Home ଓଡ଼ିଶା ନରେନ୍ଦ୍ର ମୋଦି ଅଧ୍ୟୟନ କେନ୍ଦ୍ର – ଅଧ୍ୟକ୍ଷ ହେଲେ ବିଶ୍ୱଭୂଷଣ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୭ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଦେଶର ବିକାଶ ଓ ତା’ସହିତ ଜଡ଼ିତ ବିଭିନ୍ନ ଯୋଜନା ସଂକ୍ରାନ୍ତରେ ଗବେଷଣା କରିବା ପାଇଁ ‘ସେଣ୍ଟର ଫର୍ ନରେନ୍ଦ୍ର ମୋଦି ଷ୍ଟଡିଜ୍’ (ସିଏନ୍ଏମ୍ଏସ୍) ନାମରେ ଏକ ଆନ୍ତର୍ଜାତିକ କେନ୍ଦ୍ର ନୂଆଦିଲ୍ଲୀରେ ଖୋଲା ଯାଇଛି । ଏହି କେନ୍ଦ୍ରର ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ ଭାବେ ପୂର୍ବତନ ରାଜ୍ୟପାଳ ତଥା ଓଡ଼ିଶାର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ନିଯୁକ୍ତି ଦିଆଯାଇଛି । ଏହି ସଂସ୍ଥାନର ମ୍ୟାନେଜିଂ ଟ୍ରଷ୍ଟି ପ୍ରଫେସର ଜସିମ୍ ମହ୧ଦ କହିଛନ୍ତି ଯେ ଏହି ଆନ୍ତର୍ଜାତିକ ଗବେଷଣା କେନ୍ଦ୍ର ଦେଶର ବକି ।ଶ କ୍ଷେତ୍ରରେ ଉଲ୍ଳେଖନୀୟ ଭୂମିକା ନବି ର୍ାହ କରୁଛି । ଏଥିରେ ବଭି ିନ୍ନ କ୍ଷେତ୍ରର ବହୁ ଲ୨ ପ୍ରତିଷ୍ଠିତ ବ୍ୟକ୍ତି ଯୋଡ଼ିହୋଇଛନ୍ତି । ସେମାନେ ବିଭିନ୍ନ ସମୟରେ ସରକାରୀ ଯୋଜନାଗୁଡ଼ିକ ସଂପର୍କରେ ଅନୁଧ୍ୟାନ କରିବା ସହିତ ଦେଶର ବିକାଶ ପାଇଁ ଅଧିକ କ’ଣ କରିହେବ ସେ ସଂକ୍ରାନ୍ତରେ ବିଚାର ବିମର୍ଷ କରି କେନ୍ଦ୍ର ସରକାରଙ୍କୁ ମଧ୍ୟ ପରାମର୍ଶ ଓ ପ୍ରସ୍ତାବ ଦେଇଛନ୍ତି । ପୂର୍ବରୁ ଜଣେ ଖ୍ୟାତନାମା ଓକିଲ, ଅଗ୍ରଣୀ ବ୍ୟବସ୍ଥାପକ, ମବୀ ଏବଂ ରାଜ୍ୟପାଳ ଭାବେ ଶ୍ରୀ ହରିଚନ୍ଦନ କାର୍ଯ୍ୟ କରିଛନ୍ତି । ସାହିତ୍ୟ, ସଂସ୍କୃତି, ଅର୍ଥନୀତି, ଇତିହାସ ଓ ଗ୍ରାମୋତ୍ଥାନ ସଂକ୍ରାନ୍ତରେ ତାଙ୍କର ଅଭିଜ୍ଞତା ରହିଛି । ଏହାଛଡ଼ା ଜଣେ ରାଜନେତା ଓ ପ୍ରଶାସକ ହିସାବରେ ତାଙ୍କର ଯେଉଁ ଅନୁଭବ ରହିଛି ତାହାର ଉପଯୋଗ ଜାତୀୟ ସ୍ତରରେ କରିବା ଲାଗି ଶ୍ରୀ ହରିଚନ୍ଦନଙ୍କୁ ସିଏନ୍ଏମ୍ଏସ୍ର ପରାମର୍ଶଦାତା ପରିଷଦ ଅଧ୍ୟକ୍ଷ ଭାବେ ଚୟନ କରାଯାଇଛି । ପ୍ରଫେସର ମହ୧ଦ କହିଛନ୍ତିଯେ ଦେଶର ବକି ।ଶ ସହିତ ବିଶର୍ୱ ବଭି ିନ୍ନ ସମସ୍ୟାର ସମାଧାନ ପାଇଁ ପ୍ରଧାନମବୀ ନରେନ୍ଦ୍ର ମୋଦି ଗ୍ରହଣ କରୁଥିବା ଭୂମିକାକୁ ଆଗେଇ ନେବା କ୍ଷେତ୍ରରେ ସିଏନ୍ଏମ୍ଏସ୍ର ପ୍ରମୁଖ ଯୋଗଦାନ ରହିଛି । ଖୁବ୍ଶୀଘ୍ର ଆଲିଗଡ଼ ଠାରେ ଅନଷ୍ଠୁ ିତ ହେବାକୁ ଯାଉଥôବ । ଏହି ସଂସ୍ଥାର ପରାମର୍ଶଦାତା ପରିଷଦ ବୈଠକରେ ଶ୍ରୀ ହରିଚନ୍ଦନ ଅଧ୍ୟକ୍ଷତା କରିବେ ବୋଲି ସ୧ତି ପ୍ରଦାନ କରିଥିବା ପ୍ରଫେସର ମହ୧ଦ ସୂଚାଇଛନ୍ତି । ଏଠାରେ ଉଲ୍ଲେଖନୀୟ ଜନସଂଘରୁ ରାଜନୈତିକ ଜୀବନ ଆରମ୍ଭ କରିଥିବା ଶ୍ରୀ ହରିଚନ୍ଦନ ଏକାଧିକବାର ରାଜ୍ୟର ମବୀ ଭାବେ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ସଫଳତାର ସହ ସମ୍ଭାଳିଛନ୍ତି । ୧୯୮୦ ମସିହାରେ ଭାରତୀୟ ଜନତା ପାର୍ଟି ଗଢ଼ାଯିବା ବେଳେ ସେ ଏହାର ପ୍ରଥମ ରାଜ୍ୟ ସଭାପତି ରହିଥିଲେ । ଓଡ଼ିଶାରେ ବିଜେପି ସଂଗଠନ ବଢ଼ାଇବା ପାଇଁ ସେ ଯେଉଁ ମୂଳଦୁଆ ପକାଇଥିଲେ ତାହା ଉପରେ ଏବେର ରାଜ୍ୟ ବିଜେପି ସରକାର ପ୍ରତିଷ୍ଠା ହୋଇଛି । ଏବେ ମଧ୍ୟ ପ୍ରଧାନମବୀଙ୍କ ଦପ୍ତର ସମେତ ବିଜେପିର କେନ୍ଦ୍ର କାର୍ଯ୍ୟାଳୟ ଏବଂ ବରିଷ୍ଠ ନେତାମାନେ ବିଭିନ୍ନ ଜାତୀୟ ପ୍ରସଂଗ ଓ ରାଜ୍ୟ ପ୍ରସଂଗରେ ଶ୍ରୀ ହରିଚନ୍ଦନଙ୍କ ସହ ପରାମର୍ଶ କରିଥାନ୍ତି । ନିକଟରେ ପ୍ରଧାନମବୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ବେଳେ ତାଙ୍କ ସହ ଶ୍ରୀ ହରିଚନ୍ଦନଙ୍କ ମଧ୍ୟ ସ୍ୱତବ ସାକ୍ଷାତକାର ହୋଇଥିଲା । ସିଏନ୍ଏମ୍ଏସ୍ ପରାମର୍ଶଦାତା ପରିଷଦ ଅଧ୍ୟକ୍ଷ ଦାୟିତ୍ୱ ଶ୍ରୀ ହରିଚନ୍ଦନ ଗ୍ରହଣ କରିଥିବାରୁ ବହୁ ଦଳୀୟ ନେତା ଏବଂ ଅର୍ଥନୀତିଜ୍ଞ ଓ ସମାଜ ବିଜ୍ଞାନୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍ Related Content ଆନ୍ତର୍ଜାତିକ ପାଠାଗାର ସଂଗ୍ରହାଳୟ ରେ ଥିବା ପୁରାତନ ଓ ଦୁର୍ଲଭ ତାଳପତ୍ର ପୋଥି ରୁ ଅନେକ ଗବେଷଣା ତଥ୍ୟମାନ ସଂଗ୍ରହ କଲେ by Proprietor Abhimanyu Maharana October 8, 2026 ପ୍ଲାଷ୍ଟିକ କପରେ ଚାହା, କ୍ୟାନ୍ସରକୁ ସାହା , ବୋଲି ଭିନ୍ନ ଏକ ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana October 8, 2026 ପ୍ରାଚୀ ମୁଲକ୍ ତୈଳ ବୈଶ୍ୟ ସମାଜର ଭ୍ରାମ୍ୟମାଣ କାର୍ଯ୍ୟକାରିଣୀ ବୈଠକ by Proprietor Abhimanyu Maharana October 8, 2026 ପୋଲିସ ବାହିନୀର ୭୧ତମ ରାଜ୍ୟସ୍ତରୀୟ ବୃତ୍ତିଗତ ଦକ୍ଷତା ପ୍ରତିଯୋଗିତା ଉଦ୍ଘାଟିତ by Proprietor Abhimanyu Maharana October 8, 2026 ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି : ଚୋରି ସୁନା ବିକ୍ରି କରି କିଣିଥିଲେ ଟ୍ରାକ୍ଟର, ୩ ଅଭିଯୁକ୍ତ ଗିରଫ by Proprietor Abhimanyu Maharana October 8, 2026 ଗୋଳିଆ ପାଣି ଭରସାରେ ବେତବାଡ଼ିବାସୀ : ଏକମାତ୍ର ନଳକୂପରୁ ମିଳୁନି ସ୍ୱଚ୍ଛ ଜଳ, ରୋଗ ବଢ଼ୁଥିବା ଅଭିଯୋଗ by Proprietor Abhimanyu Maharana October 8, 2026