ରାଣୀ ଶୁକଦେଈ ସ୍ମୃତି ପରିଷଦ ଆନୁକୁଲ୍ୟରେ ସ୍ମୃତି ରକ୍ଷା ପାଇଁ ବୈଠକ

୦୭ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ  :-> ବୀରାରାଣୀ ଶୁକଦେଈ ସ୍ମୃତି ପରିଷଦ ଆନୁକୁଲ୍ୟରେ ବାଙ୍କୀ କଲେଜ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବିଶେଷ କରି ରାଣୀ ଶୁକଦେଈଙ୍କ ସ୍ମୃତି ରକ୍ଷା କରିବା ପାଇଁ ବାଙ୍କୀ ଗଡ଼ଠାରେ ତୋରଣ ନିର୍ମାଣ, ବାଙ୍କୀ ତୁଳସୀପୁର ପ୍ରବେଶ ପଥରେ ରାଣୀ ଶୁକଦେଈ ପ୍ରବେଶ ପଥ, ରାଣୀଙ୍କ ବୀରତ୍ୱ ଓ ସହନଶୀଳତା ଉପରେ ପୁସ୍ତକ ପ୍ରକାଶ ଏବଂ ରାଣୀଙ୍କ ଶ୍ରାଦ୍ଧ ଦିବସ ଅବସରରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବାପାଇଁ ବୈଠକରେ ସ୍ଥିର କରାଯାଇଛି ।

ଉକ୍ତ ବୈଠକରେ ଶିକ୍ଷାବିତ୍ କିଶୋର ନୀଳମାଧବ ମିଶ୍ର ସଭାପତିତ୍ୱ କରିବା ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପରିଷଦର ଉପସଭାପତି କବି ରବିନାରାୟଣ ମଙ୍ଗରାଜ ଓ କୌଶିକ ନାୟକ ରାଣୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ରାଣୀଙ୍କ ସଂପର୍କରେ ପ୍ରଚାରପତ୍ର ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଥିଲେ । ପରିଷଦର ସଂପାଦକ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ବିବରଣୀ ପ୍ରଦାନ କରିଥିଲେ ।

ବରିଷ୍ଠ ସଭ୍ୟ ନରୋତ୍ତମ ବେହେରା ଯୋଗଦାନ କରି ରାଣୀଙ୍କ ମହିମା ସଂପର୍କରେ ମତପ୍ରକାଶ କରିବା ସହ ଆଗାମୀ ବାର୍ଷିକ ଉତ୍ସବ ଅବସରରେ ତାଙ୍କ ଦ୍ୱାରା ପ୍ରସ୍ତୁତ ପୁସ୍ତକ ପ୍ରକାଶ ପାଇବ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଡକ୍ଟର ଶୈଳେନ୍ଦ୍ର ଚନ୍ଦ୍ର ଦେଓ, ଅକ୍ଷୟ କୁମାର ସାମଲ, ମଧୁସୂଦନ ରାଉତରାୟ, ରମାକାନ୍ତ ଭଞ୍ଜ, ବିଶ୍ୱରଞ୍ଜନ ସ୍ୱାଇଁ, ଦୀପକ କୁମାର ସାମନ୍ତରା, ବଂଶୀଧର ମହାପାତ୍ର, ମନ୍ମଥ କୁମାର ସ୍ୱାଇଁ, ସଂକୁନ୍ତଳା ମଲ୍ଲିକ ପ୍ରମୁଖ ଯୋଗଦାନ କରି ରାଣୀଙ୍କ ସ୍ମୃତି ରକ୍ଷା ପାଇଁ ବିଭିନ୍ନ ପ୍ରସ୍ତାବମାନ ଆଗତ କରିଥିଲେ । ରବିନାରାୟଣ ମଙ୍ଗରାଜ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version