ଓଡ଼ିଶାରେ ୧୧, ୭୨,୪୨୬ ଟି ନମୁନା ପରୀକ୍ଷା କରାଯାଇଛି ; ୭୨,୭୧୮ ଜଣ ପଜିଟିଭ୍‌ ଚିହ୍ନଟ ; ୫୦,୫୦୩ ଜଣ ସଂପୂର୍ଣ୍ଣ ସୁସ୍ଥ ୩୯୦ଜଣ ମୃତ୍ୟୁ

ଓଡିଶା ତାଜା ନ୍ୟୁଜ୍ (୨୧ ଅଗଷ୍ଟ ଶୁକ୍ରବାର ) ଭୁବନେଶ୍ୱର :- ସର୍ବଶେଷ ସ୍ୱାସ୍ଥ୍ୟ ସୂଚନା – ଆଜି ରେକର୍ଡ ସଂଖ୍ୟାକ ୧୯୨୭ ଜଣ କୋଭିଡ୍‌ରୁ ଆରୋଗ୍ୟ ଲାଭ କରିଛନ୍ତି । ଏଥି ସହ ଓଡ଼ିଶା ସୁସ୍ଥ ସଂଖ୍ୟାରେ ୫୦ ହଜାର ମାଇଲ୍‌ଖୁଣ୍ଟ ଅତିକ୍ରମ କରିଛି । ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୧୧, ୭୨,୪୨୬ ଟି ନମୁନା କୋଭିଡ୍‌-୧୯ ପରୀକ୍ଷା କରାଯାଇଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ୭୨,୭୧୮ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ୫୦,୫୦୩ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି , ଡାକ୍ତରଖାନାରୁ ଫେରିଛନ୍ତି । ୩୯୦ ଜଣ କୋଭିଡ୍‌-୧୯ ରୋଗୀଙ୍କର ମୃତ୍ୟୁ ହୋଇଛି । ସକି୍ରୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୨୧,୭୭୨ ରହିଛି । ୨୩,୬୯୯ ଜଣ ହସ୍‌ପିଟାଲ୍‌ ଆଇସୋଲେସନ୍‌ରେ ରହିଛନ୍ତି ।

Exit mobile version