ଯଶୋବନ୍ତ ସାହିତ୍ୟ ଓ ସଂସ୍କୃତି ସଂସଦ ପକ୍ଷରୁ ସାରସ୍ୱତ ସଭା

୦୭ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :-> ପବିତ୍ର ଓଢଣ ଷଷ୍ଠି ଉପଲକ୍ଷେ ଶନିବାର ବିରିଡି ବ୍ଲକ ଅଢଙ୍ଗ ଗଡ଼ ନାଇଲୋ ସ୍ଥିତ ଯଶୋବନ୍ତ ସାହିତ୍ୟ ଓ ସଂସ୍କୃତି ସଂସଦ ପକ୍ଷରୁ ଏକ ସାରସ୍ୱତ ସଭା ଶ୍ରୀରାମ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି l ସଂସଦ ପରିଚାଳନା କମିଟି ସଭା ପତି ଦେବୀପ୍ରସାଦ ତ୍ରିପାଠୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସ୍ଲିପ, ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ କୁମାର ସ୍ୱାଇଁ, ପ୍ରଧାନ ଅତିଥି ଭାବେ ସାଂସଦ ବିଭୁ ପ୍ରସାଦ ତରାଇ, ମୁଖ୍ୟ ବକ୍ତା ଭାବେ ବ୍ରହ୍ମଚାରୀ ବାବା ସତ୍ୟା ନନ୍ଦ ଦାସ ମହାରାଜ, ବରେଣ୍ୟ ଅତିଥି ଭାବେ ବିଧାୟକ ତିର୍ତୋଲ ଡ଼ ରମାକାନ୍ତ ଭୋଇ,ବିଧାୟକ ବାଲିକୁଦା ଏରଷମା ସାରଦା ପ୍ରଶନ ଜେନା, ସମ୍ମାନିତ ଅତିଥିତି ଭାବେ ଜିଲ୍ଲାପରିଷଦ ସଭାପତି ମନୋଜ କୁମାର ଭୋଇ, ବ୍ଲକ ଅଧ୍ୟକ୍ଷା ମମତା ପାତ୍ର, ଯୋଗଦେଇଥିଲେ l

ଅନୁଷ୍ଠାନର ଉପଦେଷ୍ଟା ଲିଙ୍ଗରାଜ ମଲ୍ଲ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିଲେ l ସମ୍ପାଦକ ସୁବ୍ରତ ପ୍ରସାଦ ମହାପାତ୍ର ବିବରଣୀ ପାଠ କରିଥିଲେ l ଅତିଥି ମାନେ କହିଲେ ମହାପୁରୁଷ ସନ୍ଥ ଯଶୋବନ୍ତ ଙ୍କ ସମାଧି ଦିବସରେ ଅଢଙ୍ଗ ହୁଏ ଅନ୍ୟ ଏକ ଶ୍ରୀକ୍ଷେତ୍ର l ମହାପ୍ରଭୁ ଜଗନ୍ନାଥ ଏ ପୀଠକୁ ଦିନକ ପାଇଁ ଆସିଥାନ୍ତି l ଏପୀଠର ପବିତ୍ର ଧୂଳି ଆଜି ଦେହରେ ବୋଳିହୋଇ ମଣିଷ ପଣିଆକୁ ସାର୍ଥକ କରନ୍ତୁ l ଯଶୋବନ୍ତ ଜୀବନ ବ୍ୟାପି ଯେଉଁ ସାଧନା କରିଥିଲେ ତାହା ଆମ ସମାଜ ପାଇଁ ଛାଡି ଯାଇଛନ୍ତି l ଏହାର ଉଦାହରଣ ହେଉଛି ଯଶୋବନ୍ତ ଗୋସ୍ୱାମୀ ଙ୍କ ପ୍ରେମ ଭକ୍ତି ବ୍ରହ୍ମ ଗୀତା, ଶିବ ସ୍ୱରଦୟ, ବଣଭୋଜି ବୋଲି, ଟୀକା ଗୋବିନ୍ଦ ଚନ୍ଦ୍ର, ପଦ୍ମବନ ରାସ ମାଳିକା,

ଭଜନ ଜଣାଣ, ଚୌପଦୀ ଚଉତିଶା ଓ ମାଳିକା ଆଦିରେ ଆଧ୍ୟାତ୍ମିକ ଚେତନା ଜାଗରଣ କରି ସମାଜରେ ସଂସ୍କାର ଆଣିବାସହିତ ଜ୍ଞାନ ଓ ବିଜ୍ଞାନକୁ ତୁଳନା କରି ଅତି ବାସ୍ତବ ସତ୍ୟ କଥା ଉଦାହରଣ ଦେଇଯାଇଛନ୍ତି l  ତେଣୁ ଅଢଙ୍ଗ ଗଡ଼ ଯଶୋବନ୍ତ ଙ୍କୁ ପାଇଁ ଏ ମାଟି ଧନ୍ୟ ହୋଇଛି l ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ବାବା ସତ୍ୟାନନ୍ଦ ଦାସ ମହାରାଜ ଙ୍କୁ ଯଶୋବନ୍ତ ପ୍ରତିଭା ସମ୍ମାନ, ପିତାମ୍ବର ତରାଇଙ୍କୁ ସାହିତ୍ୟ ପ୍ରତିଭା ସମ୍ମାନ, ସ୍ନେହ ମୟୀ ଆଚାର୍ଯ୍ୟ ଙ୍କୁ ଆଦର୍ଶ ନାରୀ ସମ୍ମାନ, ସୌଭାଗିନୀ ରାୟ ଙ୍କୁ ସଂସ୍କୃତି ସମ୍ମାନ, ଅଜୟ କୁମାର ଖୁଣ୍ଟିଆ ଙ୍କୁ ସେବା ସମ୍ମାନ ପ୍ରଦାନ କରାଯାଇଥିଲା l କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ଏହା ସହିତ ସଂସଦ ର ବାର୍ଷିକ ସ୍ମୃତି ପତ୍ର ‘ତୀର୍ଥ ‘ ଉନ୍ମୋଚନ କରାଯାଇଥିଲା l ଶେଷରେ ଧନ୍ୟବାଦ ଦେଇଥିଲେ ପ୍ରଦୀପ୍ତ ସାହୁ l

Exit mobile version