ମଣୀଭଦ୍ରା ରେ ବିଶ୍ବଶାନ୍ତି ମହାଯଜ୍ଞ

୦୬ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ସିଦ୍ଧ ଯୋଗୀ ବାବା ରାମଦାସ୍ କଂ ଜନ୍ମତ୍ସବ ଉପଲକ୍ଷେ ,ଗଣିଆ ବ୍ଳକ ଛାମୁଣ୍ଡିଆ ନିକଟସ୍ଥ , ଶାରଳା ମହାଭାରତ ବର୍ଣ୍ଣିତ ମଣୀଭଦ୍ରା ପାହାଡ ପାଦଦେଶରେ ,ପବିତ୍ର ପୂନ୍ୟତୋୟା ମହାନଦୀ କୂଳରେ ,ଅବସ୍ଥିତ ଅଭୟ ବରଦାୟିନୀ ମା କଳାପାଟ ଠାକୁରାଣୀଙ୍କ ବିଜେସ୍ଥଳୀରେ ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଯାଇଛି । ବୁଧବାର ସ୍ଥାନୀୟ ଗ୍ରାମବାସୀ ଓ ମନ୍ଦିର ପରିଚାଳନା କମିଟିର ସଦସ୍ୟ ସ୍ବତ୍ରୀୟ ପଣ୍ଡିତ ବ୍ରାହ୍ମଣ ମାନକଂ ଦ୍ବାରା ପୂଜାର୍ଚ୍ଚନା ପରେ , ଏକ ବର୍ଣ୍ଣଢ୍ୟ ପଟୁଆରରେ , ପବିତ୍ର ପୂନ୍ୟତୋୟା ମହାନଦୀରୁ ୧୦୮ କଳସ ପବିତ୍ର ଜଳ ଉଠାଇ ଏକ ବିଶାଳ ଶୋଭାଯାତ୍ରାରେ ଯଜ୍ଞ ମଣ୍ଡପରେ ପହଞ୍ଚିଥୂଲେ । ପାରଂପାରିକ ବିଧିମତେ , କୂଳୀନ ବ୍ରାହ୍ମଣ ପୂଜକ ମାନକଂ ଦ୍ବାରା ମା’ଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା ।

ମୁଖ୍ୟ ମଞ୍ଚରେ ପ୍ରବଚ଼ନ, ଭଜନ ସମାରୋହ ସହିତ ହନୁମାନ ଚାଳିଶା ପଠନକରାଯାଇଥିଲା । ପ୍ରତିବର୍ଷ ମାର୍ଗଶିର ମାସ ଶୁକ୍ଲ ତୃତୀୟା ଠାରୁ ଓଢ଼ଣୀ ଷଷ୍ଠୀ ପର୍ୟନ୍ତ ଏହି ଯାତ୍ରା ହେଉଥିବାବେଳେ ,ଏ ବର୍ଷ ଲକ୍ଷାଧୂକ ଭକ୍ତ କଂ ସମାଗମ ହୋଇଥିବାରୁ, ଜିଲ୍ଲା ପୋଲିସ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସାତକୋଶିଆ ଗଣ୍ଡ ନିକଟବର୍ତ୍ତୀ ପ୍ରାକୃତିକ ପରିବେଶ ମଧ୍ୟରେ ଉକ୍ତ ସ୍ଥାନଟି ଥୁବାରୁ ରାଜ୍ୟ ବାହାରୁ ପର୍ଯ୍ୟଟକ ତଥା ଭକ୍ତମାନେ ଉପସ୍ଥିତ ରହି ମେଳାକୁ ଉପଭୋଗ କରୁଥାନ୍ତି । ୪ ଦିନ ଧରି ଘୃତଯଜ୍ଞ, ସାଧୁ ସନ୍ଥ ମେଳା, ଅନ୍ନଯଜ୍ଞ, ବସ୍ତ୍ରଦାନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଗଣିଆର ଗଣପର୍ବ ମଣୀଭଦ୍ରା ବିଶ୍ୱଶାନ୍ତି ମହାଯଜ୍ଞ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

Exit mobile version