Home ଓଡ଼ିଶା ଜିଲ୍ଲାସ୍ତରୀୟ ବିଶ୍ଵ ମୃତ୍ତିକା ଦିବସ ପାଳନ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୫ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମାଲକାନଗିରି :-> ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ୫ ଡିସେମ୍ବର କୁ ବିଶ୍ଵ ମୃତ୍ତିକା ଦିବସ ଭାବରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ କୃଷି ବିଜ୍ଞାନ କେନ୍ଦ୍ର, ମାଲକାନଗିରି ର ମିଳିତ ଆନୁକୁଲ୍ୟରେ ଗୁରୁବାର କୃଷି ବିଜ୍ଞାନ କେନ୍ଦ୍ର ପରିସର ରେ ପାଳନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ଅତିରକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ମୁଖ୍ୟ ଅଥିତି ଭାବେ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରି ମାଟି ମାଆକୁ ସୁରକ୍ଷା ଦେବା ଓ ଜୈବିକ ପ୍ରଣାଳୀରେ ମାଟିର ମାନବୃଦ୍ଧି ପାଇଁ ଚାଷୀ ମାନଙ୍କୁ ଅବଗତ କରାଇଥିଲେ।ଏହି ଅବସର ରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦିଲରଞ୍ଜନ ମହାଳିକ, ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ପାତ୍ର, ବରିଷ୍ଠ କୃଷି ବୈଜ୍ଞାନିକ ତଥା ମୁଖ୍ୟ ଡକ୍ଟର ଦେବୀପ୍ରସାଦ ଦାଶ, ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର, ଜିଲ୍ଲା କୃଷି ଅଧିକାରୀ ମାଲକାନଗିରି ମହେଶ କୁମାର ପାଢ଼ୀ, ବିଧାୟକ ମାଲକାନଗିରିଙ୍କ ପ୍ରତିନିଧି ରୱାଲ ଚାନ୍ଦ ତାୱାରି, ବିଜେପ କାର୍ଯ୍ୟକାରିଣୀ ସଦସ୍ୟ ଭାଗିରଥି ଦଳାଇ ଯୋଗ ଦେଇ ମାଟିର ଯତ୍ନ ପରିମାପ, ପର୍ଯ୍ୟବେକ୍ଷଣ, ଓ ପରିଚାଳନା ପାଇଁ ବିଭିନ୍ନ କୌଶଳ ଯଥା ସମନ୍ଵିତ ସାରା ପରିଚାଳନା, ଜୈବିକ କୃଷି, ପାରମ୍ପରିକ କୃଷି ଆଦି ବିଭିନ୍ନ ଦିଗ ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ।ଏହି ଅବସର ପୂର୍ବର ଅନୁଷ୍ଠିତ ପୋଷ୍ଟର ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା।ସେହିପରି ଜିଲ୍ଲାର ୩୦ ଜଣ ଚାଷୀଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଥିଲା। ମୃତ୍ତିକା ପରିକ୍ଷବିତ୍ତ ମନସ୍ଵିନୀ ମହାପାତ୍ର ଏହି ସଭା ପରିଚାଳନା କରିଥିଲେ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। Categories: ଓଡ଼ିଶା, ମାଲକାନଗିରି, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026