ବାଙ୍କୀ ପ୍ରେସକ୍ଲବ ପକ୍ଷରୁ ପଦ୍ମଭୂଷଣ ସ୍ୱର୍ଗତ ଡଃ.ରାଧାନାଥ ରଥଙ୍କ ୧୨୮ତମ ଜୟନ୍ତୀ ପାଳିତ

୦୬ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ  :-> ବାଙ୍କୀ ପ୍ରେସକ୍ଲବ ବିଦ୍ୟାରତ୍ନ ଭବନ ଠାରେ ପଦ୍ମଭୂଷଣ ସ୍ୱର୍ଗତ ଡଃ.ରାଧାନାଥ ରଥଙ୍କ ୧୨୮ତମ ଜୟନ୍ତୀ ପ୍ରେସକ୍ଲବ ସଂପାଦକ ସୁବାସ ଚନ୍ଦ୍ର ପାଢ଼ୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ବାଙ୍କୀ ପ୍ରେସକ୍ଲବ ସଭାପତି ବଳଭଦ୍ର ପଣ୍ଡା, ଉପସଭାପତି ସମରେନ୍ଦ୍ର ମହାପାତ୍ର, ବରିଷ୍ଠ ସାମ୍ବାଦିକ ଜ୍ଞାନେନ୍ଦ୍ର ମୋହନ ମିଶ୍ର, ବିଭୂ ପ୍ରସାଦ ସାମଲ, ଉପନଗରପାଳ ଆଇନଜୀବୀ ସନ୍ତୋଷ କୁମାର ରଣା, ଆଇନଜୀବୀ ଧର୍ମପ୍ରସାଦ ମଙ୍ଗରାଜ ପ୍ରଭୃତି ଉପସ୍ଥିତ ରହି ସ୍ୱର୍ଗତ ରାଧାନାଥ ରଥଙ୍କ ଗୁଣାବଳୀ ବର୍ଣ୍ଣନା କରିବା ସହିତ ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ସ୍ୱର୍ଗତ ରଥଙ୍କର ଶ୍ୱଶୁର ଘର ବାଙ୍କୀ ରଗଡିରେ ହୋଇଥିବାରୁ ତାଙ୍କର ବାଙ୍କୀ ପ୍ରତି ବିଶେଷ ଭାବରେ ମମତା ଥିଲା । ବନ୍ୟା ,ବାତ୍ୟା ଓ ମରୁଡି ସମୟରେ ସ୍ୱର୍ଗତ ରଥ ପ୍ରଥମେ ବାଙ୍କୀର ବିପନ୍ନଲୋକମାନଙ୍କ ପାଖରେ ପହଞ୍ôଚ ରିଲିଫ୍ ବଣ୍ଟନ କରିବା ସହିତ ସାହାଯ୍ୟ ସହଯୋଗ ଯୋଗେଇ ଦେଇଥାନ୍ତି । ତାଙ୍କର ସାହାଯ୍ୟ ଓ ସହାନୁଭୂତି ବାଙ୍କୀବାସୀଙ୍କର ସବୁବେଳେ ମନେରହିବ ବୋଲି ସଂପାଦକ ସୁବାସ ଚନ୍ଦ୍ର ପାଢ଼ୀ ପ୍ରକାଶ କରିଥିଲେ ।

Exit mobile version