ମାନସ କୁମାର ନନ୍ଦଙ୍କୁ ସମ୍ମାନ ସୂଚକ ଡକ୍ଟରେଟ୍ ଲାଭ

୦୫ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ  :-> ପୁରୀ ଜିଲ୍ଲାର ନିମାପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନୂଆସନ୍ଥ ଗ୍ରାମର ସ୍ୱର୍ଗୀୟ ଶେଷଦେବ ନନ୍ଦଙ୍କ ଜ୍ୟୋଷ୍ଠ ପୁତ୍ର ମାନସ କୁମାର ନନ୍ଦଙ୍କୁ ଆନ୍ତର୍ଜାତିକ ଏକ ପ୍ରତିଷ୍ଠିତ ବିଶ୍ଵବିଦ୍ୟାଳୟ ଇଣ୍ଟରନ୍ୟାସନାଲ ବିଜନେସ ସ୍କୁଲ ଅଫ ସ୍କାଣ୍ଡିନାରିଆ (IBSS, Denmark) ଡେନମାର୍କ ତରଫରୁ ସମ୍ମାନ ସୂଚକ ଡକ୍ଟରେଟ୍ ଉପାଧିରେ ଭୂଷିତ କରାଯାଇଥିବାରୁ ସେଥିପାଇଁ ଉକ୍ତ ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଥିବା ସହ ସାଧୁବାଦ୍ ଜଣାଇଛନ୍ତି ।

ଏହି IBSS ଭାରତରେ ନାଇଡାସ୍ଥିତ ସମାବର୍ତ୍ତନ ଲେମନ୍ ଟ୍ରୀ ହୋଟେଲରେ ମହାସମାରୋହରେ ୨୦,୧୧,୨୦୨୪ ରେ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ଅଧ୍ୟକ୍ଷତା କରିଥିଲେ କମିଶନର ଅଫ ଏଜୁକେଶନ ଦିଲ୍ଲୀ ଶ୍ରୀଯୁକ୍ତ ଆଇ ଏସ ନେହେରା ଏବଂ Edumind learning ର ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ଦେବେଶ ସିଂ ରାଠୋର । IBSS ର ସିଇଓ ଶ୍ରୀଯୁକ୍ତ ମାର୍ଟିନ ଲେନ୍ସନ୍ ଜେନମାର୍କରୁ ଭିଡିଓ ଆଭାସ ମାଧ୍ୟମରେ ଉଦବୋଧନ ଦେଇଥିଲେ ।

Exit mobile version