Home ଓଡ଼ିଶା ଆଇଜିଏମ ମହାବିଦ୍ୟାଳୟର ଓଡ଼ିଆ ସମ୍ମାନ ବିଭାଗରେ ମା’ରମା ଦେବୀ’ଙ୍କ ଜୟନ୍ତୀ ପାଳିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ‘ଓଡ଼ିଶାର ଅସ୍ମିତା, ଗର୍ବ ଓ ଗୌରବ ମା’ ରମା ଦେବୀ’ ୦୮ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋରାଇ :-> ବ୍ୟାସନଗର ସ୍ଥିତ ଇନ୍ଦିରା ଗାନ୍ଧି ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର ଓଡ଼ିଆ ସମ୍ମାନ ବିଭାଗରେ ମା’ ରମା ଦେବୀଙ୍କର ୧୨୫ ତମ ଜନ୍ମ ଜୟନ୍ତୀ ମଙ୍ଗଳବାର ପାଳିତ ହୋଇଯାଇଛି । ବିଭାଗୀୟ ମୁଖ୍ୟଅଧ୍ୟାପିକା ସୁମିତ୍ରା ରାଉତ ପ୍ରଥମେ ମା’ ରମା ଦେବୀଙ୍କ ତୈଳଚିତ୍ରରେ ପୁଷ୍ପାର୍ଘ୍ୟ ପ୍ରଦାନ ପୂର୍ବକ ସେ ଥିଲେ ମାତୃତ୍ୱ, ତ୍ୟାଗ, ସେବା ଓ ମୂର୍ତିମନ୍ତର ପ୍ରତୀକ ଏବଂ ’ମହିୟସୀ’ ତଥା ସମସ୍ତଙ୍କର ଆଦଣୀୟ ମା’ ରମାଦେବୀ ବୋଲି ବକ୍ତବ୍ୟ ପ୍ରସଙ୍ଗରେ କହିଥିଲେ । ଅଧ୍ୟାପକ ମଳୟ କୁମାର ମଲ୍ଲିକ ଯୋଗଦେଇ ମା’ ରମା ଦେବୀ ଥିଲେ ସ୍ବାଧୂନତା ସଂଗ୍ରାମୀ, ନିଷ୍କପଟ ଦେଶ ସେବକ, ଅନନ୍ୟ ପ୍ରତୀକ ତଥା ଓଡ଼ିଶାର ଅସ୍ମିତା, ଗର୍ବ ଓ ଗୌରବ ବୋଲି ମତବ୍ୟକ୍ତ କରିଥିଲେ । ଅଧ୍ୟାପିକା ଝୁନୁମଣୀ ଜେନା ଯୋଗଦେଇ ମା’ ରମା ଦେବୀଙ୍କ ତ୍ୟାଗପୁତ ଜୀବନ ଧାରାରେ ଅନୁପ୍ରାଣିତ ହେବା ପାଇ ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରେ ଛାତ୍ରୀ ଏଲିଜା ପ୍ରିୟଦର୍ଶିନୀ ବ୍ରହ୍ମ, କମଳା ସାହୁ, ଶୁଭସ୍ମିତା ସାହୁ, ସାଗରିକା ଜେନା, ବାସନ୍ତୀ ମଣ୍ଡଳ, ମୋନାଲିସା ତରେଇ, ସୋନୀ ସେନାପତି, ସୁପ୍ରିୟା ସାହୁ, ଶୁଭଶ୍ରୀ ସାହୁ, ସୁଜାତା ସାହୁ, ସାନିଆ ପେରାଇ, ପ୍ରିତି ସାମଲ, ନନ୍ଦିନୀ ମଲ୍ଲିକ, ମମତା ମଲ୍ଲିକ, ପ୍ରମୁଖ ମା’ ରମା ଦେବୀଙ୍କ ଉପରେ ବକ୍ତବ୍ୟ ରଖିଥିଲେ । ଅନ୍ୟାମାନଙ୍କ ମଧ୍ୟରେ ରୁପାଲି କରଣ, ରୀମା ପ୍ରତିହାରୀ, ରୀନା ଯାମୁଦା, ପ୍ରିତିଛନ୍ଦା ମଲ୍ଲିକ, ସୁବାସିନୀ ତରେଇ, ସୀତାମଣୀ ସୋରେନ, ଲିଜା ବିଶ୍ବାଳ, ଲକ୍ଷ୍ମୀପ୍ରିୟା ପୃଷ୍ଟି, ଝୁନୁ ଜେନା ପ୍ରମୁଖ ଛାତ୍ରୀମାନେ ଯୋଗଦେଇଥିଲେ । ଶେଷରେ ଛାତ୍ରୀ ସାଗରିକା ଜେନା ଧନ୍ୟବାଦ ଅର୍ପଣ କରିଥିଲେ । Categories: ଓଡ଼ିଶା, କଟକ, ଯାଜପୁର, ହୋମ୍ Related Content କେ.ନୂଆଗାଁ ପୋଲିସର ସଫଳତା, ୯ ଜୁଆଡି ଗିରଫ : ଲକ୍ଷାଧିକ ଟଙ୍କା ଜବତ by Proprietor Abhimanyu Maharana October 23, 2026 ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ , ୭ଟି ସ୍ଥାନରେ ରେଡ୍ : ବିପୁଳ ପରିମାଣର ସମ୍ପତ୍ତି ଠାବ by Proprietor Abhimanyu Maharana October 23, 2026 ସ୍ୱତନ୍ତ୍ର ଅଭିଯାନ ୬.୦ ଅଧୀନରେ ଖୋର୍ଦ୍ଧାରୋଡ୍ ମଣ୍ଡଳ ପକ୍ଷରୁ ‘ରେଳ ଜନ ସମ୍ବାଦ’ ଆୟୋଜିତ by Proprietor Abhimanyu Maharana October 23, 2026 ମୁକୁଳା ଡ୍ରେନ୍ ମରାମତି ସହିତ ସ୍ଲାବକଭର କାର୍ଯ୍ୟରେ ବ୍ୟତିକ୍ରମ କୁ ତଦାରଖ କରିବା ପାଇଁ ଦାବି by Proprietor Abhimanyu Maharana October 22, 2026 ଖଣ୍ଡପଡା ସହର ସମେତ ଗ୍ରାମାଞ୍ଚଳରେ ଶାରଦୀୟ ଦୁର୍ଗାପୂଜା ଦଶହରା ବହୁ ଧୂମଧାମରେ ପାଳନ କରାଯାଉଛି by Proprietor Abhimanyu Maharana October 22, 2026 ଭୁବନେଶ୍ୱର କୁଆଖାଇ ରେ ପ୍ରସ୍ତୁତ କୁତ୍ରିମ ପୋଖରୀ ରୁ ନର୍ଦମା ପାଣି ପରିକା ବାହାରୁଥିଲା ଦୁର୍ଗନ୍ଧ - ଶ୍ରଦ୍ଧାଳୁଙ୍କ ଅଭିଯୋଗ ପରେ ଆକ୍ସନ ମୋଡ୍ରେ BMC by Proprietor Abhimanyu Maharana October 22, 2026