କଟକ ଜିଲ୍ଲାପାଳଙ୍କ ବାଙ୍କୀ ଉପଖଣ୍ଡର ବିଭିନ୍ନ କାର୍ଯ୍ୟର ସମୀକ୍ଷା

୦୫ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> କଟକ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ସିନ୍ଧେ ବାଙ୍କୀ ଗସ୍ତରେ ଆସି ଡମପଡ଼ା ବ୍ଲକ ପାଥପୁର ଗ୍ରାମପଂଚାୟତର ମହାନଦୀ କୂଳରେ ମୁରାରୀପୁର ଠାରେ ନିର୍ମାଣ ଚାଲିଥିବା ଗ୍ରାମ୍ୟ ପାନୀୟ ଜଳଯୋଗାଣ ବିଭାଗର ପାନୀୟ ଜଳଯୋଗାଣ ବିଭାଗ ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ । ପରେ ଜାତମୁଣ୍ଡିଆ ଠାରେ ଥିବା ନିୟନ୍ତ୍ରିତ ବଜାର କମିଟିର ଗୋଦାମ ଘରେ ଗଚ୍ଛିତ ଥିବା ପିଡିଏସ୍ ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀ ତନଖି କରିଥିଲେ ।ଅଗାମୀ ଦିନରେ ବାଙ୍କୀ ଉପଖଣ୍ଡରେ ଖରିଫ୍ ଧାନମଣ୍ଡିରେ ଚାଷୀମାନେ ସୁବିଧାରେ ଧାନ ଦେଇ ସ୍ୱଚ୍ଛ ଭାବେ କ୍ରୟ କରିବା ସଂପର୍କରେ ବିଭାଗୀୟ ଅଧିକାରୀମାନଙ୍କ ସହିତ ଜିଲ୍ଲାପାଳ ଆଲୋଚନା କରିଥିଲେ । ସେ ଶିମିଳିପୁର ଓ ତୁଳସୀପୁରରେ ଧାନମଣ୍ଡି ପରିଦର୍ଶନ କରିବା ସହ ଆନୁଷଙ୍ଗିକ ବ୍ୟବସ୍ଥା ସମୀକ୍ଷା କରିଥିଲେ । ବାଙ୍କୀ ଉପଜିଲ୍ଲାପାଳ ଦେବୀ ପ୍ରସାଦ ମହାନ୍ତି, ବିଡିଓ ଅଂଶୁମାନ ଦାସ, କଟକ ଗ୍ରାମ୍ୟ ପାନୀୟ ଜଳଯୋଗାଣ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଅଭିମନ୍ୟୁ ଦାସ ଓ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଜିଲ୍ଲାପାଳଙ୍କୁ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ ।

 

Exit mobile version