ବିଶ୍ୱ ଏଡସ୍ ଦିବସ-୨୦୨୪ ଅବ୍ୟବ୍ୟହିତ ପୂର୍ବରୁ ସଚେତନତା ସଭା ଓ କ୍ୟାଣ୍ଡେଲ୍ ରାଲି

୦୮ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ  :->  ସ୍ୱେଛାସେବୀ ଅନୁଷ୍ଠାନ ସ୍ୱାତୀ, ଜିଲ୍ଲା ସ୍ୱାସ୍ଥ୍ୟସମିତି, କନ୍ଧମାଳ ଓ ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତ, ଭୂବନେଶ୍ୱର ଙ୍କ ମିଳିତ ସହଯୋଗରେ ବିଶ୍ୱ ଏଡସ୍ ଦିବସ-୨୦୨୪ ଅବସରେ ଫୁଲବାଣି ସ୍ଥିତ ଚନ୍ଦନ ନଗର ଠାରେ ଏ ବର୍ଷ ର ବିଷୟ “ଅଧିକାର ର ସଠିକ ମାର୍ଗ ଅନୁସରଣ କରିବା” କୁ ଜନସାଧାରଣ ଙ୍କ ନିକଟରେ ପହଂଚାଇବା ପାଇଁ ପ୍ରୟାସ କରାଯାଇଛି । ଜିଲ୍ଳା ରେ ଚାଲି ଥିବା ଲକ୍ଷ୍ୟଭେଦି ପ୍ରକଳ୍ପ ମାଧ୍ୟମରେ କନ୍ଧମାଳ ଜିଲ୍ଲା ର କୋଣ ଅନୁକୋଣ ରେ ଗୋଷ୍ଠି ସଚେତନତା ଜାରି ରହିଥିବା ବେଳେ ଡିସେମ୍ବର ୨୦୨୪ ଏଡସ୍ ଦିବସ ଅବ୍ୟବ୍ୟହିତ ପୂର୍ବରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଜିଲ୍ଳା ମୂଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରି ଡାକ୍ତର ସନ୍ତୋଷ କୁମାର ପାଢୀ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ସଂକ୍ରମିତ ବ୍ୟକ୍ତି ମାନଙ୍କୁ ସଠିକ ଚିକିତ୍ସା ଓ ସହଯୋଗ ଦେଇ ଦିର୍ଘଦିନ ବଂଚିବାର ସୁଯୋଗ ଦେବାକୁ ଗୁରୁତ୍ୱ ଦେଇଥିଲେ ।

ଏଥିସହ ଏଚ୍.ଆଇ,ଭି/ଏ.ଡ୍.ସ୍. ସୁପରଭାଇଜର୍ ଦେବାଶିଶ ମିଶ୍ର ଯୋଗଦେଇ ଏଡସ୍ ଦିବସ ପାଳନ ର ମହତ୍ୱ କୁ ଉପସ୍ଥାପନା ଗପ ଓ କାହାଣୀ ମାଧ୍ୟମରେ ଉପସ୍ଥାପନା କରିବା ସହିତ ଏଚ୍.ଆଇ,ଭି/ଏ.ଡ୍.ସ୍ ସମ୍ପର୍କିତ ଥିବା ସୁବିଧା ସୁଯୋଗ ଗୁଡିକୁ ସେମାନଙ୍କ ଅଧିକାର ବୋଲି ନେଇ ଅନ୍ତର୍ଭୁକ୍ତି ହେବା ଆବଶ୍ୟକ ବୋଲି କହିଥିଲେ । ପରାମର୍ଶଦାତା ଗୋବିନ୍ଦ ଚନ୍ଦ୍ର ଜେନା ଏହି ଆଲୋଚନା ରେ ଉପସ୍ଥିତ ରହି ଏଚ୍.ଆଇ,ଭି ଭୁତାଣୁ ବ୍ୟାପିବାର ଚାରିଗୋଟି ମାଧ୍ୟମ କୁ ଜନସାଧାରଣଙ୍କୁ ଅବଗତ କରିଥିଲେ ଓ ଏହି ସଂକ୍ରମଣ କିପରି ଦୁଇ ଦଶନ୍ଧି ପୁର୍ବରୁ ସମାଜ କୁ ଡରାଇ ଥିଲା ତାହା ମଧ୍ୟ ସୁଚନା ଦେଇଥିଲେ ।

ଅନୁଷ୍ଠାନର କୋଷାଧକ୍ଷ ସାନ୍ତୋନୁ କୁମାର ମିଶ୍ର ଓ କର୍ମୀ ପ୍ରଦିପ କୁମାର ସ୍ୱାଇଁ ଅନୁଷ୍ଠାନ ମାଧ୍ୟମରେ ଚାଲିଥିବା କାର୍ଯ୍ୟକ୍ରମ ଗୁଡିକର ଲାଭ ବିଷୟ ରେ ଜଣାଇଥିଲେ । ଏହି ଆଲୋଚନା ଶେଷରେ ଏକ କ୍ୟାଣ୍ଡେଲ୍ ସୋଭାଯାତ୍ରା କରାଯାଇ ସଂକ୍ରମିତ ବ୍ୟକ୍ତି ମାନଙ୍କ ର ଦିର୍ଘାୟୁ କାମନା କରିବାସହ ଯେପରି ଗୋଟିଏ କ୍ୟାଣ୍ଡେଲ୍ ଜାଳିଲେ ସେଥିରୁ ଶହ ଶହ କ୍ୟାଣ୍ଡେଲ୍ ଜଳାଇ ହୁଏ ସେହିପରି ଉପସ୍ଥିତ ଥିବା ଜଣେଜଣେ ବ୍ୟକ୍ତି ଯଦି ଶହ ଶହ ବ୍ୟକ୍ତି ଙ୍କୁ ସୂଚନା ଦେବେ ତାହାହେଲେ ଏ.ଡ୍.ସ୍. ଭଳି ମହାମାରି କୁ ରୋକାଯାଇ ପାରିବ ବୋଲି ଡାକ୍ତର ପାଢୀ ମତବ୍ୟକ୍ତ କରିଥିଲେ ।

Exit mobile version