୦୮ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ :-> ଜଟଣୀ ସହରର ଅଗ୍ରଣୀ ସମାଜିକ ଅନୁଷ୍ଠାନ ସମ୍ଭାବନା ପରିବାର ପକ୍ଷରୁ ସ୍ଥାନୀୟ ପ୍ରାଣନାଥ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଥିବା ତୃତୀୟ ସମ୍ଭାବନା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛିl ଏହି ଟୁର୍ଣ୍ଣାମେଣ୍ଟରେ ଯଥାକ୍ରମେ ଜଟଣୀ ମ୍ୟୁନିସିପାଲଟି ଏକାଦଶ,ଜଟଣୀ ମିଡିଆ ଆଇକନ ଏକାଦଶ,ଜଟଣୀ ବାର୍ ଆସୋସିଏସନ୍ ଏକାଦଶ ଏବଂ ଆୟୋଜକ ସମ୍ଭାବନା ପରିବାର ଅଂଶଗ୍ରହଣ କରିଥିଲେl ୧୦ ଓଭର ବିଶିଷ୍ଟ ନକ୍ଆଉଟ୍ ଆଧାରରେ ସମସ୍ତ ମ୍ୟାଚ ଅନୁଷ୍ଠିତ ହୋଇଥିଲା।
