ବିଦ୍ୟୁତ୍ ସର୍ଟସର୍କିଟ ଯୋଗୁଁ ଜଳିଗଲା ନଡ଼ିଆ ଗଛ

୦୬ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ସନ୍ଧ୍ୟା ସମୟରେ ଦଶପଲ୍ଲା ବ୍ଲକ ଟାକରା ପଞ୍ଚାୟତ ଖୋର୍ଦ୍ଧା – ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ଗୋପାଳପୁର ଶନିମନ୍ଦିର ସମ୍ମୁଖରେ ଉପରେ ଯାଇଥିବା ଇଲେକ୍ଟ୍ରୀ ତାର ସହ ନଡିଆ ଗଛ ସଂସ୍ପର୍ଶରେ ଆସି ଯିବାରୁ ନଡ଼ିଆ ଗଛଟି ହୁହୁ ହୋଇ ଜଳିବାରେ ଲାଗିଲା ସଙ୍ଗେସଙ୍ଗେ ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ପହଞ୍ଚିଥିଲେ

ଅପରପକ୍ଷେ ଖବର ପାଇ ଦଶପଲ୍ଲା ଦମକଳ ବାହୀନି ଘଟଣାସ୍ଥଳରେ ପହଂଚି ନିଆଁ କୁ ଆୟତ୍ତ କରିଥିଲା ଫଳରେ କିଛି ସମୟ ରାସ୍ତାରେ ଯାଉଥିବା ଗାଡ଼ି ମଟର ଅଟକି ରହିଥିଲା ଦମକଳ ବାହିନୀ ନିଆଁ କୁ ଆୟତ୍ତ କରିବା ପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା l

Exit mobile version