Home ଓଡ଼ିଶା ସେଚୁଂରିଅନ୍ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ଏକବିଶଂ ଶତାଦ୍ଦୀର ସମାଜ ଜ୍ଞାନ ଦ୍ୱାରା ପରିଚାଳିତ ଏକ ସମାଜ ହେବ – ରାଜ୍ୟପାଳ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୭ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର – ଏକବିଂଶ ଶତାଦ୍ଦୀର ସମାଜ ଜ୍ଞାନ ଦ୍ୱାରା ପରିଚାଳିତ ଏକ ସମାଜ ହେବ । ଚଳିତ ଡ଼ିସେମ୍ବର ୭ ତାରିଖ ଦିନ ସେଚୁଂରିଅନ୍ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତନ ଉତ୍ସବକୁ ଉଦ୍ଘାଟନ କରି ମାନ୍ୟବର ରାଜ୍ୟପାଳ ରଘୁବର ଦାସ ଏହା କହିଛନ୍ତି । ସମାରୋହରେ ଉଦ୍ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ଯେଉଁ ରାଷ୍ଟ୍ରରେ ଜ୍ଞାନର ପୁଞ୍ଜି ଅଛି ସେହି ରାଷ୍ଟ୍ର ଅଗ୍ରଗତି କରିବାକୁ ସେତିକି ସମର୍ଥ । ଏଣୁ ଛାତ୍ରଛାତ୍ରୀମାନେ କଠିନ ଅଧ୍ୟବ୍ୟସାୟ କରି ଜ୍ଞାନର ପରିସର ବିସ୍ତାରିତ କରିବା ସହିତ ନିଜ ନିଜ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିବାକୁ ଆହ୍ୱାନ ଜଣାଇଥିଲେ । ସମାବର୍ତନ ଉତ୍ସବ ଛାତ୍ରଛତ୍ରୀମାନଙ୍କ ଜୀବନରେ ଏକ ନୂତନ ଅଧ୍ୟାୟ ଆରମ୍ଭର ଅବସର ଆଣେ । ସ୍ନାତକମାନେ ମନରେ ନିଜ ପାଇଁ ଏକ ଭବିଷ୍ୟତ ଆଙ୍କି ସାରିଥିବେ । ତେଣୁ ଆଜି କେବଳ ସଫଳତାର ଦିନ ନୁହେଁ ବରଂ ଆକାଂକ୍ଷାର ଦିନ ମଧ୍ୟ । ଏକ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତର ଦିଗ ଯୁବ ଶକ୍ତିର ଆକାଂକ୍ଷା ଉପରେ ସ୍ଥିର ହେବାକୁ ଯାଉଛି ବୋଲି ରାଜ୍ୟପାଳ କହିଥିଲେ । ଏତଦ୍ବ୍ୟତୀତ ଯୁବ ସଶକ୍ତିକରଣ ପାଇଁ ବୈଷୟିକ ଶିକ୍ଷାର ବହୁଳ ପ୍ରୟୋଗ ସହିତ ଦକ୍ଷତା ବିକାଶ ଉପରେ ରାଜ୍ୟପାଳ ଶ୍ରୀ ଦାସ ଗୁରୁତ୍ୱ ଆରୋପ କରିଥିଲେ । ସୁପ୍ରିମକୋର୍ଟର ମାନ୍ୟବର ନ୍ୟାୟାଧୀଶ ଜଷ୍ଟିସ୍ ଶ୍ରୀ ସନ୍ଦୀପ ମେହେଟ୍ଟା ଏହି ସମାରୋହରେ ଉଦ୍ବୋଧନ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଇଣ୍ଡିଆନ୍ ସ୍ପେସ୍ ରିସର୍ଚ ଅର୍ଗାନାଇଜେନର ଚେୟାରମ୍ୟାନ ଡ଼. ଶ୍ରୀଧର ପାନିକର ସୋମନାଥ ଅନ୍ୟତମ ଅତିଥିଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ବିଶ୍ୱବିଦ୍ୟାଳୟର ଭାଇସ୍-ଚ୍ୟାନସେଲର ଡ଼. ସୁପ୍ରିୟା ପଟ୍ଟନାୟକ ବିବରଣୀ ଉପସ୍ଥାପନ କରିଥିଲେ । ବିଶ୍ୱବିଦ୍ୟାଳୟର ସଭାପତି ପ୍ରଫେସର ଡ଼. ମୁକ୍ତିକାନ୍ତ ମିଶ୍ର, ଉପସଭାପତି ପ୍ରଫେସର ଡ଼.ଏନ୍ ରାଓ, ବିଶ୍ୱ ବିଦ୍ୟାଳୟର ରେଜିଷ୍ଟ୍ରାର ଡ଼. ଅନୀତା ପାତ୍ର ପ୍ରମୁଖ ମଂଚାସୀନ ହୋଇଥିଲେ । ଏହି ଅବସରରେ ବିଭିନ୍ନ ବିଷୟରେ ଉତ୍କର୍ଷତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ସମ୍ମାନରେ ସମ୍ମାନିତ କରଯାଇଥିଲା । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ଶିକ୍ଷା ଓ ନିଯୁକ୍ତି, ହୋମ୍ Related Content ୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଦ୍ୱିତୀୟ ସନ୍ଧ୍ୟା by Proprietor Abhimanyu Maharana September 7, 2026 Soulful Sarod of Virtuoso Pt. Tejendra Majumdar and Captivating Odissi by Smt by Proprietor Abhimanyu Maharana September 7, 2026 ଓଡ଼ିଶାର ସର୍ବୋଚ୍ଚତମ ଗଣେଶ ପ୍ରତିମୂର୍ତ୍ତି (୭୧) ଫୁଟ ଉଚ୍ଚତା... by Proprietor Abhimanyu Maharana September 7, 2026 ମୋ ମାଟି ଭାପୁର ଅନୁଷ୍ଠାନ ପକ୍ଷରୁ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana September 7, 2026 ଆଇଆଇଟି ଭୁବନେଶ୍ୱରର ଅଧ୍ୟାପକ ଡକ୍ଟର ଶ୍ରୀକାନ୍ତ ଗୋଲାପୁଡିଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୬ by Proprietor Abhimanyu Maharana September 7, 2026 ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତଦେହ ଠାବ by Proprietor Abhimanyu Maharana September 7, 2026