Home ଓଡ଼ିଶା ସରକାରୀ କର୍ମଚାରୀଙ୍କ ସହଯୋଗରେ ପ୍ରଧାନମନ୍ତୀ ଆବାସଗୃହ ହରିଲୁଟୁ ? by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୪ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ତୃଣମୂଳ ସ୍ତରରେ ନିରୀହ ସରଳ ଲୋକଙ୍କ ସାହା ଭରସା ହେଉଛନ୍ତି ପଂଚାୟତ ସ୍ତରୀୟ ନିର୍ବାଚିତ ଜନ ପ୍ରତିନିଧି, କାରଣ ଲୋକ ତାଙ୍କୁ ଭୋଟ ଦେଇ ନିର୍ବାଚିତ କରନ୍ତି ଯେ ସେମାନେ ସରକାରଙ୍କ ସମସ୍ତ ଯୋଜନା ଯୋଗ୍ୟ ଲୋକଙ୍କୁ ଚୟନ କରି ସରକାରୀ ସହାୟତା ପ୍ରଦାନ କରିବାରେ ସହାୟତା କରିବେ କିନ୍ତୁ ଏହି ବିଶ୍ୱାସ ଓ ଭରସାରେ ଯେ ବିଷ ଓ ଲୁଟତରାଜ ରହିଛି ତାହା ଜୟନ୍ତୀ ରଇତ ଙ୍କ କାହାଣୀ ଶୁଣିଲେ ଆଶ୍ଚଯ୍ୟ ହେବେ । ଗଜପତି ଜିଲ୍ଲାର , ଆର .ଉଦୟଗିରି ବ୍ଲକ ଅଧିନସ୍ଥ ଵସ୍ତ୍ରୀଗୁଡା ଗ୍ରାମପଂଚାୟତ ସୁରେଇଖମାର(ସାରଡାସାହି) ଗ୍ରାମର ଜୟନ୍ତୀ ରଇତ ସ୍ୱାମୀ ଆୟୁବ ରଇତ । ତଥ୍ୟ ଅନୁସନ୍ଧାନ ଅନୁସାରେ ଜୟନ୍ତୀ ରଇତ ବହୁବାର ପ୍ରଧାନ ମନ୍ତ୍ରୀ ଆବାସ ପାଇବାପାଇଁ ଆବେଦନ କରିଥିଲେ ମଧ୍ୟ ନିରାଶ ହୋଇଥିଲେ ଓ ଭାବିନେଇଥିଲେ ସେ ଆଉ ପାଇବେ ନାହିଁ ବୋଲି ,ଝଡ ତଫାନ ଦାଉରୁ ରକ୍ଷା ପାଇବାପାଇଁ ଛାତ ଘର ଟିଏ ନାହିଁ ବର୍ଷା ପବନ ହେଲେ ଛାତି ଥରୁଥାଏ କାଳେ ଘର ଛପର ଉଡିଯିବ । ଏପଟେ ଗ୍ରାମରେ କାମଧନ୍ଦା ନାହିଁ ୪ ପିଲା ମାନେ ପାଠ ପଢୁଛନ୍ତି ତେଣୁ ବାଧ୍ୟହୋଇ ଅନ୍ୟ ଉପାୟ ନପାଇ ତାମିଲନାଡୁ ଯାଇ ସେଠାରେ ସ୍ୱାମୀ ସ୍ତ୍ରୀ ମୂଲ ଲାଗୁଥିଲେ ଓ କିଛି ମାସ ରହି ଗ୍ରାମ କୁ ଫେରୁଥିଲେ । ଦିନେ ଜୟନ୍ତୀ ଗ୍ରାମରେ ଥିବା ସମୟରେ ସରପଞ୍ଚ ରିତାନୀ ମଣ୍ଡଳ ଜୟନ୍ତୀ ରଇତ ଙ୍କ ପାଖକୁଆସି କହିଥିଲେ ଯେ ଯେ ୧୦ ହଜାର ଟଙ୍କା ଦେଲେ ପ୍ରଧାନ ମନ୍ତ୍ରୀ ଆବାସ ମିଳିବ ଯଦି ରାଜି ହେବ ନାହିଁ ଅନ୍ୟ କାହାକୁ ଦିଆଯିଆବ । ଜୟନ୍ତୀ ରଇତଙ୍କ ହାତରେ ୧୦ ହଜାର ଟଙ୍କା ନଥିଲା ତେଣୁ ସେ ଦେଇପାରିଲା ନାହିଁ ଓ କିଛି ଦିନ ପରେ ସେ ତାମିଲନାଡୁ ଦାଦନ ଖଟିବା କୁ ଚାଲିଯାଇଥିଲେ । ଜୟନ୍ତି ରଇତ ତାମିଲନାଡୁ ରେ ଥିବା ସମୟରେ ତାଙ୍କ ନାମରେ ପ୍ରଧାନ ମନ୍ତ୍ରୀ ଆବାସ ନିର୍ମାଣ ନିମନ୍ତେ ତା . ୧୯ .୦୬. ୨୦୨୩ ରିଖରେ କାର୍ଯ୍ୟଆଦେଶ ସଂଖ୍ୟା OD/24/007/9025/ 2021- 2022 କାର୍ଯ୍ୟଆଦେଶ ହୋଇଯାଇଛି କିନ୍ତୁ ଏହା ଜୟନ୍ତି ଙ୍କୁ ଜଣାଇଦିଆଯାଇ ନଥିଲା । ଯେତେବେଳେ ଯୋଗାଣହାୟକ ସରପଞ୍ଚଙ୍କ ନିର୍ଦେଶ ପ୍ରକାରେ ତା .୨୫ .୦୯ . ୨୦୨୩ ରିଖ ରେ ଜୟନ୍ତୀ ଙ୍କୁ ଫୋନକରି କହିଥିଲେ ତୁମର ଖାତାକୁ କାମ ବାବଦରେ ୪୦ ହଜାର ଟଙ୍କା ଯାଇଛି । ତୁମେ ଶ୍ରୀଘ୍ର ଆସି ଟଙ୍କା ଉଠାଇଦିଅ ନଚେତ ଚାଉଳ ଦିଆଯିବ ନାହିଁ । ଏହାସୁଣି ଜୟନ୍ତୀ ଭୟରେ ଚେନାଇରୁ ଗ୍ରାମ ଆସି ୦୩ .୧୦ .୨୦୨୩ ରା,ଉଦୟଗିରି ଷ୍ଟେଟ ବ୍ୟାଙ୍କ ରୁ ୪୦ ହଜାର ଟଙ୍କା ଉଠାଇ ସ୍ଥାନୀୟ ଓ୍ବାର୍ଡ ମେମ୍ବର ସହ ସରପଞ୍ଚ ଙ୍କୁ ଦେଇଥିଲେ ଓ ଚେନାଇଁ ଦାଦନ ଖଟିବାକୁ ଯାଇଥିଲେ । ସରପଞ୍ଚ ପୁଣି ଥରେ ୧୨ .୦୯ .୨୦୨୪ ତାରିଖରେ ଜୟନ୍ତୀ ଙ୍କୁ ଫୋନକରି ଖାତାକୁ କାମ ବାବଦେରେ ୬୫ ହଜାର ଟଙ୍କା ଯାଇଛି ଓ ଯଥା ଶୀଘ୍ର ଆସି ଟଙ୍କା ଦେବାକୁ କହିଲେ । ଏହା ଶୁଣି ଜୟନ୍ତୀ କହିଲେ ଯେ ମୋର ଖାତାକୁ ଆସିବା ଟଙ୍କା ମୁଁ କାହିଁକି ଦେବି କହି ମନା କରିଦେଲେ ,ଏହା ଶୁଣି ସରପଞ୍ଚ ଜୟନ୍ତୀ ନାମରେ ଥାନାରେ କେସ୍ କରିବାକୁ ଧମାକାଇ ଥିଲେ ।. ଥାନାରେ କେସ୍ କଥା ଶୁଣି ଜୟନ୍ତୀ ଚେନାଇଁ ରୁ କାମ ଛାଡି ଗ୍ରାମକୁ ଆସି ୨୦ . ୦୯ .୨୦୨୪ ତାରିଖରେ ବ୍ୟାଙ୍କ ଯାଇ ୬୫ ହଜାର ଉଠାଇ ସରପଞ୍ଚଙ୍କୁ ଦେଇଥିଲେ । କିଛି ଦିନ ଗଲା ପରେ ସରପଞ୍ଚ ଆସି ଜୟନ୍ତୀଙ୍କୁ ଆଧାରକାର୍ଡ ମାଗି ପ୍ରଧାନ ମନ୍ତୀ ଆବାସ କାର୍ଯ୍ୟଆଦେଶ ବାହାର କରାଯିବ ବଲି କହିଥିଲେ କିନ୍ତୁ ଜୟନ୍ତୀ ସରପଂଚ ଙ୍କୁ ନଦେଇ ନିଜେ ଯାଇ ଜନସେବା କେନ୍ଦ୍ରରୁ କାର୍ଯ୍ୟଆଦେଶ ବାହାର କରିଦେଖିଲେ ଯେ ପ୍ରକୃତରେ ୪୦ ହଜାର ଓ ୬୫ ହଜାର ଟଙ୍କା ତାଙ୍କ ନାମରେ ଆସିଛି । ଏହା ଜାଣିବା ପରେ ମୁଣ୍ଡରେ ହାତଦେଇ ବସି ଚିନ୍ତାକରି ଆମ ପ୍ରତିନିଧି ନିକଟକୁ ଆସି ସମସ୍ତ ବିଷୟ କହିଥିଲେ । ଆମ ପ୍ରତିନିଧି ଏହି ବିଡିଓଙ୍କୁ ଜଣାଇବାକୁ କହିଥିଲେ। କହିବା ପ୍ରକାରେ ହିତାଧିକାରୀ ଏହି ବିଷୟ ନେଇ ସ୍ଥାନୀୟ ବିଡିଓ ଜଣାଇଥିଲେ । କିନ୍ତୁ ବିଡ଼ିଓ ନିଜକୁ ଅସହାୟ ମନେକରି ପୋଲିସ ଥାନାରେ ସରପଞ୍ଚ ନାମରେ କେସ ଦେବାକୁ କହିପରେ ତେଣୁ ଜୟନ୍ତୀ ବାଧ୍ୟହୋଇ ଆର,ଉଦୟଗିରି ଥାନାର ଦ୍ୱାରସ୍ତ ହୋଇଛନ୍ତି । ଏହି ବିଷୟରେ ନେଇ ସରପଞ୍ଚ ରିତାନୀ ମଣ୍ଡଳ ଯୋଗାଯୋଗ ସରପଞ୍ଚ କହିଛନ୍ତି ମୁଁ ଜୟନ୍ତୀ ରଇତ ମୁଁ କୌଣସି ଆବାସଗୃହ ଟଙ୍କା ନେଇନି ବୋଲି କହିଛନ୍ତି । ପରେ ଆର,ଉଦୟଗିରି ଥାନା ଅଧିକାରୀ ସହ ଯୋଗାଯୋଗ କରିବାରୁ ସେ କହିଥିଲେ ସରପଞ୍ଚ ଙ୍କୁ ଡାକାଯାଇଛି ଆସିଲେ ଜଣାପଡିବ ବୋଲି କହିଥିଲେ । ଏହି ବିଷୟ ନେଇ ଦାୟତ୍ବରେ ଥିବା ପିଇଓ ମୌସୁମି ତ୍ରିପାଠି ଙ୍କୁ ଯୋଗାଯୋଗ କରିବାକୁ ମୁଁ ନୂତନଭାବେ ଦାଇତ୍ବ ନେଇଛି ପୂର୍ବତନ ପିଇଓ ଓ ସରପଞ୍ଚ ରିତାନି ମଣ୍ଡଳ ନିର୍ଦେଶ ପ୍ରକାରେ ଦୁତୀୟ କିସ୍ତି ପାଇଁ ଆବାସଗୃହକୁ ବ୍ୟକ୍ତିଙ୍କ ଘରକୁ ଜିଓଟେକ କରି ପାଠାଇଥିଲି । ଏହି ବିଷୟ ନେଇ ବିଡିଓ ଲରିମନ ଖର୍ସେଲ ସହ ଯୋଗାଯୋଗ କରିବାରୁ ସେ କହିଥିଲେ ବ୍ଳକ ପ୍ରଶାସନ ପ୍ରକୃତ ହିତାଧିକାରୀଙ୍କୁ ଖାତାକୁ ଟଙ୍କା ପଠାଯାଇଛି । ଯଦି ହିତାଧିକାରୀ ଠାରୁ ଆବାସଗୃହ ଟଙ୍କା ସରପଞ୍ଚ ମାଗିନେଇଥିଲେ ଆମ କଣ କରିବୁ । ଆବାସଗୃହ ପାଇଥିବା ମହିଳାଙ୍କୁ ସରପଞ୍ଚ ନାମରେ ଥାନା କେସ କରିବାକୁ କୁହାଯାଉଛି ବୋଲି କହିଥିଲେ । ଏହି ନେଇ ଜୟନ୍ତୀ ରଇତ ମୁଖ୍ୟ ମନ୍ତ୍ରୀ, ଗଜପତି ଜିଲ୍ଲାପାଳ, ପିଡିଙ୍କୁ ଲେଖି ଆଜି ରେଜିଷ୍ଟିଏଡି କରିପଠାଥିବା ଜୟନ୍ତୀ ଜଣାଇଛନ୍ତି । ଦେଖିବାକି ରହିଲା ଖବର ପ୍ରକାଶ ହେବାପରେ ଜିଲା ପ୍ରଶାସନ କଣ ପଦକ୍ଷେପ ନେଉଛନ୍ତି । Categories: ଓଡ଼ିଶା, ଗଜପତି, ହୋମ୍ Related Content Odiapreneur 3.0 State-Level Hackathon Inaugurated at IIT Bhubaneswar by Proprietor Abhimanyu Maharana October 1, 2026 ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା by Proprietor Abhimanyu Maharana October 1, 2026 ଅନାବିଳ ବ୍ୟକ୍ତିତ୍ଵ ଡଃ କିଶୋର କୁମାର ପଣ୍ଡା by Proprietor Abhimanyu Maharana October 1, 2026 ମାଲଗୋଦାମ ପୋଲିସର ବଡ ସଫଳତା : ଜୀପି କଏଲ୍ ଚୋରୀ ମାମଲାରେ ୨ଗିରଫ,୧୭ ବଣ୍ଡଲ କଏଲ୍ ଜବତ by Proprietor Abhimanyu Maharana October 1, 2026 ଫୁଲନଖରା - ନିଆଳି ମାଧବ ରାଜ୍ୟ ରାଜପଥର ଦୂରାବସ୍ଥା ନେଇ ବିଜେଡ଼ି ପକ୍ଷରୁ ରାସ୍ତାରୋକ by Proprietor Abhimanyu Maharana October 1, 2026 ଉତ୍କଳ ହସ୍ପିଟାଲରେ ବିଶ୍ୱ ହୃଦୟ ଦିବସ ପାଳିତ by Proprietor Abhimanyu Maharana October 1, 2026