Home ଓଡ଼ିଶା ୨୦୨୫ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପ୍ରାକ୍ ପ୍ରସ୍ତୁତି by Proprietor Abhimanyu Maharana 2 years ago Share on FacebookShare on TwitterWhatsapp * ରଥକାଠ ଅନୁକୂଳ ପୂଜାପାଇଁ ନିର୍ଘଣ୍ଟ ହେଲା ଶୁଭଦିନ * ଡିସେମ୍ବର ୧୭ କିମ୍ବା ୨୪ ରେ ହେବ ପୂଜା ୦୪ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ବିଶ୍ବ ନିଅନ୍ତା , ଅନିବଂଧନ ବାନ୍ଧବ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆସନ୍ତା ୨୦୨୫ ମସିହାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ବା ରଥଯାତ୍ରା ନିମନ୍ତେ ରଥକାଠ ଅନୁକୂଳ ପାଇଁ ଶୁଭଦିନ ନିର୍ଘଣ୍ଟ ହୋଇଛି । ଆବାହମାନ କାଳରୁ ଦଶପଲ୍ଲା ବନାଞ୍ଚଳ ପକ୍ଷରୁ ରଥକାଠ ଅନୁକୂଳ ପୂଜା କରାଯିବା ସମେତ ପ୍ରଥମ ରଥକାଠ ଯୋଗାଣ ହୋଇ ଆସୁଥିବା ବେଳ ଆବନାଞ୍ଚଳ ପକ୍ଷରୁ ଏହାର ପ୍ରାକ୍ ପ୍ରସ୍ତୁତି ପର୍ବ ଅନୁଷ୍ଠିତ ହୋଇଯାଇଛି। ବିେଶଷକରି ଏହିପୂଜା ପ୍ରତିବର୍ଷ ଷୈlସ ମାସର ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଥାଏ । ଏଥିପାଇଁ ଦଶପଲ୍ଲା ବନାଞ୍ଚଳ ଅଧିକାରୀ ସୁଦର୍ଶନ ଦେହୁରୀ ଏବଂ ଅବସରପ୍ରାପ୍ତ ବନପାଳ ତଥା ‘ଗଣକ’ ପ୍ରଫୁଲ୍ଲ କୁମାର ଦାଶ ମା’ ବଡ଼ରାଉଳଙ୍କ ରଥକାଠ ଅନୁକୂଳ ପୂଜକ ଗଣିଆ ବ୍ରାହ୍ମଣ ଶାସନସାହି ସ୍ଥିତ ପ୍ରସନ୍ନ କୁମାର ଦାଶଙ୍କ ନିକଟରେ ପହଞ୍ଚି ପାଞ୍ଜୀଗଣନା କରି ଶୁଭଦିନ ନିର୍ଦ୍ଧାରଣ କରିଛନ୍ତି। ଆସନ୍ତା ଡ଼ିେସମ୍ବର ୧୭ ଏବଂ ୨୪ ଦୁଇଟି ତାରିଖକୁ ପାଞ୍ଜୀଗଣନା କରାଯାଇ ଶୁଭଦିନ ନିର୍ଦ୍ଧାରଣ କରାଯାଇଛି। ପରମ୍ପରା ତଥା ରିତିନୀତି ଅନୁଯାୟୀ ନୟାଗଡ଼ ଜିଲ୍ଲା ଗଣିଆ ବଡ଼ମୂଳ ସ୍ଥିତ ମା’ବଡ଼ରାଉଳଙ୍କ ପୀଠରେ ଏହି ରଥକାଠ ଅନୁକୂଳ ପୂଜା ଅନୁଷ୍ଠିତ ହେବାପରେ ପ୍ରତିବର୍ଷ ରଥକାଠ କଟାଯିବା କାର୍ଯ୍ୟ ଆରମ୍ଭ ହୋଇଥାଏ । ଆବାହମାନ କାଳରୁ ଏହି କାଠକୁ ନୟାଗଡ଼ ବନଖଣ୍ତ ଅଧୀନସ୍ଥ ଦଶପଲ୍ଲା ବନାଞ୍ଚଳରୁ ଯୋଗାଇ ଦିଆଯିବା ପରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ । ମା’ବଡ଼ରାଉଳଙ୍କ ପୀଠରେ ମହାପ୍ରଭୁ ଜଗନ୍ନାଥଙ୍କ ଆଜ୍ଞାମାଳ ଆସି ପହଞ୍ଜିବା ପରେ ଦଶପଲ୍ଲା ବନାଞ୍ଚଳ ପକ୍ଷରୁ ଏହି ପୂଜାନୀତି ଅନୁଷ୍ଠିତ ହୁଏ। ମା’ବଡ଼ରାଉଳଙ୍କ ପୀଠରେ ପୂଜାପରେ ମାଘ ମାସ ଶୁକ୍ଳ ପଞ୍ଚମୀ ଅର୍ଥାତ୍ ସରସ୍ବତୀ ପୂଜା ଦିନ ରଥଖଳାରେ ରଥ ନିର୍ମାଣ ପାଇଁ ଅନୁକୂଳ ପୂଜା ନିମନ୍ତେ ପ୍ରଥମ ପର୍ଯ୍ୟାୟ ରଥକାଠ ଦଶପଲ୍ଲା ବନାଞ୍ଚଳରୁ ହିଁ ପହଞ୍ଚିଥାଏ । ରଥଖଳାର ନିର୍ଦ୍ଧାରିତ ସମୟ ପୂର୍ବରୁ ୧୨ ଫୁଟ ଲମ୍ବର ୩ଟି ଧଉରା କାଠ ପହଞ୍ଚିବାର ନିୟମ ରହିଛି। ପୂଜକଙ୍କ ଏହି ଟିପଣୀକୁ ବନଖଣ୍ତ ଅଧିକାରୀଙ୍କ ନିକଟକୁ ପଠାଇବା ପରେ ସେଠାରୁ ଶ୍ରୀ ମନ୍ଦିର ପ୍ରଶାସକ ନିକଟକୁ ଏହାକୁ ପଠାଯିବ। ଏହି ଦୁଇଟି ଦିନ ମଧ୍ୟରୁ ଯେ କୈlଣଷି ଗୋଟିଏ ଦିନ ଶ୍ରୀ ମନ୍ଦିର ପ୍ରଶାସକ ଧାର୍ଯ୍ୟ କରିବେ । ମା’ ବଡ଼ରାଉଳଙ୍କ ପୀଠରେ ପ୍ରଭୁ ଜଗନ୍ନାଥଙ୍କ ଆଜ୍ଞାମାଳ ପହଞ୍ଚିବା ପେର ପୂଜା ଉତ୍ସବ ଅନୁଷ୍ଠିତ ହେବବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ଭାରତରେ ନୂତନ ବିଏମଡବ୍ଲୁ ୭ ସିରିଜ୍ ରେଞ୍ଜ ଶୁଭାରମ୍ଭ ହୋଇଛି by Proprietor Abhimanyu Maharana September 24, 2026 କନ୍ଧମାଳ ମାଟିରେ ସାରସ୍ୱତ ଝଙ୍କାର : ଫୁଲବାଣୀରେ ‘ମେଘ ଉତ୍ସବ’ ରେ ଜନଜାତି ଭାଷା ଓ ସଂସ୍କୃତିର ମହାମନ୍ଥନ by Proprietor Abhimanyu Maharana September 24, 2026 କନ୍ଧମାଳ ଜିଲ୍ଲା ସାମ୍ବାଦିକ ସମନ୍ୱୟ ସମିତି ର ସମାବେଶ : ଏକତା ଓ ସାମ୍ବାଦିକଙ୍କ ସୁରକ୍ଷା ଉପରେ ଗୁରୁତ୍ଵାରୋପ by Proprietor Abhimanyu Maharana September 24, 2026 କନ୍ଧମାଳ ମାଟିରେ ସାରସ୍ୱତ ଝଙ୍କାର : ଫୁଲବାଣୀରେ ‘ମେଘ ଉତ୍ସବ’ ରେ ଜନଜାତି ଭାଷା ଓ ସଂସ୍କୃତିର ମହାମନ୍ଥନ by Proprietor Abhimanyu Maharana September 24, 2026 KHURDA ROAD DIVISION CONDUCTED CLOSING CEREMONY OF HINDI PAKHWADA -2026 AND 151st DIVISIONAL OFFICIAL LANGUAGE IMPLEMENTATION COMMITTEE MEETING by Proprietor Abhimanyu Maharana September 24, 2026 ଲଗାଣ ବର୍ଷାରେ କଳିଙ୍ଗା ଘାଟିରେ ଭୁଶୁଡ଼ିଲା ନିର୍ମାଣାଧୀନ ଗାର୍ଡୱାଲ୍, ଅନିର୍ଦ୍ଧିଷ୍ଟ କାଳ ପାଇଁ ସିଲ୍ ହେଲା ଘାଟି ରାସ୍ତା by Proprietor Abhimanyu Maharana September 24, 2026