Home ଓଡ଼ିଶା ବାଙ୍କୀ କଲେଜ ନବାଗତ ସମାଜବିଜ୍ଞାନ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୬ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ସମାଜ ବିଜ୍ଞାନ ବିଭାଗ ଆନୁକୁଲ୍ୟରେ ନବାଗତ + ୩ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କୁ କଲେଜ ଦୃଶ୍ୟ ଶ୍ରାବ ଗୃହ ଠାରେ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ପ୍ରଦାନ କରାଯାଇ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଆୟାଜିତ ଉତ୍ସବରେ ବିଭାଗୀୟ ମୁଖ୍ୟା ଅଧ୍ୟାପିକା ଚିନ୍ମୟୀ ମିଶ୍ର ସଭାପତିତ୍ୱ କରିବା ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବେ ଅଧ୍ୟକ୍ଷ ଡକ୍ଟର ନିରଞ୍ଜନ ମହାନ୍ତି ଯୋଗଦାନ କରି ଏହି ବିଭାଗର ଛାତ୍ରଛାତ୍ରୀମାନେ ସଦାବେଳେ ଶୃୃଙ୍ଖଳିତ ଓ ଭଲପାଠ ପଢ଼ି କଲେଜର ସୁନାମ ରଖିବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ଭାବେ ପୂର୍ବତନ ଉପାଧ୍ୟକ୍ଷ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ନବାଗତ ଛାତ୍ରଛାତ୍ରୀମାନେ କଲେଜର ନୀତିନିୟମ ମାନି ପାଠ ପଢ଼ିବା ପାଇଁ କହିଥିଲେ । ସମ୍ମାନିତ ଅତିଥି ଭାବେ ପ୍ରଶାସନିକ ଅଧିକାରୀ ଡକ୍ଟର ଶୈଳେନ୍ଦ୍ର ଚନ୍ଦ୍ର ଦେଓ, ସ୍ନାତକତ୍ତୋର ବିଭାଗ ସମ୍ମୁହର ସଂଯୋଜକ ଡକ୍ଟର ଶଶିଭୂଷଣ ମହାପାତ୍ର ଓ ଅଧ୍ୟାପିକା ରୋଜାଲିନା ମହାନ୍ତି ପ୍ରମୁଖ ଯୋଗଦାନ କରି ସମାଜ ବିଜ୍ଞାନ ପାଠ୍ୟକ୍ରମରେ ସମାଜର ବିଭିନ୍ନ ଚାଲିଚଳଣ, ପରିବାର ଏବଂ ସଂପର୍କ ସମ୍ବନ୍ଧରେ ଯେଉଁ ତଥ୍ୟ ରହିଛି ଛାତ୍ରଛାତ୍ରୀମାନେ ଗୁରୁତ୍ୱ ଦେବାପାଇଁ କହିଥିଲେ । ଶେଷରେ ଅଧ୍ୟାପିକା ଯୁଗନୀଜ୍ୟୋସ୍ନା ଧନ୍ୟବାଦ ଅର୍ପଣ କରିଥିଲେ । Categories: ଓଡ଼ିଶା, କଟକ, ହୋମ୍ Related Content ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ : ତିନି କୁଖ୍ୟାତ ଡକାୟତ ଗିରଫ by Proprietor Abhimanyu Maharana September 8, 2026 ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ୨୦୨୬ରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତା; ରାଉରକେଲା ଓ କଳିଙ୍ଗନଗରକୁ ଜାତୀୟ ସ୍ତରରେ ପ୍ରଥମ ସ୍ଥାନ by Proprietor Abhimanyu Maharana September 8, 2026 Strengthening Odisha’s Power Transmission Infrastructure: A New Era of Confidence in Power System of Odisha by Proprietor Abhimanyu Maharana September 8, 2026 ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତକଙ୍କ ପରିଚୟ ଚିହ୍ନଟ, ପରିବାରକୁ ହସ୍ତାନ୍ତର ମୃତଦେହ by Proprietor Abhimanyu Maharana September 7, 2026 କାରିଗରଙ୍କ ସହିତ ବିଶ୍ୱକର୍ମାଙ୍କ ଆଶୀର୍ବାଦ ଅଛି, ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ by Proprietor Abhimanyu Maharana September 7, 2026 ନିଆଳି ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ : ୫୦ ଛେଳି ମୃତ ୧୫ ରୁ ଊର୍ଦ୍ଧ୍ବ ଅର୍ଦ୍ଧଦଗ୍ଧ by Proprietor Abhimanyu Maharana September 7, 2026