୦୩ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ମନସ୍ତତ୍ୱ ବିଜ୍ଞାନ ବିଭାଗ ପକ୍ଷରୁ “ନିରୋବାୟୋଲୋଜିକାଲ୍ ଜେନେସିସ୍ ଅଫ୍ ବିହେବିୟର୍” ଶୀର୍ଷକ ଏକ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଡକ୍ଟର ନିରଞ୍ଜନ ମହାନ୍ତି ସଭାପତିତ୍ୱ କରିଥିଲେ । ଆଲୋଚନାଚକ୍ରର ସଂଯୋଜକ ଡକ୍ଟର ମୁରଲୀଧର ରଥ ଆଲୋଚନାଚକ୍ର ସଂପର୍କରେ ବିଷଦ ବିବରଣୀ କହିବା ସହିତ ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିଲେ । କେ.ନୋଟ୍ ବକ୍ତାଭାବେ ଉତ୍କଳ ବିଶ୍ୱବିଦ୍ୟାଳୟ, ବାଣୀବିହାର ମନସ୍ତତ୍ୱ ବିଜ୍ଞାନ ବିଭାଗର ପୂର୍ବତନ ବିଭାଗୀୟ ମୁଖ୍ୟ ପ୍ରଫେସର ଡକ୍ଟର ବନମାଳୀ ମହାନ୍ତି ଯୋଗଦାନ କରି ମଣିଷର ଆଚାର ବ୍ୟବହାର କିପରି ମସ୍ତିସ୍କ ଉପରେ ପ୍ରଭାବ ପକାଇଥାଏ ସେ ସମ୍ବନ୍ଧରେ ବହୁ ତଥ୍ୟ କମ୍ପ୍ୟୁଟର ମାଧ୍ୟମରେ ପ୍ରଦାନ କରିଥିଲେ ।
