Home ଓଡ଼ିଶା ଖୋର୍ଦ୍ଧା – ବଲାଙ୍ଗୀର ରେଳ ପ୍ରକଳ୍ପକୁ ବିରୋଧ କଲେ ବୁଗୁଡା କଲୋନୀ ଗ୍ରାମବାସୀ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଆମେ ଖାଇବୁ କଣ ? ବଂଚିବୁ କେମିତି ? ★ ସୀମାରେ ମାରିଲେ ନାଲି ପତାକା ★ ଦେଲେ ଚେତାବନୀ ★ ସମାନ ପରିମାଣର ଜମି ନ ଦେବା ଯାଏଁ ଜାରୀରଖିବେ ସଂଗ୍ରାମ ୦୪ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଆଗେଇ ପାରୁନି ଉପକୂଳ ଓଡ଼ିଶା ଓ ପଶ୍ଚିମ ଓଡିଶା ର ଜୀବନ ରେଖା କୁହାଯାଉଥିବା ,ବହୁ ପ୍ରତିକ୍ଷିତ ଖୋର୍ଦ୍ଧା – ବଲାଙ୍ଗୀର ରେଳ ପ୍ରକଳ୍ପ । ରେଳପଥ ନିର୍ମାଣରେ ବାଧକ ସାଜୁଛି ଜମି ଅଧିଗ୍ରହଣ ଓ ଟନେଲ ନିର୍ମାଣ । ଆଜି ମୁଣ୍ଡୁଳୀ ନୂଆଗାଁ ଠାରୁ ପଥରଗଣ୍ଡ ( ଜାମୁସାହି ) ୨୬୦୦ ମିଟର ଲମ୍ବ ଟନେଲ୍ ନିର୍ମାଣ ପୁର୍ଣ୍ଣାଂଗ ହେବାକୁ ଯାଉଥିବାବେଳେ , ଜମି ଅଧିଗ୍ରହଣ ସମସ୍ୟାକୁ ନେଇ , ରେଳ ପ୍ରକଳ୍ପ ନିର୍ମାଣକୁ ଯୋରଦାର୍ ବିରୋଧ କରିଛନ୍ତି ଦଶପଲ୍ଲା ବ୍ଲକ୍ ଟାକରା ଗ୍ରାମ ପଂଚାୟତ ବୁଗୁଡା କଲୋନୀ ଗ୍ରାମର ଗ୍ରାମବାସୀମାନେ । ୪ ତାରିଖ ସକାଳ ୮ ଘଣ୍ଟା ସମୟରେ ଗ୍ରାମର ଶତାଧିକ ଆଦିବାସୀ ପୁରୁଷ ଓ ମହିଳା ପାରଂପାରିକ ଅସ୍ତ୍ରଶସ୍ତ୍ର ଧରି ରେଳପଥ ପ୍ରକଳ୍ପ କାର୍ଯ୍ୟ ଚାଲିଥିବା ନିଜ ଗ୍ରାମ ସୀମା ସରହଦ ନିକଟରେ ପହଞ୍ଚି ,ନାଲି ପତାକା ମାରିବା ସହିତ ପ୍ରକଳ୍ପ କାର୍ଯ୍ୟକୁ ଯୋରଦାର୍ ବିରୋଧ କରିଥିଲେ । କ୍ଷତିଗ୍ରସ୍ତ ହେଉଥିବା ଜମିର ସମାନ ପରିମାଣର ଜମି ସେମାନକୁଂ ପ୍ରଦାନ ନ କରିବା ପର୍ଯ୍ୟନ୍ତ ସେମାନେ ରେଳପଥ କାର୍ଯ୍ୟ କରାଇ ଦେବେନାହିଁ ବୋଲି ଚେତାବନୀ ଦେଇଥିଲେ । ଯଦି ସରକାର ଯୋର୍ ଯବରଦସ୍ତ ରେଳପଥ କାର୍ଯ୍ୟ କରନ୍ତି , ତେବେ ଜୀବନର ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ଲଢ଼େଇ ଜାରୀ ରଖିବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । କିଛି ଗ୍ରାମବାସୀ କଂ କହିବା ମୁତାବକ ଯଦି ସରକାର ଆମ ଭିଟାମାଟି ଓ ପରିବାରକୁଂ ଉଛନ କରନ୍ତି ତେବେ ଆମେ ପିଲାଛୁଆ ଓ ଗୃହପାଳିତ ପଶୁମାନକୁଂ ଧରି ପ୍ରକଳ୍ପ କାର୍ଯ୍ୟ କୁ ବିରୋଧ କରିବୁ । ଯଦି ପ୍ରକଳ୍ପ ହେବ ତେବେ ଆମ ଆଦିବାସୀ ମାନକଂ ଶବ ର ପାହାଡ଼ ଉପରେ ହିଁ ପ୍ରକଳ୍ପ ହେବ । ଆଉକିଛି ଗ୍ରାମବାସୀ କୋହଭରା କଣ୍ଠରେ କହୁଥିଲେ ଯେ , ସରକାର ଆମକୁ ୫୬ ମସିହାରୁ ଏଇଠି ଜାଗାବାଡି ଦେଇ ଥଇ ଥାପନା କରିଥିଲା ,ଆଜିଯଦି ଆମ ଜମିବାଡ଼ି ଛଡେଇ ନେବେ ତେବେ , ଆମେ ଖାଇବୁ କଣ ? ବଂଚିବୁ କେମିତି ? Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content Odiapreneur 3.0 State-Level Hackathon Inaugurated at IIT Bhubaneswar by Proprietor Abhimanyu Maharana October 1, 2026 ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା by Proprietor Abhimanyu Maharana October 1, 2026 ଅନାବିଳ ବ୍ୟକ୍ତିତ୍ଵ ଡଃ କିଶୋର କୁମାର ପଣ୍ଡା by Proprietor Abhimanyu Maharana October 1, 2026 ମାଲଗୋଦାମ ପୋଲିସର ବଡ ସଫଳତା : ଜୀପି କଏଲ୍ ଚୋରୀ ମାମଲାରେ ୨ଗିରଫ,୧୭ ବଣ୍ଡଲ କଏଲ୍ ଜବତ by Proprietor Abhimanyu Maharana October 1, 2026 ଫୁଲନଖରା - ନିଆଳି ମାଧବ ରାଜ୍ୟ ରାଜପଥର ଦୂରାବସ୍ଥା ନେଇ ବିଜେଡ଼ି ପକ୍ଷରୁ ରାସ୍ତାରୋକ by Proprietor Abhimanyu Maharana October 1, 2026 ଉତ୍କଳ ହସ୍ପିଟାଲରେ ବିଶ୍ୱ ହୃଦୟ ଦିବସ ପାଳିତ by Proprietor Abhimanyu Maharana October 1, 2026