୦୪ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଦିନକୁଦିନ ପ୍ରଶଂସା ସାଉଁଟି ଚାଲିଛି ଦଶପଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ପବନପୁତ୍ର – ସେବା ସମିତି । ଖାଲି ଦଶପଲ୍ଲା ନୁହେଁ ବରଂ ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଭିନ୍ନ ସେବାମୂଳକ କାର୍ଯ୍ୟକରି ପ୍ରଶଂସା ସାଉଁଟି ଚାଲିଛି ଏହି ସ୍ବେଛାସେବୀ ସଂଗଠନ । କେତେବେଳେ କାହାର ଘର ନାହିଁ ତ ତା ପାଇଁ ଘର ତୋଳିଦେବା ହେଉ ,ତ ଆଉ କେତେବେଳେ ନିରାଶ୍ରୟ ଲୋକଙ୍କୁ ଆଶ୍ରୟ ଯୋଗାଇବା ହେଉ ।

