Home ଓଡ଼ିଶା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ରୁ ୧.୨୧ କୋଟି ହଡପ କରି ଫେରାର ଥିବା ଠକ ବ୍ୟାଙ୍କ ମ୍ୟାନେଜର ୭ ମାସ ପରେ ଗିରଫ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୪ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଖାଣ୍ଡବା ଗ୍ରାମ ଠାରେ ଥିବା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ମ୍ୟାନେଜର ୧.୨୧ କୋଟି ଟଙ୍କା ହଡପ କରି ଗିରଫ ଭୟରେ ଫେରାର ଥିଲେ. ଏହି ଠକ ମ୍ୟାନେଜରକୁ ଗିରଫ କରିବା ପାଇଁ ଗଜପତି ପୋଲିସ ଜାଲ ବିଛାଇ ତଦନ୍ତ ଚଳାଇ ଥିଲେ. ବର୍ତ୍ତମାନ ୭ ମାସ ପରେ ଏହି ଠକ ବ୍ୟାଙ୍କ ମ୍ୟାନେଜରକୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇପାରିଛି ଏହି ଠକ ବ୍ୟାଙ୍କ ମ୍ୟାନେଜରଙ୍କ ନାମ ଦୁର୍ଯ୍ୟୋଧନ ପଟେଲ. ତାଙ୍କୁ କାଶୀନଗର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା କାଶୀନଗର ଥାନା ଅଧୂକାରୀ ସୁନିଲ ବେହେରା ସୂଚନା ଦେଇଛନ୍ତି ପୁଲିସର ସୂଚନା ପଅନୁଯାୟୀ ବ୍ୟାଙ୍କରେ ବିଭିନ୍ନ ଜମାକାରୀଙ୍କ ଟଙ୍କା ହେରଫେର ହୋଇଥିବା ଜାଣିବା ପରେ ଆଞ୍ଚଳିକ ବ୍ୟାଙ୍କର ମ୍ୟାନେଜର ଲକ୍ଷ୍ମୀନାରାୟଣ ସାମଲ ଗତ ଏପ୍ରିଲ ମାସରେ କାଶୀନଗର ଥାନାରେ ଏତଲା ଦେଇଥିଲେ । ଏହାକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରିଥିଲା। ଏଥିରେ କାଶୀନଗର ବ୍ୟାଙ୍କ ମ୍ୟାନେଜର ସମ୍ପୂକ୍ତ ଥିବା ଯୋଗୁଁ ଗିରଫ ଭୟରେ ଫେରାର ଥିଲେ. ପରେ ଥାନା ପକ୍ଷରୁ ଏକ ଟିମ ଗଠନ କରାଯାଇ ତଦନ୍ତ ଚାଲୁ ରଖାଯାଇଥିଲା । ଏଥି ଅନୁଯାୟୀ ଅଭିଯୁକ୍ତ ଠକ ବ୍ୟାଙ୍କ ମ୍ୟାନେଜର ଦୁର୍ଯ୍ୟୋଧନ ପଟେଲଙ୍କୁ ତାଙ୍କ ନିଜ ଗ୍ରାମ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅଧୀନ ଗୌଡ଼ ଛେଣ୍ଡିଆ ଗ୍ରାମର ବାସଭବନରୁ କାଶୀନଗର ପୋଲିସ ଗିରଫ କରିବାରେ ସଫଳ ହୋଇଛନ୍ତି l Categories: ଓଡ଼ିଶା, ଖୋର୍ଦ୍ଧା, ଗଜପତି, ହୋମ୍ Related Content Odiapreneur 3.0 State-Level Hackathon Inaugurated at IIT Bhubaneswar by Proprietor Abhimanyu Maharana October 1, 2026 ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା by Proprietor Abhimanyu Maharana October 1, 2026 ଅନାବିଳ ବ୍ୟକ୍ତିତ୍ଵ ଡଃ କିଶୋର କୁମାର ପଣ୍ଡା by Proprietor Abhimanyu Maharana October 1, 2026 ମାଲଗୋଦାମ ପୋଲିସର ବଡ ସଫଳତା : ଜୀପି କଏଲ୍ ଚୋରୀ ମାମଲାରେ ୨ଗିରଫ,୧୭ ବଣ୍ଡଲ କଏଲ୍ ଜବତ by Proprietor Abhimanyu Maharana October 1, 2026 ଫୁଲନଖରା - ନିଆଳି ମାଧବ ରାଜ୍ୟ ରାଜପଥର ଦୂରାବସ୍ଥା ନେଇ ବିଜେଡ଼ି ପକ୍ଷରୁ ରାସ୍ତାରୋକ by Proprietor Abhimanyu Maharana October 1, 2026 ଉତ୍କଳ ହସ୍ପିଟାଲରେ ବିଶ୍ୱ ହୃଦୟ ଦିବସ ପାଳିତ by Proprietor Abhimanyu Maharana October 1, 2026