ଭାରତରତ୍ନ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ୬୮ତମ ଶ୍ରାଦ୍ଧ ଦିବସ ପାଳିତ

୦୬ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ  :-> ସମ୍ବିଧାନ ପ୍ରଣେତା ଭାରତରତ୍ନ ଡକ୍ଟର ଭୀମରାଓ ରାମଜୀ ଅମ୍ବେଦକରଙ୍କ ୬୮ତମ ଶ୍ରାଦ୍ଧ ଦିବସ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଦର୍ଶ ଯୁବପରିଷଦ ଆନୁକୁଲ୍ୟରେ ଚକାପଦାସ୍ଥ ଯୁବବନ୍ଧୁ ଭବନ ଠାରେ ପାଳିତ ହୋଇଯାଇଛି । ପରିଷଦର ଆବାହକ ଅକ୍ଷୟ କୁମାର ସାମଲଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଶିକ୍ଷାବିତ୍ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା ଯୋଗଦାନ କରି ସ୍ୱର୍ଗତ ଆମ୍ବେଦକରଙ୍କ ବୁହୁମୁଖୀ ପ୍ରତିଭା ସଂପର୍କରେ ଆଲୋକପାତ କରିଥିଲେ ।

ଆମ ପରିବାର ଚକ୍ରର ପ୍ରତିଷ୍ଠାତା କୁମାର ଅମୀୟ ସ୍ୱାଗତ ଭାଷଣ ପ୍ରଦାନ କରି ଭାରତର ସମ୍ବିଧାନ ପ୍ରଣୟରେ ଆମ୍ବେଦକରଙ୍କ ଭୂମିକା ସଂପର୍କରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ବଂଶୀଧର ମହାପାତ୍ର, ମନୋଜ କୁମାର ରାଉତ, କଂଗ୍ରେସ ରଣା, ଶଶିଭୂଷଣ ତ୍ରିପାଠୀ ପ୍ରମୁଖ ଯୋଗଦାନ କରି ଆମ୍ବେଦକର ଜୀବନୀ ଉପରେ ଆଲୋକପାତ କରିଥିଲେ । ପ୍ରସନ୍ନ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version