Home ଓଡ଼ିଶା ପଡ଼ିଆ ବ୍ଲକସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୫ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପଡିଆ :-> ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ ୨୦୨୪ ଶୁଭ ଉଦଘାଟନ ହୋଇଯାଇଛି। ଆଜିର ଏହି ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଯମୁନା ମୂଷାକୀ, ଜିଲ୍ଲା ପରିଷଦ ସଭ୍ୟ। ସୁରଭୀ ଭୈ।ମିକ, ପଡ଼ିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଭିମନ୍ୟୁ କଵି ଶତପତୀ, କୋରକୋଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସାଂସଦ ପ୍ରତିନିଧି ପି. ଭେଙ୍କଟେଶ୍ଵର ରାଓ, ବିଧାୟକ ପ୍ରତିନିଧି ମନଦୀପଙ୍କର ରାୟ, ବୁଦ୍ଧିଜୀବୀ ଏମ୍ ଡି ଫାରୁକ, କୋଟାମ ବାଲାୟା, ପଡିଆ ପ୍ରିନ୍ସପାଲ ପରମା ନନ୍ଦ ମହାପାତ୍ର ଓ ସଞ୍ଜୟ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ । ଆଜି ସାକାଳୁ ବ୍ଲକ ପକ୍ଷରୁ କଳସ ଯାତ୍ରାରୁ ଏହି କାର୍ଯ୍ୟକ୍ରମର ଶୁଭ ଆରମ୍ଭ ହୋଇଥିଲା । ମାଲ୍ୟବନ୍ତ ମହୋତ୍ସବର ସଂଧ୍ୟା ସମୟରେ ମାଲ୍ୟବନ୍ତ ପଡ଼ିଆରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅବସରରେ ମୂଖ୍ୟ ଅତୀଥି ଭାବେ ଜିଲ୍ଲା ପରିଷଦ ବିକାଶ ଅଧିକାରୀ ନରେଶ ଚନ୍ଦ୍ର ଶବର, ସମ୍ମାନିତ ଅତିଥି ଭାବେ ପଡ଼ିଆ ଥାନା ଅଧିକାରୀ ରାମେଶ୍ବର ପ୍ରଧାନ , ସମାଜ ସେବୀ ଏନ୍ ରାଘବ ରାଓ ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ସହ ଗ୍ରାମବାସୀ ଉପସ୍ଥିତ ଥିଲେ ।ପ୍ରଶାନ୍ତ କୁମାର ପରିଡ଼ା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଜିପିଓ କାର୍ତ୍ତିକ ନାୟକ, ସୁକୁମାର ପ୍ରଧାନ, ମେନକା ପ୍ରଧାନ, ଏନ୍ ରୁଷି ରାଓ ଓ ବ୍ଲକ ର ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ । Categories: ଓଡ଼ିଶା, ମାଲକାନଗିରି, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026