୦୮ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ଉତର ପ୍ରଦେଶ ସରକାର ମହାକୁମ୍ଭ ୨୦୨୫କୁ ଭାରତର ସାଂସ୍କୃତିକ ଏକତାର ଏକ ଆନ୍ତର୍ଜାତୀୟ ପ୍ରତୀକରେ ପରିଣତ କରିବା ପାଇଁ ସମର୍ପିତ ରହିଛନ୍ତି । ଏହି ପ୍ରୟାସ ଓ ଲକ୍ଷ୍ୟର ଅଂଶ ଭାବେ ଉତର ପ୍ରଦେଶର ଶ୍ରମ ଓ ରୋଜଗାର ମନ୍ତ୍ରୀ ଅନୀଲ ରାଜଭାର ଓଡିଶାରେ ଏକ ବିଶାଳ ରୋଡ୍ଶୋର ନେତୃତ୍ୱ ନେଇଥିଲେ । ସେ ଓଡିଶାର ରାଜ୍ୟପାଳ ଶ୍ରୀ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ଓଡିଶାର ଲୋକମାନଙ୍କୁ ପ୍ରୟାଗରାଜ-ମହାକୁମ୍ଭ ୨୦୨୫ରେ ଯୋଗ ଦେବା ପାଇଁ ଆମନ୍ତ୍ରିତ କରିଥିଲେ । ସରକାର ଏହି କାର୍ଯ୍ୟକ୍ରମକୁ ଐତିହାସିକ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରୁଛନ୍ତି, ଯେଉଁଥିରେ ଆନ୍ତର୍ଜାତୀୟ ଅଂଶଗ୍ରହଣ ଓ ଅତ୍ୟାଧୁନିକ ବ୍ୟବସ୍ଥା ସାମିଲ ରହିଛି । ରୋଡ୍ଶୋ’ ପରେ ସାମ୍ବାଦିକ ସମ୍ମିଳନୀ ସମୟରେ ମିଡିଆ ସହ ଆଲୋଚନା କରି ସେ କହିଛନ୍ତି, ଚଳିତ ବର୍ଷର ମହାକୁମ୍ଭ ଉଭୟ ମହାନତା ଓ ଦିବ୍ୟ ମହତ୍ୱ ଦୃଷ୍ଟିରୁ ପୂର୍ବର କୁମ୍ଭମେଳାକୁ ଅତିକ୍ରମ କରିବ । ପ୍ରୟାଗରାଜ-ମହାକୁମ୍ଭ ୨୦୨୫, ୪୫୦ ମିଲିୟନରୁ ଅଧିକ ତୀର୍ଥଯାତ୍ରୀ, ସାଧୁ ସନ୍ଥ, ତପସ୍ୱୀ ଓ ପର୍ଯ୍ୟଟକଙ୍କୁ ସ୍ୱାଗତ କରିବ ବୋଲି ଆଶା କରାଯାଉଛି ।

