ଡମପଡ଼ା ମଣ୍ଡଳସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଓ ବିଜ୍ଞାନ ମେଳା ଅନୁଷ୍ଠିତ

୦୬ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )  ବାଙ୍କୀ :-> ଡମପଡ଼ା ପଂଚାୟତ ଅନ୍ତର୍ଗତ ପ୍ରୀତମ କୁମାରୀ ବିଦ୍ୟାମନ୍ଦିର ପରିସରରେ ମଣ୍ଡଳସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଓ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମଣ୍ଡଳ ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ସେମାନଙ୍କର ବିଜ୍ଞାନ ଭିତିକ ୧୭୫ଟି ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ । ଏହି କାର୍ଯ୍ୟକ୍ରମର ଉଦ୍‌ଯାପନ ଉତ୍ସବରେ ମୁଖ୍ୟଅତିଥି ଭାବେ ଡମପଡ଼ା ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟେଲ, ମୁଖ୍ୟବକ୍ତା ଭାବେ ଜିଲ୍ଲା ପରିଷଦ ସଦସ୍ୟ ଆଶିଷ କୁମାର ସାହୁ, ସମ୍ମାନିତ ଅତିଥି ଭାବେ କେନ୍ଦ୍ରୀୟ ଜୋନ୍ ଜିଲ୍ଲାପରିଷଦ ସଦସ୍ୟା ମିନତୀ ମହାପାତ୍ର, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୁଦ୍ଧେଶ୍ୱର ବେହେରା, ସହଶିକ୍ଷାଅଧିକାରୀ ଶ୍ରୀମତୀ ଜୟନ୍ତୀ ବିଶ୍ୱାଳ ଯୋଗଦେଇ ଭବିଷ୍ୟତରେ ଛାତ୍ରଛାତ୍ରୀମାନେ ବୈଜ୍ଞାନିକ ଭାବେ ଦେଶବିଦେଶରେ ସୁନାମ ରଖିବା ସହିତ ସେମାନଙ୍କର ଉଦ୍‌ଭାବନ ଭାରତକୁ ବିଶ୍ୱରେ ଶ୍ରେଷ୍ଠ ପ୍ରତିପାଦିତ କରିବ ବୋଲି ବକ୍ତବ୍ୟରେ କହିଥିଲେ । ମଣ୍ଡଳ ଶିକ୍ଷାଧିକାରୀ ସନ୍ତୋଷ କୁମାର ସେଠୀ ସଭାପତିତ୍ୱ କରିଥିବା ବେଳେ ବି.କେ.ବିଦ୍ୟାପୀଠ ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ ସଭା ପରିଚାଳନା କରିଥିଲେ । ବରିଷ୍ଠ ଶିକ୍ଷକ ମାନସ କୁମାର ନନ୍ଦ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

ବିଚାରକ ଭାବେ ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଉପାଧ୍ୟକ୍ଷ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ଅଧ୍ୟାପକ ଡକ୍ଟର ନିରାକାର ସାମନ୍ତରାୟ ଓ କିଶୋର ଚନ୍ଦ୍ର ସ୍ୱାଇଁ ଯୋଗଦାନ କରି ପ୍ରକଳ୍ପ ଗୁଡିକର ମୂଲ୍ୟାଙ୍କନ କରିଥିଲେ । ଉଦ୍‌ଘାଟନି ଉତ୍ସବରେ ମୁଖ୍ୟଅତିଥି ଭାବେ ବାଙ୍କୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ଅମରେନ୍ଦ୍ର ମିଶ୍ର, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦୀପ୍ତିରଞ୍ଜନ ମିଶ୍ର, ସ୍ଥାନୀୟ ସରପଂଚ କୁସୁମମଞ୍ଜରୀ ଧଳ ଓ ଚର୍ଚ୍ଚିକା ବାଳିକା ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ଜ୍ୟୋତି ଷଡଙ୍ଗୀ, ସହକାରୀ ମଣ୍ଡଳ ଶିକ୍ଷାଧିକାରୀ ପ୍ରଫୁଲ୍ଲ କୁମାର ବେହେରା ପ୍ରମୁଖ ଯୋଗଦାନ କରିଥିଲେ । ବରିଷ୍ଠ ବିଭାଗର ଖଦ୍ୟ ଓ ସ୍ୱାସ୍ଥ୍ୟ ପ୍ରକଳ୍ପରେ ପ୍ରିୟବ୍ରତ ମହାପାତ୍ର ପ୍ରଥମ, ଗଣିତ ପ୍ରକଳ୍ପରେ ବୈଶାଖୀ ସେନାପତି ପ୍ରଥମ, ବର୍ଜ୍ୟ ବସ୍ତୁ ପରିଚାଳନା ପ୍ରକଳ୍ପରେ ତପସ୍ୱନୀ ପ୍ରଧାନ, ସମ୍ବଳ ପରିଚାଳନାରେ ଆସ୍ଥା ନୁରେନ୍ , ଯୋଗାଯୋଗରେ ସୋନାଲି ଶୁଭଦର୍ଶନୀ ସ୍ୱାଇଁ, ବିପର୍ଯ୍ୟୟ ପ୍ରକଳ୍ପରେ ଏଲିନା ରଣା, ଜୈବକୃଷିରେ ଚନ୍ଦନ ବେହେରା ପ୍ରମୁଖ ପ୍ରଥମସ୍ଥାନ ଅଧିକାର କରି ଅତିଥିଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । ଶେଷରେ ପ୍ରଶାନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version