୦୯ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ପୁରୀ ଷ୍ଟ୍ରଲିଂ ଛକ ନିକଟରେ ଆରମ୍ଭ ହୋଇ ଥିବା ଜାତୀୟ ସାଇକେଲ ଚାଳନା ପ୍ରତିଯୋଗିତା ଦର୍ଶକ ଙ୍କୁ ଆକୃଷ୍ଟ କରୁଛି।ଦର୍ଶକ ମାନେ ଓ ପିଲା ମାନେ ବିଭିନ୍ନ ରାଜ୍ୟର ସାଇକେଲ ଚାଳକ ପ୍ରତିଯୋଗୀଙ୍କ ଦ୍ରୁତ ସାଇକେଲ ଚାଳନା ଦେଖିବା ସହ ସେମାନ ଙ୍କୁ ଉତ୍ସାହିତ କରୁଛନ୍ତି।ବିଭିନ୍ନ ବୟସ ବର୍ଗ ଓ ଇଭେଣ୍ଟରେ ପ୍ରତିଯୋଗିତା ହେଉଥିବାରୁ ପ୍ରତିଯୋଗିତା ମଧ୍ୟ ତୀବ୍ର ହେଉଛି ଯାହା ଦର୍ଶକ ଙ୍କୁ ବେଶ ଆନନ୍ଦ ଦେଉଛି ।

