ ଗୋପ ମହାବିଦ୍ୟାଳୟ ର ଉର୍ନ୍ନତି ହୋଇନାହିଁ l ଏଠାରେ ଛାତ୍ର ସାଂସଦ ନିର୍ବାଚନ ପ୍ରାୟ 8 ବର୍ଷ ରୁ ଉର୍ଦ୍ଧ ହେଵ ସ୍ଥଗିତ ଥିବାରୁ ଛାତ୍ରୀ ଛାତ୍ର ଙ୍କ ସମସ୍ୟା ପ୍ରତି ମହାବିଦ୍ୟାଳୟ ର କତ୍ତୃପକ୍ଷମାନେ ଅଣଦେଖା କରୁଛନ୍ତି ବୋଲି ଛାତ୍ର ଛାତ୍ରୀ ଙ୍କ ଅଭିଯୋଗ ଶୁଣିବାକୁ ମିଳୁଛି l ଉକ୍ତ ମହାବିଦ୍ୟାଳୟ ରେ ନିର୍ଦ୍ଧିଷ୍ଟ କେତେଜଣ ପୁରାତନ ଅଧ୍ୟାପକ ଦୀର୍ଘ ବର୍ଷ ହେଵ ଗୋଟିଏ ସ୍ଥାନରେ ରହି ରାଜନୀତି ରେ ସକ୍ରିୟ ଭୂମିକା ଗ୍ରହଣ କରୁଥିବାର ସଙ୍ଗିନୀ ଅଭିଯୋଗ ମଧ୍ୟ ଶୁଣିବାକୁ ମିଳୁଛି l
