୦୫ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଜାନକୀବଲ୍ଲଭ ଛାତ୍ରାବାସର ନବାଗତ + ୨ ପ୍ରଥମ ବର୍ଷ ଓ + ୩ ପ୍ରଥମ ବର୍ଷ ଛାତ୍ରମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଛି । ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ +୨ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ସମୀର କୁମାର ମହାପାତ୍ର ସଭାପତିତ୍ୱ କରିଥିଲେ । ଛାତ୍ରାବାସର ତତ୍ତ୍ୱାବଧାରକ ଡକ୍ଟର ଶ୍ରୀକାନ୍ତ ଦାସ ସ୍ୱାଗତ ଭାଷଣ ଦେବା ସହ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବେ ଅଧ୍ୟକ୍ଷ ଡକ୍ଟର ନିରଞ୍ଜନ ମହାନ୍ତି ଯୋଗଦାନ କରି ନବାଗତ ଛାତ୍ରମାନେ କଲେଜ ଓ ଛାତ୍ରାବାସାରେ ଶୃଙ୍ଖଳା ରଖିବା ସହିତ ଭଲ ପାଠ ପଢ଼ିବା ପାଇଁ ପରାମର୍ଶ ଦେଇଥିଲେ ।
