Home ଓଡ଼ିଶା ମହାପ୍ରଭୁଙ୍କ ଦର୍ଶନ କଲେ ମହାମହୀମ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୪ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ବୁଧବାର ସକାଳୁ ଚଳଚଞ୍ଚଳ ବଡଦାଣ୍ଡ । ମେଡିକାଲ ଛକ ଠାରୁ ସିଂହଦ୍ଵାର ପର୍ଯ୍ୟନ୍ତ ଦୁଇପାର୍ଶ୍ଵରେ ପୋଲିସ ଛାଉଣୀ ରହିଥିଲା । ପ୍ରସ୍ତୁତ ହୋଇଥିଲା ସମଙ୍ଗ ହେଲିପ୍ଯାଡ । ବାୟୁ ସେନା ହେଲିକପ୍ଟରରେ ମହାମହୀମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମଙ୍ଗ ହେଲିପ୍ଯାଡରେ ଅବତରଣ କରିବା ପରେ ଶ୍ରୀସେତୁ ଓ ଶ୍ରୀଦାଣ୍ଡ ଦେଇ ସିଂହଦ୍ଵାର ନିକଟରେ ପହଞ୍ଚିଥିଲେ । ସେଠାରେ ଗଜପତି ମହାରାଜ ଦିବ୍ୟସିଂହ ଦେବ,କୌଳିକ ପଣ୍ଡା ରାଜରତନ ମହାପାତ୍ର ଓ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ଯ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ଉପସ୍ଥିତ ରହି ସ୍ବାଗତ କରିଥିଲେ । ବାଇଶିପାହାଚ ଦେଇ ନାଟମଣ୍ଡପ ଦେଇ ଭିତରକାଠ ନିକଟକୁ ଯାଇଥିଲେ । ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ଶ୍ରୀମନ୍ଦିରରୁ ଫେରିବା ପରେ ବଡଦାଣ୍ଡ ମେଡିକାଲ ଛକ ଦେଇ ଗୋପବନ୍ଧୁ ଆୟୁର୍ବେଦ କଲେଜର ହୀରକ ଜୟନ୍ତୀ ଉତ୍ସବରେ ଯୋଗ ଦେଇଥିଲେ । ରାଷ୍ଟ୍ରପତିଙ୍କୁ ଦେଖିବା ପାଇଁ ସିଂହଦ୍ଵାର ଓ ବଡଦାଣ୍ଡର ଉଭୟ ପାର୍ଶ୍ଵରେ ହଜାର ହଜାର ଜନତା ଅପେକ୍ଷାରତ ଥିଲେ । ଏହି ଦର୍ଶନ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ,ପୁରୀ ସାଂସଦ ସମ୍ବିତ ପାତ୍ର ଓ ଅନ୍ଯାନ୍ଯ ବରିଷ୍ଠ ଅଧିକାରୀଙ୍କ ସମେତ ସେବାୟତ ମାନେ ଉପସ୍ଥିତ ଥିଲେ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନନ୍ଦିଘୋଷ ରଥର ପଟ୍ଟଚିତ୍ର ପ୍ରଦାନ କରାଯାଇଥିଲା । ପୋଲିସ ପ୍ରଶାସନ ପକ୍ଷରୁ ସହରରେ କଡାକଡି ଭାବେ ସୁରକ୍ଷା ଓ ଟ୍ରାଫିକ ବ୍ଯବସ୍ଥା ସହ ସିସିଟିଭି ଲଗାଯାଇଥଲା । Categories: ଓଡ଼ିଶା, ପୁରୀ, ହୋମ୍ Related Content ବରିଷ୍ଠ ଫଟୋ ସାମ୍ବାଦିକଙ୍କ ମାତୃ ବିୟୋଗ by Proprietor Abhimanyu Maharana August 8, 2026 ଜାତୀୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ରଥଯାତ୍ରା, ବାଲିଯାତ୍ରା, ଓଡ଼ିଶୀ ଓ ଛଉ ନୃତ୍ୟ - ସାଂସଦ ଦିଲ୍ଲୀପ ରାୟ by Proprietor Abhimanyu Maharana August 8, 2026 ହିରୋସୀମା ଦିବସ ପାଳିତ, ଶାନ୍ତି ର ବାର୍ତ୍ତା ବଣ୍ଟନ by Proprietor Abhimanyu Maharana August 7, 2026 ବ୍ରହ୍ମାନନ୍ଦ ସ୍ବାଇଁଙ୍କ ପରଲୋକ by Proprietor Abhimanyu Maharana August 7, 2026 ମାଲକାନଗିରି ଜିଲ୍ଲା ଗସ୍ତରେ ଆଇପିଆର ଦକ୍ଷିଣାଞ୍ଚଳ ଉପନିର୍ଦ୍ଦେଶକ ବସନ୍ତ ପ୍ରଧାନ : କାର୍ଯ୍ୟର ସମୀକ୍ଷା ସହ ଦେଲେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ by Proprietor Abhimanyu Maharana August 7, 2026 ବେଦାନ୍ତ ଆଲୁମିନିୟମ କୋଇଲା ଖଣି ପ୍ରକଳ୍ପ ବିଦ୍ୟା ଜରିଆରେ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଗ୍ରାମୀଣ ଶିକ୍ଷାକୁ ସୁଦୃଢ଼ କରୁଛି by Proprietor Abhimanyu Maharana August 7, 2026