୦୮ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> ରେଭେନ୍ସା ବିଶ୍ୱବିଦ୍ୟାଳୟ ୧୯୯୧ ମସିହା ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ସଂଘ ରୁଦ୍ର-୯୧ (Ravenshawvian PG 91 Urge Driven Relationship Advancement- RUDRA 91) ଆନୁକୂଲ୍ୟରେ ରବିବାର ଦ୍ବିତୀୟ ବନ୍ଧୁ ମିଳନ ରେଭେନ୍ସ ବିଶ୍ୱବିଦ୍ୟାଳୟ ଅର୍ଥନୀତି ବିଭାଗର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୧୯୯୧ ବ୍ୟାଚ୍ ସ୍ନାତକୋତ୍ତର (ସମସ୍ତ ବିଭାଗ) ଛାତ୍ରଛାତ୍ରୀ ମାନେ ଏକ କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ଧର୍ମପଦ ମହାପାତ୍ରଙ୍କୁ ସମ୍ମାନିତ କରିବା ସହ ବିଶ୍ୱବିଦ୍ୟାଳୟ ପରିସର ପରିକ୍ରମା କରି ବୃକ୍ଷରୋପଣ କରିଥିଲେ । ସମସ୍ତ ଛାତ୍ରଛାତ୍ରୀ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ଦିବସଟିକୁ ପାଳନ କରିଥିଲେ ।
