୦୫ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ଲାଠିପଡ଼ାସ୍ଥିତ ମଡେଲ ଡିଗ୍ରୀ କଲେଜଠାରେ ବିଶ୍ବ ଏଡ଼ସ୍ ଦିବସ ପରିପ୍ରେକ୍ଷୀରେ ଯୁବ ରେଡକ୍ରସ ଆନୁକୂଲ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି. କାର୍ଯ୍ୟକ୍ରମରେ ସଭାପତିତ୍ବ କରି କଲେଜର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥି ଛାତ୍ରଛାତ୍ରୀମାନଙ୍କୁ ଏଡ଼ସ୍ ରୋଗର ଭୟାବହତା ବିଷୟରେ ଅବଗତ କରାଇଥିଲେ. ସଭାରେ ଗୌରମୋହନ ସାହୁ ଜନସାଧାରଣଙ୍କର ଏଡ଼ସ୍ ଭୂତାଣୁ ସମ୍ବନ୍ଧୀୟ ବିଶେଷ ଜ୍ଞାନ ନଥିବା ହେତୁ ଦୁର୍ଦ୍ଦଶା ଭୋଗୁଥିବା ଜଣାଇଥିଲେ l

