୦୫ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ବର :-> ଭୁବନେଶ୍ୱର ସ୍ଥିତ କୃଷି ଭବନ ଅଡିଟୋରିଅମରେ ରାଜ୍ୟ ସ୍ତରୀୟ “ବିଶ୍ୱ ମୃତ୍ତିକା ଦିବସ” ମହା ସମାରୋହରେ ପାଳନ କରାଯିବା ସହିତ ପ୍ରତି ଜିଲ୍ଲାସ୍ତରରେ ମଧ୍ୟ ପାଳନ କରାଯାଇଛି l ଏହି ବର୍ଷର ବିଷୟବସ୍ତୁ ହେଉଛି:- ମୃତ୍ତିକା ଯତ୍ନ: ପରିମାପ, ପର୍ଯବେକ୍ଷଣ, ପରିଚାଳନା l ଏଥିରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇଥିଲେ l ଅନ୍ୟ ଅତିଥି ମାନଙ୍କ ମଧ୍ୟରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢୀ, କୃଷି ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ, ଉଦ୍ୟାନ କୃଷି ଓ ମୃତ୍ତିକା ସରଂକ୍ଷଣ ନିର୍ଦ୍ଦେଶକ ଶ୍ରୀ ନିଖିଲ୍ ପୱନ କଲ୍ୟାଣ ପ୍ରମୁଖ ଥିଲେ l ଓଡ଼ିଶାର କୋଣ ଅନୁକୋଣରୁ ଅଭିଜ୍ଞ ଚାଷୀ, କୃଷି ବିଶେଷଜ୍ଞ,ବୈଜ୍ଞାନିକ ଓ ଛାତ୍ରଛାତ୍ରୀଗଣ ଉପସ୍ଥିତ ଥିଲେ l

