Home ଓଡ଼ିଶା ସ୍ଥାନୀୟ କରନେସନ ପଡ଼ିଆ ଠାରେ ଜ଼ିଲ୍ଲା ସ୍ତରୀୟ ଚାଷୀମାନଙ୍କୁ ଇନପୁଟ ସହାୟତା ରାଶି ବଣ୍ଟନ ର ଶୁଭାରମ୍ଭ – . ଯୋଗ ଦେଲେ ବିଧାୟକ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୮ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> ଓଡ଼ିଶାର ଚାଷୀମାନଙ୍କୁ ଇନ୍ପୁଟ୍ ସହାୟତା ରାଶି ବଣ୍ଟନର ଶୁଭାରମ୍ଭ l ଅବସରରେ କନ୍ଧମାଳ ଜିଲ୍ଲାର ଚାଷୀମାନଙ୍କୁ ମଧ୍ୟ ଧାନର ସର୍ବନିମ୍ନ ଏଫ୍.ଏ.କ୍ୟୁ. ମୁଲ୍ୟ କ୍ୟୁଣ୍ଟାଲ ପିଛା ୨ହଜାର ୩୦୦ ଟଙ୍କା ଉପରେ ୮୦୦ ଟଙ୍କାର ଇନ୍ପୁଟ୍ ସହାୟତା ରାଶି ସହିତ ସମୁଦାୟ ୩ହଜାର ୧୦୦ ଟଙ୍କା ପ୍ରଦାନ କରାଯିବ । ଏହି ଉପଲକ୍ଷେ ସ୍ଥାନୀୟ କରୋନେସନ ପଡ଼ିଆରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ମାନ୍ୟବର ଫୁଲବାଣୀ ବିଧାୟକ ଶ୍ରୀଯୁକ୍ତ ଉମାଚରଣ ମଲ୍ଲିକ ଯୋଗଦେଇ ତାଙ୍କ ସରକାର ଓଡ଼ିଶାର ଚାଷୀମାନଙ୍କୁ ସମ୍ମାନ ଜଣାଇବା ସହିତ ସେମାନଙ୍କୁ ସେମାନଙ୍କର କଠିନ ପରିଶ୍ରମର ମୂଲ୍ୟ ଦେବାକୁ ଯାଉଛି । ପ୍ରିୟ ମୁଖ୍ୟମନ୍ତ୍ରୀ ନିର୍ବାଚନ ପ୍ରତିଶ୍ରୁତିକୁ ପ୍ରଥମ ବର୍ଷରୁହିଁ ଲାଗୁ କରିଛନ୍ତି । ସେଥିପାଇଁ ତାଙ୍କୁ କୃତଜ୍ଞତା ଜଣାଇବା ସହିତ ଧନ୍ୟବାଦ ଦେଇଥିଲେ । ଯେଉଁ ଅତିରିକ୍ତ ଇନ୍ପୁଟ୍ ସହାୟକ ମୂଲ୍ୟ ଘୋଷଣା କରିଛନ୍ତି ତାହା ଧାନ ବିକ୍ରୟର ୪୮ ଘଣ୍ଟା ମଧ୍ୟରେ ଚାଷାମାନଙ୍କ ଆକାଉଣ୍ଟରେ ଜମାହେବ। ସେହିପରି,କଥାଦେଇଥିବା ଶୁଭଦ୍ରା ଯୋଜନାର ପ୍ରଥମ କିଛି ଟଙ୍କା ମଧ୍ୟ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟରେ ଜମାହୋଇସାରିଛି । ଯଦି କୌଣସି ଅସୁବିଧା ବଶତଃ ଜମା ହୋଇନାହିଁ ଖୁବ୍ କମ୍ ଦିନ ମଧ୍ୟରେ ଜମା ହୋଇଯିବ । ସମସ୍ତେ ଟଙ୍କା ପାଇଲାପରେ ଦ୍ଵିତୀୟ କିସ୍ତି ଦିଆଯିବ। ତାଙ୍କର ଅନୁରୋଧ କ୍ରମେ ଜିଲ୍ଲାପାଳ ଆସନ୍ତା ମାସରୁ ଆଉ ୪୪ ଗୋଟି ରଟେଇ ପଏଣ୍ଟ ଖୋଲିଛନ୍ତି । ଫଳରେ ନିର୍ଭର ଘର ପାଖରେ ଧାନ ବିକ୍ରୟ କରିବା ସହିତ ଆଗାମି ଦିନରେ ମାସିକ ଚାଉଳ ମଧ୍ୟ ସଂଗ୍ରହ କରିପାରିବେ ବୋଲି ଶ୍ରୀ ମଲ୍ଲିକ କହିଥିଲେ । ସଂମ୍ମାନିତ ଅତିଥି ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜ ଖରିଫ ୨୦୨୪-୨୫ ବର୍ଷ ସକାଶେ ଧାନକ୍ରୟ ଉପରେ ସୂଚନା ଦେବା ସହିତ ଧାନର ସର୍ବନିମ୍ନ ମୂଲ୍ୟ ସହିତ ଅତିରିକ୍ତ ଇନ୍ପୁଟ୍ ସହାୟକ ରାଶି କିଭଳି ବିକ୍ରୟର ୪୮ଘଣ୍ଟା ମଧ୍ୟରେ ଚାଷାମାନଙ୍କ ଆକାଉଣ୍ଟରେ ଜମାହେବ ସେ ବିଷୟରେ ଆଲୋଚନା କରିଥିଲେ । ଆଶା କରାଯାଉଛି ଚଳିତ ବର୍ଷ ଅଧିକ ପରିମାଣର ଧାନ ମଣ୍ଡିକୁ ଆସିବ। ଚାଷୀମାନଙ୍କ ସୁବିଧା ପାଇଁ ଚଳିତ ବର୍ଷ ଅଧିକ ସଂଖ୍ୟକ ରିଟେଲ ପଏଣ୍ଟ ଓ ରେଜିଷ୍ଟ୍ରେସନ ପଏଣ୍ଟ ଖୋଲାଯିବ। ଫଳରେ ଚାଷୀମାନେ ଅଧିକ ସଂଖ୍ୟାରେ ପଞ୍ଜୀକରଣ କରିବେ ଓ ଧାନ ବିକ୍ରୟ କରିପାରିବେ ବୋଲି ଜିଲ୍ଲାପାଳ କହିଥିଲେ । ବେସାମରିକ ଯୋଗାଣ ଅଧିକାରୀ ଶ୍ରୀ ଜ୍ଞାନେନ୍ଦ୍ରିୟ ମିଶ୍ର ତାଙ୍କ ଅଭିଭାଷଣ ରେ ଗତ ବର୍ଷ ପ୍ରାୟ ୭୦ ହଜାର କ୍ୟୁଣ୍ଟାଲ ଧାନ କ୍ରୟ କରାଯାଇଥିବାବେଳେ ଚଳିତ ବର୍ଷ ୧ଲକ୍ଷ କ୍ୟୁଣ୍ଟାଲ ରୁ ଅଧୁକ ଧାନ କ୍ରୟ ପାଇଁ ଆଶା କରାଯାଉଛି । ଧାନ ଅମଳରେ ବିଳମ୍ବ ଓ ଚାଷୀମାନଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି ଚଳିତ ମାସ ୨୪ ତାରିଖରୁ ଧାନ କ୍ରୟ ଆରମ୍ଭ ହେବ ବୋଲି ଶ୍ରୀ ମିଶ୍ର କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ -ତଥା- କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଶମୁନାଥ ନନ୍ଦୀ, ଉପ ଜିଲ୍ଲାପାଳ, ଖଣ୍ଡମାଳ ଶ୍ରୀ ଚିତ୍ତରଞ୍ଜନ ମହନ୍ତଙ୍କ ସମେତ ବହୁ ସଂଖ୍ୟାରେ ଚାଷୀ, ସ୍ଥାନୀୟ ଜନସାଧାରଣ ଏବଂ ସମସ୍ତ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ l Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ସିୟୁଟିଏମ ପରିସରରେ ପ୍ରଫେସର ଏମ.ଏସ. ସ୍ୱାମୀନାଥନ’ଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ପାଳନ by Proprietor Abhimanyu Maharana September 29, 2026 ସଂସ୍କାର ଭାରତୀ, ଉତ୍କଳ ପୂର୍ଵ ପ୍ରାନ୍ତ ତରଫରୁ ବୈଠକ ଅନୁଷ୍ଠିତ ହୋଇ ଯାଇଅଛି by Proprietor Abhimanyu Maharana September 29, 2026 ସହିଦ ଭଗତ ସିଂଙ୍କ ଜନ୍ମଦିବସ ପାଳିତ by Proprietor Abhimanyu Maharana September 29, 2026 ଗୀତାପାଠ ହିଁ ମନୁଷ୍ୟର ମନକୁ ଶୁଦ୍ଧ ଓ ଶାନ୍ତ କରିଥାଏ : ଜିଲ୍ଲାପାଳ by Proprietor Abhimanyu Maharana September 29, 2026 ଜାତୀୟ ଷ୍ଟାଟ ଅପ୍ କାର୍ଯ୍ୟକ୍ରମରେ ଅଧ୍ୟାପିକାଙ୍କ ସଫଳତା by Proprietor Abhimanyu Maharana September 29, 2026 ସୃଷ୍ଟି ଏକାଡେମୀରେ ‘ଉତ୍କର୍ଷ ୨.୦ ଇଣ୍ଡଷ୍ଟ୍ରି କନକ୍ଲେଭ୍ ଶିଳ୍ପଜଗତ ସହ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ସମ୍ପର୍କକୁ ସୁଦୃଢ଼ କରିବା ସହ ଭବିଷ୍ୟତମୁଖୀ ପରିଚାଳନା ଗଢ଼ିବା ଉପରେ ଗୁରୁତ୍ୱ by Proprietor Abhimanyu Maharana September 29, 2026