୦୮ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ ଜିଲ୍ଲା :-> ସ୍ଥାନୀୟ ନବଘନପୁର ଉଚ୍ଚ ବିଦ୍ଯାଳୟ ଖେଳ ପଡ଼ିଆରେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ,ଓଡିଶାର ନୟାଗଡ଼ ଜିଲ୍ଲା ସ୍ତରୀୟ କ୍ରୀଡା ସମାରୋହ ଜିଲ୍ଲା ପ୍ରମୁଖ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ନୟାଗଡ଼ ଜିଲ୍ଲାର ବିଭିନ୍ନ ବିଦ୍ଯାଳୟର କୁନି କୁନି ଶିଶୁ ଖେଳାଳୀ ମାନଙ୍କ ଦ୍ବାରା ଏହି କ୍ରୀଡା ସମାରୋହରେ ୨୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ସକାଳ ୧୦ଟାରେ ମାଛିପଡା ଉଚ୍ଚ ବିଦ୍ଯାଳୟର ଖେଳ ଶିକ୍ଷକ ସନ୍ନ୍ଯାସୀ ପ୍ରଧାନ ମଶାଲ ପ୍ରଜ୍ବଳନ କରି କ୍ରୀଡା ସମାରୋହ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।

