୦୬ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା : > କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡିକୁ ସାରା ବିଶ୍ୱରେ ଏକ ସ୍ବତନ୍ତ୍ର ପରିଚୟ ଦେଇଥିବା କଫି ବଗିଚାର ଉନ୍ନତି ପାଇଁ ଜିଲା ଓ ବ୍ଲକ ପ୍ରଶାସନ ପଦକ୍ଷେପ ନେଉଛନ୍ତି। ତେବେ ଚଳିତ ବର୍ଷ ବାଲିଗୁଡା ଆଇଟିଡିଏ (ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା) ପକ୍ଷରୁ କଫି ଗଛରୁ କଫି ତୋଳିବା ଓ ତାର ପ୍ରସ୍ତୁତି କରି ମଞ୍ଜି (ବିହନ) କୁ କୋରାପୁଟ ପଠାଇ ଚୂଡାନ୍ତ ପ୍ରସ୍ତୁତି କରିବା ପାଇଁ ପଦକ୍ଷେପ ନିଆଯାଇଛି। ପ୍ରାୟ ପଚାଶ ଜଣ ମହିଳା କଫି ତୋଳିବା ପାଇଁ ଏକ ସପ୍ତାହ ହେଲା କାର୍ଯ୍ୟରେ ଲାଗିଥିବା ବେଳେ ଅନ୍ୟ କିଛି ଶ୍ରମିକ କଫିକୁ ପାଣିରେ ଧୋଇବା ଓ ତାକୁ ଅନ୍ୟ ଏକ ମେଶିନରେ ମଞ୍ଜି ବାହାର କରିବା ଏବଂ ମଞ୍ଜିକୁ ବେଡରେ ଶୁଖାଇବା କାର୍ଯ୍ୟ କରୁଛନ୍ତି।
