Home ଓଡ଼ିଶା ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୬ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-> ହିଞ୍ଜିଳିକାଟୁ ବ୍ଳକ ପୋଚିଲିମ୍ମା ସ୍ଥିତ ଖାମ୍ୱେୟା ଦୋରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ପୋଚିଲିମ୍ମା ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ଖେଳ ପଡିଆ ପରିସରରେ ମଙ୍ଗଳବାର ଠାରୁ ଆୟୋଜିତ ହୋଇଥିବା ବାର୍ଷିକ କ୍ରୀଡ଼ା ଉତ୍ସଵ ବୁଧବାର ଉଦଯାପିତ ହୋଇଛି। କ୍ରୀଡ଼ା ସଭାପତି ତଥା ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡାଙ୍କ ପୌରହିତ୍ୟରେ ମଙ୍ଗଳାବର ଆୟୋଜିତ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ଅଧ୍ୟକ୍ଷ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ। କ୍ରୀଡ଼ା ଉପସଭାପତି ତଥା ଅଧ୍ୟାପକ ନୀଳାଞ୍ଚଳ ପାଣିଗ୍ରାହୀଙ୍କ ତତ୍ତ୍ଵାବଧାନରେ ଗତ ଦୁଇ ଦିନ ଧରି ୧୦୦ ମିଟର,୨୦୦ ମିଟର,୪୦୦ ମିଟର, ୮୦୦ ମିଟର, ୧୦୦୦ ମିଟର ଦୌଡ, ଜାଭେଲିନ୍ ଥ୍ରୋ, ଡିସକାସ ଥ୍ରୋ, ସଟ୍ ଫୁଟ, ଲମ୍ବ ଡିଆଁ, ଉଚ୍ଚ ଡିଆଁ ଓ ମ୍ୟୁଜିକଲ ଚେୟାର ଆଦି ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଭିନ୍ନ କୃତୀ ପ୍ରତିଯୋଗୀଙ୍କ ମଧ୍ୟରେ ବାଳକ ବିଭାଗରେ ଶ୍ରେଷ୍ଠ ଖେଳାଳୀ ଭାବେ ଶୁଭମ୍ କୁମାର ଆପଟ ଓ ବାଳିକା ବିଭାଗରେ ସ୍ମୁତି ପ୍ରଧାନ ଚମ୍ପିୟାନ ଆଖ୍ୟା ଅର୍ଜ୍ଜନ କରିଥିଲେ। ଉଭୟ ଶ୍ରେଷ୍ଠ ଖେଳାଳୀଙ୍କୁ ସିଲ୍ ଓ ପ୍ରଶଂସା ପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ପୋଚିଲିମ୍ମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କ୍ରୀଡ଼ା ଶିକ୍ଷକ ଦଣ୍ଡପାଣି ଡାକୁଆ, ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନର କ୍ରୀଡ଼ା ଶିକ୍ଷକ କେ. କ୍ରୀଷ୍ଣା ରେଡ୍ଡୀ, ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ଅରୁଣ କୁମାର ସାମନ୍ତ ଓ ପୋଚିଲିମ୍ମା ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଭି. ଯୁଧିଷ୍ଠିର ପ୍ରମୁଖ କ୍ରୀଡ଼ା ପ୍ରତିଯୋଗୀତାକୁ ପରିଚାଳନା କରିଥିଲେ। ଅଧ୍ୟାପକ ସଞ୍ଜୟ କୁମାର ଷଢ଼ଙ୍ଗୀ, ଅଧ୍ୟାପକ ସୁଶାନ୍ତ କୁମାର ପଣ୍ଡା, ଅଧ୍ୟାପକ ନୃସିଂହ ଚରଣ ପଟ୍ଟନାୟକ ଓ ଅଧ୍ୟାପକ କେ. କୃଷ୍ଣମୂର୍ତ୍ତିଙ୍କ ସମେତ ସମସ୍ତ ଅଧ୍ୟାପକ ଓ କର୍ମଚାରୀ ସହଯୋଗ କରିଥିଲେ। Categories: ଓଡ଼ିଶା, ଖେଳ, ଗଞ୍ଜାମ, ହୋମ୍ Related Content ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା by Proprietor Abhimanyu Maharana September 9, 2026 ଓଡ଼ିଶା ସୋସାଇଟି ୟୁକେର ୪୭ତମ ବାର୍ଷିକ ଉତ୍ସବ ପାଳନ by Proprietor Abhimanyu Maharana September 9, 2026 Odisha Society Of UK Celebrates 47th Anniversary by Proprietor Abhimanyu Maharana September 9, 2026 କମ୍ପାନୀ ସେକ୍ରେଟାରିଜ୍ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍ଯାପିତ by Proprietor Abhimanyu Maharana September 9, 2026 54th National Convention of Company Secretaries concludes in Bhubaneswar by Proprietor Abhimanyu Maharana September 9, 2026 ଉଦ୍ୟାନ ବିଭାଗ ତରଫରୁ ଆଳୁ ବିହନ ବିତରଣର ଶୁଭାରମ୍ଭ : ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ by Proprietor Abhimanyu Maharana September 9, 2026