Home ଓଡ଼ିଶା ନିର୍ମାଣଧିନ ସଭା ଗୃହ କାର୍ଯ୍ୟ ନିର୍ମାଣରେ ବିଳମ୍ବ : ଖତ ଖାଇବାକୁ ବସିଲାଣି ଅର୍ଦ୍ଧନିର୍ମିତ ଗୃହ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୮ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କନ୍ଧମାଳ :-> ରାଜ୍ୟ ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଯୋଜନା ମାଧ୍ୟମରେ ବିଭିନ୍ନ ପଞ୍ଚାୟତ ମୁଖ୍ୟାଳୟ ମାନଙ୍କ ରେ ପକ୍କା ଘର ନିର୍ମାଣ କରୁଛନ୍ତି । କିନ୍ତୁ ସରକାରଙ୍କ କିଛି ବେତନ ଭୋଗୀ ଅସାଧୁ ଯନ୍ତ୍ରୀଙ୍କ ଖାମଖିଆଲି ମନୋବୃତ୍ତି ପାଇଁ ଅନେକ ସ୍ଥାନରେ ଏହି ଗୃହ ନିର୍ମାଣ କାର୍ଯ୍ୟ ଗୁଡ଼ିକ ସମ୍ପୂର୍ଣ୍ଣ ହୋଇ ନ ପାରି ବର୍ଷବର୍ଷ ଧରି ପଡ଼ିରହୁଛି। ଫଳରେ ଯେଉଁ ଉଦେଶ୍ୟରେ ଏଭଳି ଗୃହଗୁଡିକ ନିର୍ମାଣ କରିବା ପାଇଁ ସରକାରୀ ଅର୍ଥ ବ୍ୟୟ ବରାଦ କରାଯାଇଛି, ତାହାର ସଫଳ ରୂପାୟନ ହୋଇପାରୁନାହିଁ। ଏଭଳି ଏକ ଅର୍ଦ୍ଧ ନିର୍ମିତ ଗୃହ ଦେଖିବାକୁ ମିଳିଛି ଫିରିଙ୍ଗିଆ ବ୍ଲକ କୁଇରିମାଣ୍ଡୁ ପଞ୍ଚାୟତ ମୁଖ୍ୟାଳୟଠାରେ। ସୂଚନା ଅନୁସାରେ, ଏହି କୁଇରିମାଣ୍ଡୁ ପଞ୍ଚାୟତର ସ୍ୱୟଂ ସହାୟକ ଗୋଷ୍ଠିର ଏମବିକେ, ସିଆରପି ଏବଂ ମହିଳାମାନଙ୍କ ବୈଠକ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ୨୦୨୦/୨୧ ଆର୍ଥିକ ବର୍ଷରେ ୧୨ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟ ବରାଦରେ ଏକ ଗ୍ରାମ ପଞ୍ଚାୟତ ସ୍ତରୀୟ ଫେଡେରେସନ ଗୃହ ନିର୍ମାଣ ପାଇଁ ଅନୁମୋଦନ କରାଯାଇ ଥିଲା । ମହାତ୍ମା ଗାନ୍ଧୀ କର୍ମନିଯୁକ୍ତି ଯୋଜନା ମାଧ୍ୟମରେ ୦୬/୧୦/୨୦୨୧ ତାରିଖ ଏହି ଗୃହ ନିର୍ମାଣ କମିଟି ଆରମ୍ଭ କରାଯାଇଥିଲା । ଏହି ଗୃହର ନିର୍ମାଣ ଦାୟିତ୍ୱ ପଞ୍ଚାୟତରେ କାର୍ଯ୍ୟରତ ତତ୍କାଳୀନ କନିଷ୍ଠ ଯନ୍ତ୍ରୀ ଅଶୋକ କୁମାର ପାଢ଼ୀ ଙ୍କୁ ଦିଆଯାଇଥିଲା । କିନ୍ତୁ ସମ୍ପୃକ୍ତ ଯନ୍ତ୍ରୀଙ୍କ ଅବହେଳା ପାଇଁ ୨୦୨୧ ମସିହାରୁ ବର୍ତମାନ ୨୦୨୪ ମସିହା ସରିବାକୁ ବସିଲାଣି ଏହି ଗୃହ ନିର୍ମାଣ କାର୍ଯ୍ୟ ସରିପାରିନାହିଁ । ସେପଟେ ଦୀର୍ଘ ୪ ବର୍ଷ ଧରି ଏହି ଗୃହ ନିର୍ମାଣ କାର୍ଯ୍ୟଟି ଅଧାପନ୍ତରିଆ ଭାବରେ ପଡ଼ି ରହିଥିବା ବେଳେ ଅର୍ଦ୍ଧ ନିର୍ମିତ ଗୃହଟି ବର୍ତମାନ ଭୂତକୋଠିରେ ପରିଣତ ହୋଇସାରିଲାଣି । ଅଧା ଗଢ଼ା ଗୃହରେ କୌଣସି କବାଟ ନଥିବାରୁ ଓ ଗୃହ ନିର୍ମାଣ ସରୁନଥିବାରୁ ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ମାନଙ୍କୁ ବୈଠକ କରିବା ପାଇଁ ହେଉ କିମ୍ବା ଅନ୍ୟ କିଛି କାର୍ଯ୍ୟକ୍ରମ କରିବାକୁ ହେଲେ କେତେବେଳେ ପଞ୍ଚାୟତ ବାରଣ୍ଡା ତ ଆଉ କେତେବେଳେ ଗାଁ ମୁଣ୍ଡରେ ଥିବା ଆମ୍ବଗଛ ତଳେ ବସି ବୈଠକ କରିବାକୁ ପଡୁଛି। ତେବେ ପଞ୍ଚାୟତ ଅଧିନରେ କାର୍ଯ୍ୟରତ ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ମାନଙ୍କ ସହ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ସମସ୍ତେ ଏହି ଗୃହ ନିର୍ମାଣ ସମ୍ପୂର୍ଣ୍ଣ କରିବା ପାଇଁ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ବ୍ଲକ ପ୍ରଶାସନ ଶୁଣୁ ନଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ସେପଟେ ଏହି ଗୃହ ବିଷୟରେ ବର୍ତମାନ କାର୍ଯ୍ୟରତ ଥିବା କନିଷ୍ଠ ଯନ୍ତ୍ରୀ ଶିଶିର କୁମାର ପାଟଶାଣୀଙ୍କୁ ପଚାରିବାରୁ ମୁଁ ଏହି ପଞ୍ଚାୟତରେ ନୂତନ ଭାବରେ ଯୋଗଦେଇଛି। ସେହି ଗୃହ ବିଷୟରେ ମୋ ପାଖରେ କୌଣସି ସୂଚନା ନାହିଁ କି ସେହି ଗୃହର କୌଣସି ରେକର୍ଡ ପଞ୍ଚାୟତରେ କିମ୍ବା ବ୍ଲକରେ ନାହିଁ ବୋଲି ସୂଚନା ଦେଇଛନ୍ତି।ଅନ୍ୟପଟେ ଫିରିଙ୍ଗିଆ ବ୍ଲକରେ କାର୍ଯ୍ୟରତ ମନରେଗା ସାମ୍ପ୍ରସରଣ ଅଧିକାରୀ ସୁମନ୍ତ କୁମାର ଉଠାଣସିଂଙ୍କୁ ପଚାରିବାରୁ ଉଭୟ ଯନ୍ତ୍ରୀ ଓ ଠିକାଦାରଙ୍କ ଅବହେଳା ପାଇଁ ଗୃହ ନିର୍ମାଣ କାର୍ଯ୍ୟଟି ଅଧାରେ ରହିଛି। ଖୁବଶୀଘ୍ର କାମଟିକୁ ସମ୍ପୂର୍ଣ୍ଣ କରାଯିବ ବୋଲି କହିଛନ୍ତି। ଯଦି ବ୍ଲକରେ କିମ୍ବା ପଞ୍ଚାୟତରେ ଏହି ଗୃହ ନିର୍ମାଣର କୌଣସି ରେକର୍ଡ ନାହିଁ ତାହେଲେ ଏହି କାମଟି କିଭଳି ଭାବରେ ସମ୍ପୂର୍ଣ୍ଣ ହୋଇପାରିବ ତାହାକୁ ନେଇ ଦ୍ବନ୍ଦ୍ବ ଦେଖାଦେଇଛି। ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପଚାରିବାରୁ କାମ ସରିନାହିଁ ଶୀଘ୍ର ସାରିବାକୁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି। Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ସଂସ୍କାର ଭାରତୀ, ଉତ୍କଳ ପୂର୍ଵ ପ୍ରାନ୍ତ ତରଫରୁ ବୈଠକ ଅନୁଷ୍ଠିତ ହୋଇ ଯାଇଅଛି by Proprietor Abhimanyu Maharana September 29, 2026 ସହିଦ ଭଗତ ସିଂଙ୍କ ଜନ୍ମଦିବସ ପାଳିତ by Proprietor Abhimanyu Maharana September 29, 2026 ଗୀତାପାଠ ହିଁ ମନୁଷ୍ୟର ମନକୁ ଶୁଦ୍ଧ ଓ ଶାନ୍ତ କରିଥାଏ : ଜିଲ୍ଲାପାଳ by Proprietor Abhimanyu Maharana September 29, 2026 ଜାତୀୟ ଷ୍ଟାଟ ଅପ୍ କାର୍ଯ୍ୟକ୍ରମରେ ଅଧ୍ୟାପିକାଙ୍କ ସଫଳତା by Proprietor Abhimanyu Maharana September 29, 2026 ସୃଷ୍ଟି ଏକାଡେମୀରେ ‘ଉତ୍କର୍ଷ ୨.୦ ଇଣ୍ଡଷ୍ଟ୍ରି କନକ୍ଲେଭ୍ ଶିଳ୍ପଜଗତ ସହ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ସମ୍ପର୍କକୁ ସୁଦୃଢ଼ କରିବା ସହ ଭବିଷ୍ୟତମୁଖୀ ପରିଚାଳନା ଗଢ଼ିବା ଉପରେ ଗୁରୁତ୍ୱ by Proprietor Abhimanyu Maharana September 29, 2026 ଓଡ଼ିଶା ଫଟୋଗ୍ରାଫର ମହାସଂଘ ପକ୍ଷରୁ ଫଟୋ ଓ ଭିଡିଓ ବାଣିଜ୍ୟ ମେଳାରେ କନ୍ଧମାଳର ଦୁଇ ପ୍ରତିଭାଙ୍କୁ ସମ୍ମାନ by Proprietor Abhimanyu Maharana September 29, 2026