ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ପକ୍ଷରୁ ମହାପରିନିର୍ବାଣ ଦିବସ ପାଳନ

୦୬ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ  :-> ଭାରତରତ୍ନ ବାବା ସାହେବ ଭିମ ରାଓ ଆମ୍ବେଦକରଙ୍କ ମୃତ୍ୟୁ ବାର୍ଷିକୀ ଅବସରରେ ଖୋର୍ଦ୍ଧାରୋଡ଼ ରେଲ୍ ମଣ୍ଡଳ ଦ୍ୱାରା ମଣ୍ଡଳ କାର୍ଯ୍ୟାଳୟ ଠାରେ “ମହାପରିନିର୍ବାଣ” ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଶ୍ରୀ ଏଚ୍.ଏସ୍.ବାଜୱା, ଖୋର୍ଦ୍ଧାରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ ଏବଂ ସମସ୍ତ ବିଭାଗୀୟ ଅଧିକାରୀ ଓ ରେଳ କର୍ମଚାରୀ ମାନେ ବାବା ସାହେବ ଆମ୍ବେଦକରଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ମହାପରିନିର୍ବାଣ ଦିବସ ହେଉଛି “ଭାରତୀୟ ସମ୍ବିଧାନର ପିତା” ଡକ୍ଟର ବି.ଆର୍ ଆମ୍ବେଦକରଙ୍କୁ ସ୍ମରଣ କରିବାର ଦିନ, ଯିଏ’କି ଦେଶର ଅନ୍ୟତମ ସମାଜ ସଂସ୍କାରକ ଥିଲେ । ଏହି କାର୍ଯ୍ୟକ୍ରମକୁ ଖୋର୍ଦ୍ଧାରୋଡ଼ ମଣ୍ଡଳ କାର୍ମିକ ଅଧିକାରୀ ଶ୍ରୀ ଆର ଏନ୍ ଏ ପରିଡ଼ା ପରିଚାଳନା କରିଥିଲେ ।

Exit mobile version