Home ଓଡ଼ିଶା କନ୍ଧମାଳ ଜିଲ୍ଲାକୁ ଯକ୍ଷ୍ମା ମୁକ୍ତ କରିବାକୁ ଜିଲ୍ଲା ସ୍ବାସ୍ଥ୍ୟ ସମିତିର ସାମ୍ବାଦିକ ସମ୍ମିଳନୀ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୮ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> ୧୦୦ ଦିନ ବ୍ୟାପି ସଘନ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ତା. ସନ୍ତୋଷ କୁମାର ପାଢୀଙ୍କ ଅଧକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଡ଼ଃ . ପାଢୀ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ତାଙ୍କ ସୂଚନାରୁ ଜଣାପଡ଼ିଛି ଯେ, ୨୦୨୫ ସୁଦ୍ଧା ଭାରତକୁ ଯକ୍ଷ୍ମା ମୁକ୍ତ କରିବା ପାଇଁ ସମସ୍ତ ଅସୁରକ୍ଷିତ ବ୍ୟକ୍ତିଙ୍କ ଯକ୍ଷ୍ମା ପରୀକ୍ଷା ଓ ଏକ୍ସରେ କରାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏହା ଆଜି ଠାରୁ ମାର୍ଚ୍ଚ ୧୭ ତାରିଖ ପର୍ଯ୍ୟନ୍ତ ଚାଲୁରହିବ । ଓଡ଼ିଶାର କନ୍ଧମାଳ ସମେତ ୧୯ ଗୋଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ୨ ସପ୍ତାହରୁ ଅଧିକା କାଶ, ଜ୍ଵର, ସନ୍ଧ୍ୟାରେ ଝାଳ, କାଶରେ ରକ୍ତ, ଛାଡି ଯନ୍ତ୍ରଣା, ଶ୍ବାସ କ୍ରିୟାରେ କଷ୍ଟ, ଓଳନ ହ୍ରାସ, ଭୋକ ନ ଲାଗିବା, ହାଲିଆ ଲାଗିବା, ବେକରେ ଗୁଳା ବା ଫୁଲିବା, ଫୁସ୍ ?ଫୁସ୍ ? ବ୍ୟତୀତ ଅନ୍ୟ ଅଂଶରେ ଯକ୍ଷ୍ମାର ଲକ୍ଷଣ ଥିବା ବ୍ୟକ୍ତି ବିଶେଷଙ୍କୁ ଏହି ୧୦୦ ଦିନିଆ କାର୍ଯ୍ୟକ୍ରମରେ ଆଣିବା ପାଇଁ ସ୍ଵାସ୍ଥ୍ୟ କେନ୍ଦ୍ରରେ ଏବଂ ଗୋଷ୍ଠୀ ବା ଗ୍ରାମରେ ଯାଞ୍ଚ କରାଯିବ। ଏଥି ସହିତ ଡାଇଲିସିସ୍, ଅଙ୍ଗ ପ୍ରତିରୋପଣ ବ୍ୟକ୍ତି, ଧୁମ୍ରପାନ, ମଦ୍ୟପାନ, କୁପୋଷଣର ଶିକାର ହୋଇଥିବା ବ୍ୟକ୍ତି, ମଧୁମେହ, ସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟରତ କର୍ମଚାରୀ, ଯକ୍ଷ୍ମାରୋଗୀଙ୍କ ସମ୍ପର୍କରେ ଆସୁଥିବା ପରିବାର ବର୍ଗଙ୍କ ମଧ୍ୟ ଯାଞ୍ଚ କରାଯିବ। ପ୍ରଚାର ପ୍ରସାର କରିବା ସହିତ ଗୋଷ୍ଠୀ ସ୍ତରରୁ ଲୋକମାନଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇବା ପାଇଁ ନିଶୁଳ୍କ ବାହାନ ବା ରଥର ବ୍ୟବସ୍ଥା କରାଯାଇଛି । ପ୍ରୋସାହନ ରାଶି ସ୍ୱରୂପ ହିତାଧିକାରୀମାନଙ୍କୁ ମୁଣ୍ଡ ପିଛା ୫୦ ଟଙ୍କାର ଶୁଖୁଲା ଖାଦ୍ୟ ଏବଂ ଆଶା ଦିଦିମାନଙ୍କୁ ଖାଦ୍ୟ ସକାଶେ ୫୦ଟଙ୍କା ଓ ଜଣଙ୍କୁ ଏକରେ କେନ୍ଦ୍ରକୁ ପ୍ରେରିତ କରିବା ପାଇଁ ୧୦୦ଟଙ୍କା ଦିଆଯିବା ବ୍ୟବସ୍ଥା କରାଯାଇଛି । ସମସ୍ତ ଚିହ୍ନଟ ଯକ୍ଷ୍ମା ରୋଗୀଙ୍କୁ ନିକ୍ଷୟ ପୋଷଣ ଯୋଜନାରେ ମାସିକ ୧ହଜାର ଟଙ୍କା, ଇ.ଡି. ଏନ୍. ଏସ୍. ପ୍ୟାକେଟ୍, ପି.ଏମ୍.ଟି.ବି.ଏମ୍.ବି.ଏ. ରେ ଅନ୍ତର୍ଭୁକ୍ତ କରିବା ପାଇଁ ଯୋଜନା କରାଯାଇଛି l ଜିଲ୍ଲାରେ ଥିବା ଗ୍ରାମ୍ୟମାଣ ସ୍ୱାସ୍ଥ୍ୟ ବାହନ ମାଧ୍ଯମରେ ବିଦ୍ୟାଳୟ ଓ ଗ୍ରାମରେ ସ୍ୱାସ୍ଥ୍ୟ ଯାଞ୍ଚ କରିବାର ବ୍ୟବସ୍ଥା କରାଯାଇଛି । ଜନ ଭାଗିଦାରୀ ମାଧ୍ଯମରେ ସଂପୃକ୍ତ ବିଭାଗମାନଙ୍କର ସହଯୋଗ ସହିତୃ ଗଣମାଧ୍ୟମର ସହଯୋଗ ଆବଶ୍ୟକ । ଜନ ଆନ୍ଦୋଳନ ସ୍ୱରୂପ ଏଥିରେ ସହଯୋଗ କରିବା ସହିତ ଏହି ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରି କନ୍ଧମାଳ ଜିଲ୍ଲାକୁ ଯକ୍ଷ୍ମା ମୁକ୍ତ କରିବାକୁ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ . ସନ୍ତୋଷ କୁମାର ପାଢୀ ଅନୁରୋଧ କରିଛନ୍ତି । ଉକ୍ତ ସମ୍ମିଳନୀରେ ଏ ଡି ପି ଏଚ ଓ ଡ଼ଃ. ପ୍ରସନ୍ନ କୁମାର ତ୍ରିପାଠୀ, ଡି ପି ଏମ ମନୋରଞ୍ଜନ ସାହୁ, ଡିପିସି ସଞ୍ଜୟ କୁମାର ସାହୁ, ପିଏମ୍ ଡି ଟି ସୁନୀଲ କୁମାର ପାତ୍ର, ପିପି ଏମ ଅମିତ କୁମାର ବିଶୋୟୀ, ଏସ ଟି ଏସ ଶେଷଦେବ ନାୟକ, ମିସ ଅନିତା ପ୍ରମୁଖ ଙ୍କ ସମେତ ସମସ୍ତ ଗଣମାଧ୍ୟମ ର ପ୍ରତିନିଧ ମାନେ ଉପସ୍ଥିତ ଥିଲେ l Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ by Proprietor Abhimanyu Maharana September 29, 2026 ଐତିହାସିକ ବାଲିଯାତ୍ରା-୨୦୨୬ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଜୋରଦାର,୮୦ ଟି ଖାଦ୍ୟ ଷ୍ଟଲ ବ୍ୟବସ୍ଥା by Proprietor Abhimanyu Maharana September 29, 2026 ହୀରାକୁଦ ଜଳଭଣ୍ଡାରରୁ ୨୮ ଟି ଗେଟ ଖୋଲା ଗଲା,ମହାନଦୀରେ ୮ ଲକ୍ଷ କ୍ୟୁସେକ ଜଳ ପ୍ରବେଶ, ସତର୍କତା ସଂକେତ by Proprietor Abhimanyu Maharana September 29, 2026 ବିଶ୍ୱ ଜଳାତଙ୍କ ଦିବସ ୨୦୨୬ ପାଳନ ଅବସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana September 29, 2026 ସିୟୁଟିଏମ ପରିସରରେ ପ୍ରଫେସର ଏମ.ଏସ. ସ୍ୱାମୀନାଥନ’ଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ପାଳନ by Proprietor Abhimanyu Maharana September 29, 2026 ସଂସ୍କାର ଭାରତୀ, ଉତ୍କଳ ପୂର୍ଵ ପ୍ରାନ୍ତ ତରଫରୁ ବୈଠକ ଅନୁଷ୍ଠିତ ହୋଇ ଯାଇଅଛି by Proprietor Abhimanyu Maharana September 29, 2026