Home ଓଡ଼ିଶା କଟକ ବିଡ଼ାନାସୀ ଅଞ୍ଚଳର ୧ ନମ୍ବର ଓ୍ବାର୍ଡରେ : ଡ୍ରେନ୍ ପାଖ ପାଚେରୀ ଭୁଷୁଡ଼ି ଜଣେ ଶ୍ରମିକଙ୍କର ମୃତ୍ୟ ଘଟିଛି – ୪ ଜଣ ଆହତ by Proprietor Abhimanyu Maharana 2 years ago Add a heading - 1 Share on FacebookShare on TwitterWhatsapp ୦୮ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ମହାନଗର ନିଗମ ଦ୍ୱାରା ବିଡ଼ାନାସୀ ଅଞ୍ଚଳର ୧ ନମ୍ବର ଓ୍ବାର୍ଡରେ ଡ୍ରେନ୍ କାମ ଚାଲିଥିବାବେଳେ ରବିବାର ଘଟିଛି ଏକ ଅଘଟଣ । ଡ୍ରେନ୍ ପାଖ ପାଚେରୀ ଭୁଷୁଡ଼ି ଜଣେ ଶ୍ରମିକଙ୍କର ମୃତ୍ୟ ଘଟିଛି । ଏଥିସହ ୪ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ତେବେ ବିନା ସୁରକ୍ଷା, ବିନା ନାମ ଫଳକ ଏବଂ ବିନା ନିରୀକ୍ଷକରେ କିଭଳି ଚାଲିଥିଲା ନିର୍ମାଣ କାର୍ଯ୍ୟ ବୋଲି ପ୍ରଶ୍ନ ଉଠାଇଛନ୍ତି ଅଞ୍ଚଳବାସୀ । ଅନ୍ୟପଟେ କିଛି ମାସ ତଳେ ଏହିଭଳି ଘଟଣା ଘଟିଥିଲେ ମଧ୍ୟ ମହାନଗର ନିଗମ କେବଳ ଅନୁକମ୍ପା ରାଶି ପ୍ରଦାନ କରି ନିଜ କର୍ତ୍ତବ୍ୟ ସାରିଥିଲା । ତେବେ ଆଜିର ଏ ଘଟଣା କେଉଁଠି ନା କେଉଁଠି କଟକ ମହାନଗର ନିଗମର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ଉଠାଇଛି । ତେବେ ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ସିଏମସିର ଜଣେ ଠିକାଦାର ଏହି ଡ୍ରେନ ନିର୍ମାଣ କାର୍ଯ୍ୟ ହାତକୁ ନେଇଥିଲେ। କାର୍ଯ୍ୟ ସମୟରେ ୫ ଜଣ ଶ୍ରମିକ ନିୟୋଜିତ ରହିଥିଲେ । ୩ ଦିନ ପୂର୍ବରୁ ଏମାନେ କାମ ଆରମ୍ଭ କରିଥିଲେ । ହେଲେ ସ୍ଥାନୀୟ ଲୋକଙ୍କ ବାରଣ ସତ୍ତ୍ୱେ କାମ ନ ରୋକି ଡ୍ରେନ କାର୍ଯ୍ୟ ଜାରି ରଖିଥିଲେ ଏହି ଠିକାଦାର । କୌଣସି ସୁରକ୍ଷା ବ୍ୟବସ୍ଥା ନ ନେଇ ଏହି କାର୍ଯ୍ୟ ଜାରି ରଖିଥିଲେ ସମସ୍ତ ଶ୍ରମିକ । କିନ୍ତୁ ଡ୍ରେନ ପାଖ ପାଚେରୀ ହଠାତ ଭୁଷୁଡ଼ି ପଡ଼ିବା ଫଳରେ ଜଣେ ଶ୍ରମିକଙ୍କର ମୃତ୍ୟ ଘଟିଛି । ତେବେ ସିଏମସିରେ ଏଭଳି ଘଟଣା ଆଗରୁ ଘଟି ସାରିଛି । ହେଲେ ଏଭଳି ଠିକାଦାରଙ୍କୁ କାମ ଦେବା ଓ ଅକାରଣରେ ଜୀବନ ଯିବା ଘଟଣାକୁ ନେଇ ସିଏମସିକୁ ଦାୟୀ କରିଛନ୍ତି ବିଡ଼ାନାସୀ ଅଞ୍ଚଳବାସୀ । Categories: ଓଡ଼ିଶା, କଟକ, ହୋମ୍ Related Content ଭାରତ ସ୍କାଉଟ୍, ଗାଇଡ୍ପ୍ର ପ୍ରତିଷ୍ଠା ଦିବସ ଓ ତାଲିମ କର୍ମଶାଳା by Proprietor Abhimanyu Maharana November 10, 2026 ରାଜସୁନାଖଳାରେ ଶ୍ୟମାକାଳୀପୂଜା ଉତ୍ସବ ପାଳିତ by Proprietor Abhimanyu Maharana November 10, 2026 ଅସାମାଜିକ ଦୃବୁତ୍ତଙ୍କ ଦ୍ୱାରା ପୋଖରୀରେ ବିଷ ପ୍ରୟୋଗ : ଲକ୍ଷାଧିକ ଟଙ୍କାର ମାଛ ନଷ୍ଟ, ଚାଷୀ ହତାଶ by Proprietor Abhimanyu Maharana November 10, 2026 ଅଟିଜିମ ଯୁବକ ଆଶୁତୋଷଙ୍କର ଆନ୍ତର୍ଜାତୀୟ ରେକର୍ଡ ହାସଲ by Proprietor Abhimanyu Maharana November 10, 2026 Autistic Youth Asutosh creates International Record by Proprietor Abhimanyu Maharana November 10, 2026 ଆମ୍ବୁଲାନ୍ସ ଗାଡି ନିୟନ୍ତ୍ରଣ ହରାଇ ଗଛକୁ ଧକା ଦେବାରେ ତିନି ଜଣଙ୍କର ମୃତୁ by Proprietor Abhimanyu Maharana November 10, 2026