୦୭ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ରେଳବାଇ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ସନ୍ଧ୍ୟାରେ କଟକ ରେଳ ଷ୍ଟେସନର ୨ୟ ପ୍ରବେଶ ଦ୍ୱାରକୁ ଉଦ୍ଘାଟନ କରି ଅମୃତ ଷ୍ଟେସନ୍ ଯୋଜନା ଅନ୍ତର୍ଗତ ଷ୍ଟେସନର ପୁନର୍ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟକୁ ଚିହ୍ନିତ କରିଛନ୍ତି | ପୂର୍ବପାର୍ଶ୍ଵ ଷ୍ଟେସନ ଭବନ ସହିତ ଏହି ନୂତନ ପ୍ରବେଶ, ଯାତ୍ରୀ ମାନଙ୍କ ଯାତାୟାତରେ ଉନ୍ନତ କରିବାକୁ, ଆଧୁନିକ ସୁବିଧା, ନିରାପତ୍ତା ଏବଂ ପରିଷେବା ପ୍ରଦାନ କରିବାକୁ ସ୍ଥିର ହୋଇଛି |

