୦୪ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋଣାର୍କ :-> କୋଣାର୍କ ଉତ୍ସବର ଚତୁର୍ଥ ଦିନରେ କୋଣାର୍କ ଝୁରି ହେଉଛି ତା’ର ଶିଳ୍ପୀ କୂଳଙ୍କୁ ଆଉ ତାର ଗାଥାକୁ ଲିପିବଦ୍ଧ କରିଥିବା କବି, ସାହିତ୍ୟିକଙ୍କୁ । କୋଣାର୍କ ଶିଳ୍ପୀର ନିହଣ ମୁନର କେବଳ ମାତ୍ର ଏକ ଶିଳ୍ପ କଳା ହୋଇ ରହିନାହିଁ, ହୋଇଯାଇଛି ବିଶ୍ୱର ଅଗଣିତ ଜଣ ମାନସର ଏକ ଅବିଶ୍ୱସନୀୟ ବିସ୍ମୟ।ବିଶ୍ୱର ବହୁ ଭାଷାର କବି ସାହିତ୍ୟିକଙ୍କ କଲମ ମୁନର ଏକ ଅନବଦ୍ୟ ସୃଷ୍ଟି। କବିର କଳା ଓକଲ୍ପନାରେ କୋଣାର୍କର ଗାଥା, ରୂପ, ଲାବଣ୍ୟ ଫୁଟି ଉଠିଛି । କୋଣାର୍କ ହୋଇ ଉଠିଛି ଶିଳ୍ପୀ ମାନସର “ଶିଳାପଦ୍ମ” ଆଉ ଲିପିର ଶିଳାଲେଖ। ନୃତ୍ୟଶିଳ୍ପୀ ଓ ସଙ୍ଗୀତଜ୍ଞଙ୍କର ସ୍ଵପ୍ନର ଚଉହଦୀ ଆଉ ପ୍ରେମ-ପ୍ରଶାନ୍ତିର ଅଗଣା ପାଲଟି ଯାଇଛି।

