୦୫ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ପୂର୍ବାହ୍ନରେ ଜିଲ୍ଲା କୃଷି କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଜିଲ୍ଲା ସ୍ତରୀୟ ବିଶ୍ବ ମୃତ୍ତିକା ଦିବସ ପାଳିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା କୃଷି ଭାରତର ଆତ୍ମା ସଦୃଶ।କୃଷି ଓ ଜୀବନ ପାଇଁ ମୃତ୍ତିକା ମୂଳ ଆଧାର।ଏହାକୁ ସୁସ୍ଥ ଓ ସୁରକ୍ଷିତ ରଖିବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ସେ କହିଥିଲେ।ମଣିଷ ଶରୀର ପରି ମାଟିରେ ମଧ୍ୟ ବିଭିନ୍ନ ଉପାଦାନ ର ସନ୍ତୁଳନ ଆବଶ୍ୟକ।ତେଣୁ ମୃତ୍ତିକାର ବୈଜ୍ଞାନିକ ପରୀକ୍ଷା ନିରୀକ୍ଷା ଓ ସ୍ବାସ୍ଥ୍ୟ ପରୀକ୍ଷା ମାଧ୍ୟମରେ ମୃତ୍ତିକା ସୁରକ୍ଷା ଓ ସଂରକ୍ଷଣ ପାଇଁ ଶ୍ରୀ ବେହେରା ପରାମର୍ଶ ଦେଇଥିଲେ। ଏଥିରେ ଅଧ୍ୟକ୍ଷତା କରି ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ କୁମାର ଦାସ ଜୀବନ ପାଇଁ ଖାଦ୍ୟ ଆବଶ୍ୟକ ଓ ଖାଦ୍ୟ ଉତ୍ପାଦନ ପାଇଁ ମୃତ୍ତିକା ଜରୁରୀ।ବର୍ତ୍ତମାନ ମାଟି ପ୍ରଦୂଷିତ ହେଉଥିବାରୁ ଫସଲ ପ୍ରଭାବିତ ହେଉଛି।ପୁରୀ ଜିଲ୍ଲାରେ ପ୍ରାୟ ୭୦ ଭାଗ ଜମି ଏସିଡିକ ବା ଅମ୍ଲ ପ୍ରଭାବିତ।ଯାହା ଫଳରେ ତୈଳ ଓ ଡାଲି ଜାତୀୟ ଫସଲ ଭଲ ହେଉ ନାହିଁ।ଅନ୍ୟ ମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦେଶକ ସନ୍ତୋଷ କୁମାର ସେଠୀ,

