Home ଓଡ଼ିଶା ମହେନ୍ଦ୍ରଗିରି ଶିଖର ମାତା କୁନ୍ତି ମନ୍ଦିରରୁ ଗଜପତି ଉତ୍ସବ-୨୦୨୪ ଶୁଭାରମ୍ଭ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୪ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ମହେନ୍ଦ୍ରଗିରି ଶିଖର ମାତା କୁନ୍ତି ମନ୍ଦିରରୁ ଗଜପତିଉତ୍ସବ-୨୦୨୪ ଆଜି ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ଗଜପତି ମହୋତ୍ସବ ମଶାଲ ଶୋଭାଯାତ୍ରା ମହେନ୍ଦ୍ରଗିରି ଶିଖରରୁ ବାହାରିବା ପରେ କଇଁପୁର, ଜିରାଙ୍ଗ, ମଣ୍ଡଳ ସାହି, ରାମଗିରି, ଛେଳିଗଡ, ଆର୍.ଉଦୟଗିରି, ଖଜୁରୀପଦା, ରାୟଗଡ଼ ଏବଂ ମାଛମରା ଦେଇ ପାରଳାଖେମୁଣ୍ଡି ବିଜୁ କଲ୍ୟାଣ ମଣ୍ଡପ ନିକଟରେ ଅପରାହ୍ନ ୪ ଘଟିକା ସମୟରେ ମଶାଲ ପହଞ୍ଚିଥିଲା । ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜ, ଉପଜିଲ୍ଲାପାଳ ଶ୍ରୀ ଅନୁପ ପଣ୍ଡା,ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ, ପାରଳାଖେମୁଣ୍ଡି ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ମହୋତ୍ସବର ମଶାଲକୁ ସ୍ୱାଗତ କରିଥିଲେ । ଜିଲ୍ଲାସ୍ତରୀୟ ଅଧିବାସୀ ଓ ସାଂସ୍କୃତିକ ଗଜପତି ଉତ୍ସବକୁ ରାଜ୍ୟ ତଥା ଜାତୀୟ ସ୍ତରରେ ପ୍ରଚାର ଓ ପ୍ରସାର କରାଯିବା ସହିତ ଗଜପତି ଉତ୍ସବ ଓ ପଲ୍ଲୀଶ୍ରୀ ମେଳା ପାଳନ କରାଯିବ ତା ୧୮.୧୨.୨୦୨୪ ରିଖ ଠାରୁ ତା ୨୨.୧୨.୨୦୨୪ ରିଖ ପର୍ଯ୍ୟନ୍ତ । ଗଜପତି ଉତ୍ସବ ମଶାଲକୁ ବିଜୁ କଲ୍ୟାଣ ମଣ୍ଡପ ପହଞ୍ଚିବା ପରେ ଜିଲ୍ଲାସ୍ତରୀୟ ଉତ୍ସବ କମିଟି ପକ୍ଷରୁ ସ୍ୱାଗତ କରାଯାଇ ବିଶାଳ ଶୋଭାଯାତ୍ରା ମାଧ୍ୟମରେ ଜଗନ୍ନାଥ ମନ୍ଦିରର ନିକଟକୁ ଅଣାଯାଇଥିଲା ଓ ମଶାଲଟିକୁ ଜିଲ୍ଲାସ୍ତରୀୟ ଉତ୍ସବ ପର୍ଯ୍ୟନ୍ତ ମନ୍ଦିରରେ ରଖାଯିବ ଏବଂ ପ୍ରଥମ ଦିନ ଏକ ବିରାଟ ଶୋଭାଯାତ୍ରାରେ ଜିଲ୍ଲାସ୍ତରୀୟ ଉତ୍ସବ ପଡ଼ିଆକୁ ନେବାର ସ୍ଥିର କରାଯାଇଛି । ଜଗନ୍ନାଥ ମନ୍ଦିରରେ ମଶାଲ ପହଞ୍ଚିବା ପରେ ସେଠାରୁ ଗୁମ୍ମା ଓ କାଶୀନଗର ବ୍ଲକ ଭବ୍ୟ ସ୍ବାଗତ କରି ମଶାଲଟିକୁ ଗ୍ରହଣ କରି ନେଇଥିଲେ।ଏହି ମଶାଲ ଶୋଭାଯାତ୍ରାରେ ମଶାଲ କମିଟିର ଅଧ୍ୟକ୍ଷ ବାସୁଦେବ ଦାସ ସମେତ ବସନ୍ତ କୁମାର ପଣ୍ଡା, ବାଦଲ ବର୍ଦ୍ଧନ, ପି. ଅନିଲ କୁମାର ଓ ହେମନ୍ତ ପ୍ରଧାନ ଗଜପତି ଉତ୍ସବ ମଶାଲ ମହେନ୍ଦ୍ରଗିରି ଶିଖରର ମାତା କୁନ୍ତୀ ମନ୍ଦିରରୁ ମଶାଲ ଟିକୁ ଆଣିଥିଲେ । ଜିଲ୍ଲାର ସମସ୍ତ ବ୍ଲକର ଗୋଷ୍ଠି ଉନ୍ନୟନ ଅଧିକାରୀ ଓ ଜନପ୍ରତିନିଧି ମାନଙ୍କ ଉପସ୍ଥିତିରେ ଗଜପତି ଉତ୍ସବ ମଶାଲକୁ ଭବ୍ୟ ସ୍ବାଗତ କରି ନିଜ ନିଜ ବ୍ଲକ ସ୍ତରୀୟରେ ଗ୍ରହଣ କରି ନେଇଥିଲେ । ଆଜିର ଏହି ମଶାଲ ଶୋଭାଯାତ୍ରାରେ ସ୍ଥାନୀୟ ତହସିଲଦାର ଶ୍ରୀ ନାରାୟଣ ବେହେରା,ପାରଳାଖେମୁଣ୍ଡି ପୌରପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ ୟାସିର ଅହମ୍ମଦ,ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ, ପାରଳା ପୌରପରିଷଦ ଉପ ଅଧ୍ୟକ୍ଷ ଶ୍ରୀ ଲେଙ୍କା ମଧୁ,ବରିଷ୍ଠ ନାଗରିକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ,ଶ୍ରୀ ରଘୁନାଥ ପାତ୍ରଙ୍କ ସମେତ ଜିଲ୍ଲାର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଗଣ ମଶାଲ ଶୋଭାଯାତ୍ରା ଯୋଗଦେଇଥିଲ । Categories: ଓଡ଼ିଶା, ଗଜପତି, ହୋମ୍ Related Content Odiapreneur 3.0 State-Level Hackathon Inaugurated at IIT Bhubaneswar by Proprietor Abhimanyu Maharana October 1, 2026 ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା by Proprietor Abhimanyu Maharana October 1, 2026 ଅନାବିଳ ବ୍ୟକ୍ତିତ୍ଵ ଡଃ କିଶୋର କୁମାର ପଣ୍ଡା by Proprietor Abhimanyu Maharana October 1, 2026 ମାଲଗୋଦାମ ପୋଲିସର ବଡ ସଫଳତା : ଜୀପି କଏଲ୍ ଚୋରୀ ମାମଲାରେ ୨ଗିରଫ,୧୭ ବଣ୍ଡଲ କଏଲ୍ ଜବତ by Proprietor Abhimanyu Maharana October 1, 2026 ଫୁଲନଖରା - ନିଆଳି ମାଧବ ରାଜ୍ୟ ରାଜପଥର ଦୂରାବସ୍ଥା ନେଇ ବିଜେଡ଼ି ପକ୍ଷରୁ ରାସ୍ତାରୋକ by Proprietor Abhimanyu Maharana October 1, 2026 ଉତ୍କଳ ହସ୍ପିଟାଲରେ ବିଶ୍ୱ ହୃଦୟ ଦିବସ ପାଳିତ by Proprietor Abhimanyu Maharana October 1, 2026