Home ଓଡ଼ିଶା ବାଙ୍କୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ରଛାତ୍ରୀମାନଙ୍କର ଗ୍ରାମଦର୍ଶନ କାର୍ଯ୍ୟକ୍ରମ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ୦୭ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ସରସ୍ୱତୀ ବିଦ୍ୟାମନ୍ଦିରର ନବମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କର ‘ଗ୍ରାମଦର୍ଶନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ୯ମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଡମପଡ଼ା ବ୍ଲକ ଅନ୍ତର୍ଗତ ଗୋପାଳପୁର ଓ ପାଟପୁର ଗ୍ରାମ ପରିଭ୍ରମଣ କରିଥିଲେ । ଗାଁର ଚାଲିଚଳଣି, ପରମ୍ପରା, କୌଳିକ ବୃତ୍ତି, ଗାଁ ପରିବେଶ ଯଥା ଭାଗବତ ଟୁଙ୍ଗୀ , ମଠ, ମନ୍ଦିର, ତୋଟା, ପୋଖରୀ ଓ ଶସ୍ୟକ୍ଷେତ୍ର ଇତ୍ୟାଦି ପରିଦର୍ଶନ କରି ଛାତ୍ରଛାତ୍ରୀମାନେ ପ୍ରତେକ୍ଷ ଜ୍ଞାନ ଲାଭ କରିଥିଲେ । ଗୋପାଳପୁର ଭାଗବତ ଘର ଠାରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ପ୍ରଧାନ ଆଚାର୍ଯ୍ୟ ଶରତ ଚନ୍ଦ୍ର ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ପଣ୍ଡିତ ନଗେନ୍ଦ୍ର କୁମାର ମହାପାତ୍ର, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶରତଚନ୍ଦ୍ର ରଥ, ଗୁଣନିଧି ମହାନ୍ତି ଓ ଶିକ୍ଷାବିତ୍ , ଶରତ କୁମାର ମହାପାତ୍ର ଯୋଗଦେଇ ଗ୍ରାମ୍ୟ ଜୀବନର ମହାନ୍ ପରମ୍ପରା , ଚଳଣି, ଭାଇଚାରା ସଂପର୍କ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇଥିଲେ । ସଂପାଦକ ତାପସ କୁମାର ଦାସ କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ କହିଥିଲେ । ବିଦ୍ୟାଳୟର ପରିଚାଳନା କମିଟି ସଭ୍ୟ ମନୋଜ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । Categories: ଓଡ଼ିଶା, କଟକ, ହୋମ୍ Related Content ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ by Proprietor Abhimanyu Maharana May 11, 2026 ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ by Proprietor Abhimanyu Maharana May 11, 2026 ଅହଙ୍କାର ସର୍ବନାଶ ‘ଜଉଘର’ ନାଟକରେ ସୁନ୍ଦର ଭାବ ପ୍ରତିଫଳିତ by Proprietor Abhimanyu Maharana May 11, 2026 ପୁରୀ ସହର ସମସ୍ୟା ବୁଝିବ କିଆ ? ଚେଇଁ ଶୋଇଥାଏ ଯିଏ ତାକୁ ଉଠାଇବ କିଏ by Proprietor Abhimanyu Maharana May 11, 2026 ବଙ୍ଗୋମୁଣ୍ଡା ସାମ୍ବାଦିକ ଭବନ ପାଇଁ ଭୂମି ପୂଜନ କଲେ ବିଧାୟକ - ଲକ୍ଷ୍ମଣ ବାଗ by Proprietor Abhimanyu Maharana May 11, 2026 ତୁରେକେଲା ଥାନା ପରିସରରେ ମହିଳା ଓ ଶିଶୁମାନଙ୍କ ସଚେତନତା ପାଇଁ “ଜୁଭେଣ୍ଟିକା’ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana May 11, 2026