Home ଓଡ଼ିଶା କନ୍ଧମାଳ ଜିଲ୍ଲା ସଦର ମହକୁମା ରେ ବିଶ୍ୱ ଏଡ଼ସ ଦିବସ ପାଳିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୮ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ଫୁଲବାଣୀ ଠାରେ ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇଯାଇଛି l ସକାଳ 9.30 ମିନିଟ ସମୟରେ, ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼କ୍ଟର ସନ୍ତୋଷ କୁମାର ପାଢ଼ୀ, ପତାକା ଦେଖାଇ ସତେତନତା ଶୋଭାଯାତ୍ରା ତଥା ସଚେତନତା ପ୍ରଚାର ଗାଡି ର ଶୁଭାରମ୍ଭ କରିଥିଲେ l ଏହି ସମୟରେ ଜିଲ୍ଲା ଏଡ଼ସ କାର୍ଯ୍ୟକ୍ରମର ନୋଡାଲ ଅଫିସର ଡ଼କ୍ଟର ପ୍ରସନ୍ନ କୁମାର ତ୍ରିପାଠୀ, ଶ୍ରୀ ମନୋରଞ୍ଜନ ସାହୁ, ଡିପିମ, ଏନ ଏଚ ମ, ଶ୍ରୀ ଧର୍ମେନ୍ଦ୍ର ତାଣ୍ଡି, ସ୍ୱାସ୍ଥ୍ୟ ଶିକ୍ଷା ଅଧିକାରୀ, ଶ୍ରୀ ଦେବାଶିଷ ମିଶ୍ର, ଜିଲ୍ଲା ଏଡ଼ସ ସୁପରଭାଇଜର, ଶ୍ରୀ ଗୋବିନ୍ଦ ଚନ୍ଦ୍ର ଜେନା, ଏଡ଼ସ କାଉନ ସିଲର, ଶ୍ରୀ ଶିବରଞ୍ଜନ ଦାଶ, ଏ ମ, ଆ ଇ ସି, ଶ୍ରୀ ପ୍ରଦୀପ କୁମାର ସ୍ୱାଇଁ, ସ୍ଵାତି ଅନୁଷ୍ଠାନ ଇତ୍ୟାଦି ଉପସ୍ଥିତ ଥିଲେ. ଶୋଭାଯାତ୍ରା ରେ ଶ୍ୱାସ୍ଥ୍ୟ ବିଭାଗ ରା ଛାତ୍ରୀ ମାନେ, ସ୍ଵାତି ର ଶ୍ୱେଛାସେବୀ ମାନେ ତଥା ଟି ଜି କମୁନିଟି ର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ. ଶୋଭାଯାତ୍ରା ସହର ପରିକ୍ରମା କରି ମୁଖ୍ୟ ଚିକିତ୍ସାଳୟ ରେ ପହଂଚିଲା ପରେ ନରସିଙ୍ଗ କଲେଜ ରେ ଏକ ସାଧାରଣ ସଭା କାର୍ଯ୍ୟକ୍ରମ ହୋଇଥିଲା, ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମୁଖ୍ୟ ଚିକିତ୍ସା ତଥା ଜନସ୍ଵାଥ୍ୟ ଅଧିକାରୀ ଡ଼କ୍ଟର ସନ୍ତୋଷ କୁମାର ପାଢ଼ୀ , ସାମୁହିକ ପ୍ରଚେଷ୍ଟା ଦ୍ୱାରା ଏଡ୍ସ ସଂକ୍ରମଣ କୁ ନିୟନ୍ତ୍ରଣ କରାଯାଇ ପାରିବ ତଥା ହ. I.V ସଂକ୍ରମିତ ବ୍ୟକ୍ତିମାନଙ୍କର ସାମାଜିକ ସୁରକ୍ଷା ପ୍ରଦାନ ନିମନ୍ତେ, ପ୍ରଚେଷ୍ଟା ଉପରେ ଗୁରୁତ୍ୱ ଆରୋପ କରିଥିଲେ l ନୋଡାଲ ଅଫିସର ଡ଼କ୍ଟର ପ୍ରସନ୍ନ କୁମାର ତ୍ରିପାଠୀ, ଜିଲ୍ଲା ର ଏଡ଼ସ ନିୟନ୍ତ୍ରଣ କାର୍ଯ୍ୟକ୍ରମ ସମ୍ବନ୍ଧ ରେ ବିଶେଷ ଭାବରେ ଆଲୋକପାତ କରିଥିଲେ, ଡିପିମ ସ୍ୱରଚିତ କବିତା ମାଧ୍ୟମରେ ଏଡ଼ସ ସମ୍ବନ୍ଧରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ. ଆଡିସି ନାଲ ପିଡି, ଜ଼ିଲ୍ଲା ପରିଷଦ ଶ୍ରୀ ନରେନ୍ଦ୍ର ନାୟକ , ସାଧାରଣ ସମ୍ପାଦକ ବରିଷ୍ଟ ନାଗରିକ ମଞ୍ଚ ଶ୍ରୀ ପ୍ରଣବ ମଣ୍ଡକ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ. ଶ୍ରୀ ଧର୍ମେନ୍ଦ୍ର ତାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ. ମହିଳା ସ୍ୱାସ୍ଥ୍ୟ କର୍ମୀ ଛାତ୍ରୀ ମାନଙ୍କ ଦ୍ୱାରା ଦୁଇଟି ସଚେତନତା କାର୍ଯ୍ୟକ୍ରମ ପାରବେଶଣ କରାଯାଇଥିଲା. ପରିଶେଷରେ ବରିଷ୍ଠ ନାଗରିକ ମଞ୍ଚ, ରୋଟାରୀ କ୍ଲବ, ମହିଳା ସ୍ୱାସ୍ଥ୍ୟକର୍ମୀ ତାଲିମ କେନ୍ଦ୍ର, ନର୍ସିଙ୍ଗ କଲେଜ, ସ୍ଵାତି ଅନୁଷ୍ଠାନ, ଟି ଜି କମୁନିଟି ଏବଂ ଜିଲ୍ଲା ରା ତିନି ଜଣ HIV ପରାମର୍ଶଦାତା ଶ୍ରୀ ଦେବାଶିଷ ମିଶ୍ର, ଶ୍ରୀ ଗୋବିନ୍ଦ ଚନ୍ଦ୍ର ଜେନା ଏବଂ ଶ୍ରୀମତୀ ଗୀତାଞ୍ଜଳି ପଣ୍ଡା ଙ୍କୁ ସାନମାନିତ କରାଯାଇଥିଲା.ସମସ୍ତ କାର୍ଯ୍ୟକ୍ରମ କୁ ଶ୍ରୀ ଦେବାଶିଷ ମିଶ୍ର ପରିଚାଳନା କରିଥିଲା ବେଳେ, ଶ୍ରୀ ଗୋବିନ୍ଦ ଚନ୍ଦ୍ର ଜେନା ସହଯୋଗ କରିଥିଲେ I ଆଜି ମଧ୍ୟ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର, ଗୁଟିଙ୍ଗିଆ ଠାରେ ଏକ ରକ୍ତ ଦାନ ଶିବିର ର ଆୟୋଜନ କରାଯାଇଥିଲା l Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ସଂସ୍କାର ଭାରତୀ, ଉତ୍କଳ ପୂର୍ଵ ପ୍ରାନ୍ତ ତରଫରୁ ବୈଠକ ଅନୁଷ୍ଠିତ ହୋଇ ଯାଇଅଛି by Proprietor Abhimanyu Maharana September 29, 2026 ସହିଦ ଭଗତ ସିଂଙ୍କ ଜନ୍ମଦିବସ ପାଳିତ by Proprietor Abhimanyu Maharana September 29, 2026 ଗୀତାପାଠ ହିଁ ମନୁଷ୍ୟର ମନକୁ ଶୁଦ୍ଧ ଓ ଶାନ୍ତ କରିଥାଏ : ଜିଲ୍ଲାପାଳ by Proprietor Abhimanyu Maharana September 29, 2026 ଜାତୀୟ ଷ୍ଟାଟ ଅପ୍ କାର୍ଯ୍ୟକ୍ରମରେ ଅଧ୍ୟାପିକାଙ୍କ ସଫଳତା by Proprietor Abhimanyu Maharana September 29, 2026 ସୃଷ୍ଟି ଏକାଡେମୀରେ ‘ଉତ୍କର୍ଷ ୨.୦ ଇଣ୍ଡଷ୍ଟ୍ରି କନକ୍ଲେଭ୍ ଶିଳ୍ପଜଗତ ସହ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ସମ୍ପର୍କକୁ ସୁଦୃଢ଼ କରିବା ସହ ଭବିଷ୍ୟତମୁଖୀ ପରିଚାଳନା ଗଢ଼ିବା ଉପରେ ଗୁରୁତ୍ୱ by Proprietor Abhimanyu Maharana September 29, 2026 ଓଡ଼ିଶା ଫଟୋଗ୍ରାଫର ମହାସଂଘ ପକ୍ଷରୁ ଫଟୋ ଓ ଭିଡିଓ ବାଣିଜ୍ୟ ମେଳାରେ କନ୍ଧମାଳର ଦୁଇ ପ୍ରତିଭାଙ୍କୁ ସମ୍ମାନ by Proprietor Abhimanyu Maharana September 29, 2026