୦୪ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲାରେ ଗତ ଏକବର୍ଷର ବ୍ୟବଧାନ ପରେ ଦେବଗିରି ବନାଞ୍ଚଳକୁ ଫେରିଛି ମହାରାଷ୍ଟ୍ର ମହାବଳ ବାଘ. ଗଜପତି ଜିଲ୍ଲା ଗୋଷାଣୀ ବ୍ଳକ ଅନ୍ତର୍ଗତ ବାଘଶାଳା ଗ୍ରାମରେ ବାଘର ପାଦଚିହ୍ନ ଗତକାଲି ଚିହ୍ନଟ ହେବାପରେ ମଙ୍ଗଳଵାର ମଧ୍ୟ ରାତ୍ରରେ ଏହି ମହାବଳ ବାଘଟି ଗୁହାଳରୁ ଗୋଟିଏ ଗାଇକୁ ଟାଣି ନେଇ ଖାଇ ଦେଇଥିବା ଜଣା ପଡିଛି. ବର୍ତ୍ତମାନ ଏହି ମହାବଳ ବାଘଟି ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହର ମୁହାଁ ହେବାରେ ଲାଗିଛି. ଏନେଇ ଗୋଷଣୀ ବ୍ଲକର ବିଭିନ୍ନ ଗ୍ରାମ ଓ ପାରଳା ସହରବାସୀଙ୍କ ଭିତରେ ମହାବଳ ବାଘର ଆତଙ୍କ ଦେଖା ଦେଇଛି. ସୋମବାର ଦିନ ମହାବଳ ବାଘର ପାଦ ଚି଼ହ୍ନ ଚିହ୍ନଟ ହେବାର ୨୪ ଘଣ୍ଟା ନ ପୂରୁଣୁ ମହାବଳ ବାଘଟି ଜନବସତିର ଗୁହାଳରୁ ଗୋଟିଏ ଗାଇକୁ ଟାଣି ନେଇ ଖାଇ ଦେବା ଘଟଣାରେ ଅଞ୍ଚଳବାସୀ ଅତ୍ୟନ୍ତ ଭୟଭୀତ ହୋଇପଡିଛନ୍ତି.

