Home ଓଡ଼ିଶା ଜୀ ସାର୍ଥକ ଶୁଭାରମ୍ଭ କଲା ଦୁଇଟି ନୂଆ ଧାରାବାହିକ ସହ ଗୋଟିଏ ରିୟାଲିଟି ଶୋ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୬ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଓଡିଶାର ଘରେ ଘରେ ପରିଚିତ ଜୀ ସାର୍ଥକ ସବୁବେଳେ ଓଡ଼ିଆ ଘରର ପରମ୍ପରା ଓ ରୀତିନୀତିକୁ ଆଖିରେ ରଖି ଭେଟିଦିଏ ବିଭିନ୍ନ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଓ ଧାରାବାହିକ । ସବୁଥର କାହାଣୀରେ ନୂତନତ୍ତ୍ୱ ଓ ରୋମାଞ୍ଚ ଭରିଦିଏ ଜୀ ସାର୍ଥକ । ଯାହାକୁ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବରେ ଦର୍ଶକେ ନିଜ ଜୀବନ ସହିତ ସଂଯୋଗ କରିପାରନ୍ତି । ଏହି କାରଣ ପାଇଁ ଏହା ସାଜିଛି ଲୋକଙ୍କର ପ୍ରଥମ ପସନ୍ଦ । ନବ ବର୍ଷର ଆଗମନରେ ଖାସ ଆପଣଙ୍କ ପାଇଁ ଜୀ ସାର୍ଥକ ନେଇ ଆସିଛି ତିନୋଟି ନୂଆ ଧାରାବାହିକ ‘ଡ୍ୟାନ୍ସ ଓଡିଶା ଡ୍ୟାନ୍ସ’, ‘ତୁ ଖରା ମୁଁ ଛାଇ’ ଓ ‘ସୁନା ଝିଅ’ । ଡିସେମ୍ବର ୧୪ରୁ ପ୍ରତି ଶନିବାର ଓ ରବିବାର ରାତି ୯.୩୦ ମିନିଟରେ ଦର୍ଶକ ଦେଖିପାରିବେ ‘ଡ୍ୟାନ୍ସ ଓଡିଶା ଡ୍ୟାନ୍ସ’ ସୋସିଆଲ ମିଡ଼ିଆ ସୁପରଷ୍ଟାର ଡ୍ୟାନ୍ସ ଲିଗ୍ । ଚଳିତଥର କାର୍ଯ୍ୟକ୍ରମରେ ଭରି ରହିଛି ନୂତନତ୍ତ୍ବ l କାର୍ଯ୍ୟକ୍ରମରେ ଭାଗ ନେବେ ଦର୍ଶକଙ୍କ ମନପସନ୍ଦର ଲୋକପ୍ରିୟ ସୋସିଆଲ ମିଡିଆ ପ୍ରଭାବଶାଳୀ କଳାକାରମାନେ । ଯାହାଙ୍କୁ ଦର୍ଶକ ପୁର୍ବରୁ ଅତି ନିକଟରୁ ଦେଖିଛନ୍ତି l ସେହିପରି ‘ତୁ ଖରା ମୁଁ ଛାଇ’ କାହାଣୀର ଶୁଭାରମ୍ଭ ଡିସେମ୍ବର ୧୬ ତାରିଖରୁ ହେବାକୁ ଯାଉଛି । ଯାହାକୁ ଦର୍ଶକେ ସୋମବାରରୁ ଶନିବାର ରାତି ୮.୩୦ ମିନିଟରେ କେବଳ ଜୀ ସାର୍ଥକରେ ଦେଖିବାକୁ ପାଇବେ । ‘ତୁ ଖରା ମୁଁ ଛାଇ’ ହେଉଛି ଭାଗ୍ୟ ଓ ମୁକ୍ତିର ଏମିତି ଏକ କାହାଣୀ ଯାହାପାଇଁ ଦୁଇଟି ବିପରୀତ ଜୀବନ ଏକତ୍ରିତ । ଅଭି ଜଣେ ଯତ୍ନଶୀଳ ଓ ସଫଳ ବ୍ୟବସାୟୀ ଯିଏ ଜଣେ ରହସ୍ୟମୟୀ ମହିଳାଙ୍କ ସ୍ବପ୍ନରେ ରୁହନ୍ତି । ଅନ୍ୟପକ୍ଷରେ ଛୋଟ ସହରରୁ ଆସିଥିବା ଝିଅ ମାନୀ ଯାହାର ସ୍ବପ୍ନ ରହିଛି ଅଭିନେତ୍ରୀ ହେବାର ଯାହା ପାଇଁ ସେ ବ୍ୟକ୍ତିଗତ ସ୍ତରରେ ଜାରି ରଖିଛି ସଂଘର୍ଷ । ଭାଗ୍ୟ ଦ୍ବାରା ଉଭୟଙ୍କ ହୋଇଛି ଦେଖା । ତେବେ ମାନୀ ଓ ଅଭିଙ୍କୁ ମିଳିଥିବା ଜୀବନର ଏହି ଦ୍ବିତୀୟ ସୁଯୋଗକୁ ସେ କେମିତି ବଞ୍ଚିବେ ? ଜାଣିବାକୁ ଦେଖନ୍ତୁ ‘ତୁ ଖରା ମୁଁ ଛାଇ’ । ଏହା ସହିତ ଆଉ ଏକ ନୂଆ କାହାଣୀ ରହିଛି ‘ସୁନା ଝିଅ’ ଯାହାର ଶୁଭାରମ୍ଭ ଡିସେମ୍ବର ୧୬ ତାରିଖରୁ ହେବାକୁ ଯାଉଛି । ଯାହାକୁ ଦର୍ଶକେ ସୋମବାରରୁ ଶନିବାର ସନ୍ଧ୍ୟା ୭.୩୦ ମିନିଟରେ ଜୀ ସାର୍ଥକରେ ଦେଖିବାକୁ ପାଇବେ । ତିନୋଟି ନୂଆ ଧାରାବାହିକର ଶୁଭାରମ୍ଭ ଭୁବନେଶ୍ବରର ଏକ ଘରୋଇ ହୋଟେଲରେ ହୋଇଛି । ସଭାରେ ଜୀ ସାର୍ଥକର ସମସ୍ତ କର୍ମଚାରୀ ସହିତ ଧାରାବାହିକର ଅଭିନେତା ଓ ଅଭିନେତ୍ରୀ ସାମିଲ ରହିଥିଲେ । ଏହା ସହିତ ନୂଆ ଶୁଭାରମ୍ଭ ହେବାକୁ ଥିବା ଧାରାବାହିକକୁ ଦେଖିବା ସହିତ ଭଲପାଇବା ଦେବାକୁ ଅନୁରୋଧ କରିଥିଲେ ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର୍ ଶ୍ରୀ ପ୍ରତୀକ ସିଲ୍ । Categories: ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମନୋରଞ୍ଜନ, ମହାନଗର, ହୋମ୍ Related Content ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଛାତ୍ର ପ୍ରତିନିଧି ବାଛିବାକୁ ସଜବାଜ, ମଇଦାନରେ ୩୧ ପ୍ରାର୍ଥୀ by Proprietor Abhimanyu Maharana October 12, 2026 ୪୬ ବର୍ଷ ପରେ ପ୍ରଥମ ନିର୍ବାଚନକୁ ନେଇ ଆଦିବାସୀ ମହାବିଦ୍ୟାଳୟରେ ଉତ୍ସାହ, ସଭାପତି ପଦ ପାଇଁ ୧୦ ଜଣଙ୍କ ନାମାଙ୍କନ by Proprietor Abhimanyu Maharana October 12, 2026 ବାଲିଗୁଡ଼ାରେ ସିରିଜ୍ ଦୁର୍ଘଟଣା; ଜଣେ ମୃତ, ଗୁରୁତର ୫୯ ନଂ ଜାତୀୟ ରାଜପଥରେ ମୃତ୍ୟୁର ତାଣ୍ଡବ by Proprietor Abhimanyu Maharana October 12, 2026 ଜନ୍ମମାଟିରେ ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲା "ମୋ ପରିବାର" by Proprietor Abhimanyu Maharana October 12, 2026 CaratLane - A TATA Product Launches its 374th store in Bhubaneswar by Proprietor Abhimanyu Maharana October 12, 2026 ଓଡ଼ିଶାର ରାଜ୍ୟପାଳଙ୍କ ଦ୍ବାରା ବରଗଡ଼ରେ ବୋଇଂ ସୁକନ୍ୟା କାର୍ଯ୍ୟକ୍ରମ ଷ୍ଟେମ ଲ୍ୟାବ୍ ଓ ଏରୋମଡେଲିଂ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ by Proprietor Abhimanyu Maharana October 12, 2026