Home ଓଡ଼ିଶା ଆଇଜିଏମ ମହାବିଦ୍ୟାଳୟର ଓଡ଼ିଆ ସମ୍ମାନ ବିଭାଗରେ ମା’ରମା ଦେବୀ’ଙ୍କ ଜୟନ୍ତୀ ପାଳିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ‘ଓଡ଼ିଶାର ଅସ୍ମିତା, ଗର୍ବ ଓ ଗୌରବ ମା’ ରମା ଦେବୀ’ ୦୮ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋରାଇ :-> ବ୍ୟାସନଗର ସ୍ଥିତ ଇନ୍ଦିରା ଗାନ୍ଧି ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର ଓଡ଼ିଆ ସମ୍ମାନ ବିଭାଗରେ ମା’ ରମା ଦେବୀଙ୍କର ୧୨୫ ତମ ଜନ୍ମ ଜୟନ୍ତୀ ମଙ୍ଗଳବାର ପାଳିତ ହୋଇଯାଇଛି । ବିଭାଗୀୟ ମୁଖ୍ୟଅଧ୍ୟାପିକା ସୁମିତ୍ରା ରାଉତ ପ୍ରଥମେ ମା’ ରମା ଦେବୀଙ୍କ ତୈଳଚିତ୍ରରେ ପୁଷ୍ପାର୍ଘ୍ୟ ପ୍ରଦାନ ପୂର୍ବକ ସେ ଥିଲେ ମାତୃତ୍ୱ, ତ୍ୟାଗ, ସେବା ଓ ମୂର୍ତିମନ୍ତର ପ୍ରତୀକ ଏବଂ ’ମହିୟସୀ’ ତଥା ସମସ୍ତଙ୍କର ଆଦଣୀୟ ମା’ ରମାଦେବୀ ବୋଲି ବକ୍ତବ୍ୟ ପ୍ରସଙ୍ଗରେ କହିଥିଲେ । ଅଧ୍ୟାପକ ମଳୟ କୁମାର ମଲ୍ଲିକ ଯୋଗଦେଇ ମା’ ରମା ଦେବୀ ଥିଲେ ସ୍ବାଧୂନତା ସଂଗ୍ରାମୀ, ନିଷ୍କପଟ ଦେଶ ସେବକ, ଅନନ୍ୟ ପ୍ରତୀକ ତଥା ଓଡ଼ିଶାର ଅସ୍ମିତା, ଗର୍ବ ଓ ଗୌରବ ବୋଲି ମତବ୍ୟକ୍ତ କରିଥିଲେ । ଅଧ୍ୟାପିକା ଝୁନୁମଣୀ ଜେନା ଯୋଗଦେଇ ମା’ ରମା ଦେବୀଙ୍କ ତ୍ୟାଗପୁତ ଜୀବନ ଧାରାରେ ଅନୁପ୍ରାଣିତ ହେବା ପାଇ ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରେ ଛାତ୍ରୀ ଏଲିଜା ପ୍ରିୟଦର୍ଶିନୀ ବ୍ରହ୍ମ, କମଳା ସାହୁ, ଶୁଭସ୍ମିତା ସାହୁ, ସାଗରିକା ଜେନା, ବାସନ୍ତୀ ମଣ୍ଡଳ, ମୋନାଲିସା ତରେଇ, ସୋନୀ ସେନାପତି, ସୁପ୍ରିୟା ସାହୁ, ଶୁଭଶ୍ରୀ ସାହୁ, ସୁଜାତା ସାହୁ, ସାନିଆ ପେରାଇ, ପ୍ରିତି ସାମଲ, ନନ୍ଦିନୀ ମଲ୍ଲିକ, ମମତା ମଲ୍ଲିକ, ପ୍ରମୁଖ ମା’ ରମା ଦେବୀଙ୍କ ଉପରେ ବକ୍ତବ୍ୟ ରଖିଥିଲେ । ଅନ୍ୟାମାନଙ୍କ ମଧ୍ୟରେ ରୁପାଲି କରଣ, ରୀମା ପ୍ରତିହାରୀ, ରୀନା ଯାମୁଦା, ପ୍ରିତିଛନ୍ଦା ମଲ୍ଲିକ, ସୁବାସିନୀ ତରେଇ, ସୀତାମଣୀ ସୋରେନ, ଲିଜା ବିଶ୍ବାଳ, ଲକ୍ଷ୍ମୀପ୍ରିୟା ପୃଷ୍ଟି, ଝୁନୁ ଜେନା ପ୍ରମୁଖ ଛାତ୍ରୀମାନେ ଯୋଗଦେଇଥିଲେ । ଶେଷରେ ଛାତ୍ରୀ ସାଗରିକା ଜେନା ଧନ୍ୟବାଦ ଅର୍ପଣ କରିଥିଲେ । Categories: ଓଡ଼ିଶା, କଟକ, ଯାଜପୁର, ହୋମ୍ Related Content ମୋ ମାଟି ଭାପୁର ଅନୁଷ୍ଠାନ ପକ୍ଷରୁ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana September 7, 2026 ଆଇଆଇଟି ଭୁବନେଶ୍ୱରର ଅଧ୍ୟାପକ ଡକ୍ଟର ଶ୍ରୀକାନ୍ତ ଗୋଲାପୁଡିଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୬ by Proprietor Abhimanyu Maharana September 7, 2026 ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତଦେହ ଠାବ by Proprietor Abhimanyu Maharana September 7, 2026 ଚିତ୍ରାଙ୍କନ, ଓଡ଼ିଆ ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରବନ୍ଧ ପ୍ରତିଯୋଗିତା by Proprietor Abhimanyu Maharana September 7, 2026 ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ by Proprietor Abhimanyu Maharana September 7, 2026 ନୟାଗଡ଼ରେ ଜିଲ୍ଲା ସ୍ତରୀୟ ନାରୀ ଜାଗରଣ ଶୋଭାଯାତ୍ରା ଓ ସମ୍ମିଳନୀ ଅନୁଷ୍ଠିତ by Proprietor Abhimanyu Maharana September 7, 2026